Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଜୟରୁ ଭାରତର ବିଶ୍ୱକପ୍ ଅଭିଯାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଜୟରୁ ଭାରତର ବିଶ୍ୱକପ୍ ଅଭିଯାନ

ଚେନ୍ନାଇ: ବୋଲରଙ୍କ ଶାଣିତ ବୋଲିଂ ଓ କେଏଲ ରାହୁଲଙ୍କ ଅପରାଜିତ ଏବଂ କୋହଲିଙ୍କ ଚତ୍ମକାର ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇ ବିଜୟରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ କୋହଲି ଓ ରାହୁଲ ଚତୁର୍ଥ ୱିକେଟ୍‌ରେ ଶତକୀୟ ଭାଗିଦାରୀ ଯୋଡ଼ି ଅଷ୍ଟ୍ରେଲିଆ ହାତରୁ ବିଜୟ ଛଡ଼ାଇ ଆଣି ଭାରତକୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଷ୍ଟିଭ୍ ସ୍ମିଥଙ୍କ ୪୬, ଡେଭିଡ ୱାର୍ଣ୍ଣରଙ୍କ ୪୧ ଓ ମିଚେଲ୍ ଷ୍ଟାର୍କଙ୍କ ୨୮ ରନ ବଳରେ ୪୯.୩ ଓଭରରେ ୧୯୯ ରନ କରିଥିଲା । ଜବାବରେ ଭାରତ ବିରାଟ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ୮୫ ରନ ଓ କେଏଲ ରାହୁଲଙ୍କ ଅପରାଜିତ ୯୭ ରନର ଦମଦାର ଇନିଂସ ବଳରେ ୪୧.୨ ଓଭରରେ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ପ୍ରାରମ୍ଭିକ ସଫଳତା ପାଇଥିଲେ ହେଁ ଅଷ୍ଟ୍ରେଲିଆ ବୋଲରଙ୍କୁ ନିରାଶ ହେବାକୁ ପଡ଼ିଛି । ଜୋସ୍ ହେଜେଲଉଡ ୩ଟି ୱିକେଟ୍ ନେଇଛନ୍ତି । ଭାରତ ପକ୍ଷରୁ ବୋଲିଂରେ ରବୀନ୍ଦ୍ର ଜାଡ଼େଜା ୩ଟି ୱିକେଟ୍ ନେଇ ବିଜୟରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ୨୦୦ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ମାତ୍ର ୨ ରନ ସ୍କୋରରେ ଭାରତ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ଦୁଇ ଓପନର ଇଶାନ କିଷନ, ଅଧିନାୟକ ରୋହିତ ଶର୍ମା ଓ ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟର ଖାତା ମଧ୍ୟ ଖୋଲି ପାରି ନ ଥିଲେ । ଭାରତ ଉପରେ ପ୍ରବଳ ଚାପ ପଡ଼ିଥିଲା । ତେବେ ରୋହିତ ବାହିନୀ ପାଇଁ ସଙ୍କଟମୋଚକ ସାଜିଥିଲେ ବିରାଟ କୋହଲି ଓ କେଏଲ ରାହୁଲ । ଦୁଇ ବ୍ୟାଟର ପ୍ରଥମେ ସତର୍କତାର ସହ ବ୍ୟାଟିଂ କରିଥିଲେ । କ୍ରିଜରେ ଜମିବା ପରେ ଦୁଇ ବ୍ୟାଟର ନିଜ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ଦଳର ଇନିଂସକୁ ଆଗକୁ ବଢାଇଥିଲେ । ଏହି କ୍ରମରେ ଦୁଇ ବ୍ୟାଟର ନିଜର ନିଜର ଅର୍ଦ୍ଧଶତକ ପୂରଣ କରି ଦଳର ସ୍ଥିତି ମଜବୁତ କରିବା ସହ ବିଜୟ ସୁନିଶ୍ଚିତ କରିଥିଲେ । ତେବେ ୩୭.୪ ଓଭରରେ ଶତକ ଆଡ଼କୁ ଅଗ୍ରସର ହେଉଥିବା ବିରାଟ କୋହଲି ବ୍ୟକ୍ତିଗତ ୮୫ ରନ କରି ଆଉଟ୍ ହୋଇଥିଲେ । ଏଥିରେ ୬ ଚୌକା ସାମିଲ୍ । ଏହା ସହିତ ସେ ରାହୁଲଙ୍କ ଚତୁର୍ଥ ୱିକେଟ୍ ପାଇଁ ୧୬୫ ରନ ଯୋଡ଼ିଥିଲେ । ଏହା ପରେ ବାକି ଔପଚାରିକତା ପୂରଣ କରିଥିଲେ ରାହୁଲ ଓ ପାଣ୍ଡ୍ୟା । ରାହୁଲ ୧୧୫ ବଲ୍‌?ରୁ ୮ ଚୌକା ଓ ୨ ଛକା ସହ ୯୭ ରନ କରି ଦଳକୁ ବିଜୟୀ କରାଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ୧୧ ରନ କରି କ୍ରିଜରେ ଥିଲେ । ଏଥିସହ ଭାରତ ୪୧.୨ ଓଭରରେ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହେଜେଲଉ ୯ ଓଭରରେ ୩୮ ରନ ଦେଇ ୩ଟି ସଫଳତା ପାଇଛନ୍ତି । ମିଚେଲ୍ ଷ୍ଟାର୍କ ୮ ଓଭରରେ ୩୧ ରନ ବ୍ୟୟ କରି ଗୋଟିଏ ୱିକେଟ୍ ନେଇଛନ୍ତି । \”ଅଷ୍ଟ୍ରେଲିଆ ଇନିଂସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆର ଆରମ୍ଭ ନୈରାଶ୍ୟଜନକ ରହିଥିଲା । ଦଳୀୟ ସ୍କୋର ୫ ରନରେ ମିଚେଲ୍ ମାର୍ଶ(୦) ଆଉଟ୍ ହୋଇଥିଲେ । ଏହା ପରେ ଡେଭିଡ୍ ୱାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥ ସତର୍କତାର ସହ ବ୍ୟାଟିଂ କରି ଦ୍ୱିତୀୟ ୱିକେଟ୍ ପାଇଁ ୬୯ ରନ ଯୋଡ଼ିଥିଲେ । କୁଲଦୀପ ଯାଦବ ଡେଭିଡ୍ ୱାର୍ଣ୍ଣରଙ୍କୁ ଆଉଟ୍ କରି ଭାରତକୁ ଦ୍ୱିତୀୟ ସଫଳତା ଦେଇଥିଲେ । ୱାର୍ଣ୍ଣର ୫୨ ବଲରୁ ୬ ଚୌକା ସହ ୪୧ ରନ କରିଥିଲେ । କ୍ରିଜରେ ଜମିଥିବା ଷ୍ଟିଭ୍ ସ୍ମିଥ(୪୬)ଙ୍କୁ ବୋଲ୍ଡ କରି ରବୀନ୍ଦ୍ର ଜାଡ଼େଜା ଅଷ୍ଟ୍ରେଲିଆକୁ ବଡ଼ ଝଟକା ଦେଇଛନ୍ତି । ଏହା ପରେ କଙ୍ଗାରୁ ଦଳ ଭାରତର ୩ ସ୍ପିନର ଜାଡ଼େଜା, ଅଶ୍ୱିନ ଓ କୁଲଦୀପଙ୍କ ମୁକାବିଲା କରି ନ ପାରି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ମଧ୍ୟକ୍ରମରେ ମାର୍ନସ ଲାବୁସେନ(୨୭) ଓ ଗ୍ଲେନ ମ୍ୟାକ୍ସୱେଲ୍‌(୧୫) ପାଭିଲିୟନ ଫେରିଥିଲେ । ଆଲେକ୍ସ କେରୀ ଖାତା ଖୋଲି ପାରିନ ଥିଲେ । କ୍ୟାମେରୁନ ଗ୍ରୀନ(୮) କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ । ଅଧିନାୟକ ପାଟ୍ କମିନ୍ସ ୧୫ ରନ କରି ପାଭିଲିୟନ ଫେରିଥିଲେ । ଆଡମ ଜାମ୍ପା(୬) ଆଉଟ୍ ହୋଇଥିଲେ । ତେବେ ମିଚେଲ୍ ଷ୍ଟାର୍କଙ୍କ ଧୈର୍ଯ୍ୟପୂର୍ଣ୍ଣ ୨୮ ରନ ରନ ବଳରେ ଶେଷରେ ଅଷ୍ଟ୍ରେଲିଆ ୨୦୦ ରନର ନିକଟତର ହୋଇ ପାରିଛି । ଦଳ ୪୯.୩ ଓଭରରେ ୧୯୯ ରନରେ ଅଲଆଉଟ୍ ହୋଇଛି । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ୧୦ ଓଭରରେ ୩୫ ରନ ଦେଇ ୩ଟି ସଫଳତା ହାସଲ କରିଛନ୍ତି । ଯଶପ୍ରୀତ ବୁମରା ୧୦ ଓଭରରେ ୩୪ ରନ ବ୍ୟୟ କରି ୨ଟି ୱିକେଟ୍‌, କୁଲଦୀପ ଯାଦବ ୧୦ ଓଭରରେ ୪୨ ରନରେ ୨ଟି ୱିକେଟ୍ ନେଇଛନ୍ତି । ଅଶ୍ୱିନ ମଧ୍ୟ ମାପଚୁପ ବୋଲିଂ କରି ୩୫ ରନ ଦେଇ ଗୋଟିଏ ସଫଳତା ପାଇଛନ୍ତି ।

Leave a Reply