Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦୈନିକ ତମ୍ବାପାତ୍ରରେ ପାଣି ପିଅନ୍ତୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦୈନିକ ତମ୍ବାପାତ୍ରରେ ପାଣି ପିଅନ୍ତୁ

ଭାରତରେ ତମ୍ବା ପାତ୍ରର ଅନେକ ମହତ୍ତ୍ୱ ରହିଛି । ଧାର୍ମିକ କାର୍ଯ୍ୟ ଛଡା ଏହାର ଅନ୍ୟ କାମରେ ମଧ୍ୟ ଲାଗିଥାଏ । ଲୋକେ ସକାଳୁ ସକାଳୁ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବାକୁ ପସନ୍ଦ କରନ୍ତି । ସକାଳୁ ଖାଲି ପେଟରେ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଏଲ ଶରୀର ସୁସ୍ଥ ଓ ନିରୋଗ ରହିଥାଏ । ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇଲେ ଶରୀରରେ କପର ମାତ୍ରା ବଢିବା ସହ ଶରୀରରେ ରୋଗ ଉତ୍ପନ୍ନ କରୁଥିବା ଜୀବାଣୁରୁ ମଧ୍ୟ ରକ୍ଷା କରିଥାଏ । ତମ୍ବା ପାତ୍ରରେ ରଖାଯାଇଥିବା ପାଣି କେବେ ବାସି ହୁଏନାହିଁ ଏବଂ ଅଧିକ ସମୟ ଯାଏଁ ତାଜା ରହିଥାଏ । ଏହି ପାଣି ପିଇଲେ ବାତ, ପିତ୍ତ, କଫ ସନ୍ତୁଳିତ ରହିଥାଏ । ଆୟୁର୍ବେଦ ଅନୁସାରେ ନିୟମିତ ସକାଳୁ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଉଚିତ । ତେବେ ପାତ୍ରରେ ପାଣି ଅତିକମରେ ୮ ଘଣ୍ଟା ରହିବା ଆବଶ୍ୟକ । ପାଣି ସହ ତମ୍ବାର ରାସାୟନିକ ପ୍ରତିକ୍ରିୟା ଯୋଗୁଁ ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଇନଫ୍ଲାମେଣ୍ଟାରୀ ଗୁଣ ଉତ୍ପନ୍ନ ହୋଇଥାଏ । ନିୟମିତ ତମ୍ବା ପାତ୍ରରୁ ପାଣି ପିଇଲେ ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାରି ଯାଇଥାଏ ଓ ପେଟ ସଫା ହୋଇଥାଏ । ଏହାସହ ଏହା ଓଜନ କମ କରିବାରେ ମଧ୍ୟ ସହାୟକ ହୋଇଥାଏ । ତମ୍ବା ପାଚନ ତନ୍ତ୍ରକୁ ମଜବୁତ କରିବା ସହ ଅତିରିକ୍ତ ମେଦ କମ କରିବାରେ ସାହାଯ୍ୟ କରିଥାଏ । ସାଧାରଣ ପାଣିରେ ଡାଇରିଆ, ଜଣ୍ଡିସ ଆଦି ରୋଗ ଉତ୍ପନ୍ନ କରିଥିବା ଜୀବାଣୁକୁ ନଷ୍ଟ କରିବା କ୍ଷମତା ନଥାଏ କିନ୍ତୁ ତମ୍ବା ପାଣିରେ ଏହି ଜୀବାଣୁ ସହ ଲଢ଼ିବାର କ୍ଷମତା ଅଛି । ଏକ ଅଧ୍ୟୟନ ଅନୁସାରେ ୧୬ ଘଣ୍ଟା ଯାଏଁ ତମ୍ବା ପାତ୍ରରେ ପାଣି ରଖିଲେ ଅଧିକାଂଶ ଜୀବାଣୁ ନଷ୍ଟ ହୋଇଯାଇଥାନ୍ତି । ପାଣିରେ ଥିବା ପେଚିଷ ବିଷାଣୁ ଓ ଇ-କୋଲାଇର ଅମିବା ସମ୍ପୂର୍ଣ ସମାପ୍ତ ହୋଇଯାଇଛି । ସାଧାରଣତଃ ଲୋକେ ତମ୍ବା ପାତ୍ରରେ ପାଣି ପିଇବା ସମୟରେ ସାବଧାନତା ପଦକ୍ଷେପ ଗ୍ରହଣ କରିନଥାନ୍ତି । ତମ୍ବା ପାତ୍ରରେ ପାଣି ରଖିବା ପୂର୍ବରୁ ଏହାକୁ ଭଲ ଭାବେ ସଫା କରିବା ନିହାତି ଆବଶ୍ୟକ । ଭଲ ଭାବେ ସଫା ନ କଲେ ଏଥିରେ କପର ଅକ୍ସାଇଡର ଆସ୍ତରଣ ଜମି ଯାଇଥାଏ । ଏହିଭଳି ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ

Leave a Reply