Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହିନ୍ଦୁ ସମାଜ ପକ୍ଷରୁ ଜିଲ୍ଲାପାଳଙ୍କୁ ୬ ଦଫା ଦାବିପତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିନ୍ଦୁ ସମାଜ ପକ୍ଷରୁ ଜିଲ୍ଲାପାଳଙ୍କୁ ୬ ଦଫା ଦାବିପତ୍ର

କେନ୍ଦ୍ରାପଡ଼ା – କେନ୍ଦ୍ରାପଡ଼ା ହିନ୍ଦୁ ସମାଜ ପକ୍ଷରୁ ଜିଲ୍ଲାପାଳଙ୍କୁ ୬ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଜିଲ୍ଲାରେ ଗୋ-ସୁରକ୍ଷା ଆଇନକୁ କଡାକଡି ଭାବେ ଲାଗୁ କରାଯିବା, ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଗୋ-ଶାଳା ନିର୍ମାଣ କରାଯିବା, ହିନ୍ଦୁ ଦେବୋତର ଆଇନ ମୁତାବକ ମଠ, ମନ୍ଦିରର ସମ୍ପତି ଓ ସାଧୁ ସନ୍ଥ ମାନଙ୍କୁ ସୁରକ୍ଷା ଦିଆଯିବା, ଜିଲ୍ଲାର ବିଭିନ୍ନ ଅଂଚଳରେ ବାଙ୍ଗଲାଦେଶୀ ଓ ରୋହିଙ୍ଗିୟା ମାନେ ପଶି ଆସି ସରକାରୀ ଜମିକୁ କବଜା କରି ରହୁଛନ୍ତି । ଏମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରଭୃତି ଦାବି ଗୁଡିକ ଉଲ୍ଲେଖ ରହିଛି । ଏହି ଦାବି ଗୁଡିକୁ ଲାଗୁ କରିବା ପାଇଁ ହିନ୍ଦୁ ସମାଜ ପକ୍ଷରୁ ଦାବି କରାଯାଇ ଏକ ଦାବିପତ୍ର ସହକାରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସତ୍ୟ ରଂଜନ ନାୟକ, ମନୋଜ କୁମାର ସେଠୀ, ପ୍ରମୋଦ କୁମାର ବେହେରା, ଦେବେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply