Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କୁସ୍ତିରେ ରୌପ୍ୟ ଜିତିଲେ ଦୀପକ ପୁନିଆ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୁସ୍ତିରେ ରୌପ୍ୟ ଜିତିଲେ ଦୀପକ ପୁନିଆ

ନୂଆଦିଲ୍ଲୀ : ଚଳିତ ଏସୀୟ କ୍ରୀଡ଼ାରେ କୁସ୍ତିରେ ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ । ଆଜି ଏହି ପଦକ ପାଇଛନ୍ତି ଦୀପକ ପୁନିଆ । ୬୮ କେଜି ଫ୍ରୀଷ୍ଟାଇଲ ଫାଇନାଲରେ ପହଞ୍ଚିଥିଲେ ଦୀପକ । ସ୍ୱର୍ଣ୍ଣ ପଦକ ପାଇଁ ଇରାନର ହାସନ ୟାଜଦାନିଙ୍କ ସହିତ ଲଢ଼ିଥିଲେ ଦୀପକ । ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ତଥା ୩ ଥର ବିଶ୍ୱ ଚାମ୍ପିୟନ ହୋଇଥିବା ହାସନ ପ୍ରଥମରୁ ଦୀପକଙ୍କୁ ସୁଯୋଗ ଦେଇ ନଥିଲେ । ସେ ୧୦- ୦ରେ ଦୀପକଙ୍କୁ ପରାସ୍ତ କରିଥିଲେ । କୁସ୍ତିରେ ଏଥର ଅମନ ଶେରାୱ, କିରଣ ବିଷ୍ଣୋଇ, ସୋନମ ମଲ୍ଲିକ, ଅନ୍ତିମ ପଙ୍ଘଲ ଓ ସୁନୀଲ କୁମାର ନିଜ ନିଜ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ । ଅନ୍ୟପକ୍ଷରେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଥିବା ବଜରଙ୍ଗ ପୁନିଆ ଚଳିତ ଏସୀୟ କ୍ରୀଡ଼ାରେ ନିରାଶ କରିଛନ୍ତି । ସେ ବ୍ରୋଞ୍ଜ ପଦକ ମଧ୍ୟ ଜିତିବାକୁ ସକ୍ଷମ ହୋଇନାହାନ୍ତି । ଭାରତ ୧୦୫ ପଦକ ଜିତିସାରିଥିବା ବେଳେ ତା’ ମଧ୍ୟରେ ରହିଛି

Leave a Reply