Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏସିଆନ ଗେମ୍ସର କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ ପଦକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏସିଆନ ଗେମ୍ସର କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସର ଆଜି ହେଉଛି ଚତୁର୍ଦ୍ଦଶ ଦିବସ । ଗତକାଲି ଦ୍ୱାଦଶ ଦିବସରେ ଭାରତ ୯ଟି ପଦକ ଜିତିଥିଲା । ଫଳରେ ମୋଟ ପଦକ ସଂଖ୍ୟା ୯୫ରେ ପହଞ୍ଚିଥିଲା । ସେଥିମଧ୍ୟରେ ୨୨ଟି ସ୍ୱର୍ଣ୍ଣ, ୩୪ଟି ରୌପ୍ୟ ଓ ୩୯ଟି ବ୍ରୋଞ୍ଜ ପଦକ ସାମିଲ ଥିଲା । ତେବେ ଆଜି ମଧ୍ୟ ଭାରତ ବିଜୟରୁ ପଦକ ଯାତ୍ରା ଆରମ୍ଭ କରିଥିଲା । ତେବେ ଏହା ମଧ୍ୟରେ ଭାରତ ଟି-୨୦ କ୍ରିକେଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଆଜି ସ୍ୱର୍ଣ୍ଣ ଲଢ଼େଇ ପାଇଁ ଫାଇନାଲରେ ଭାରତ-ଆଫଗାନିସ୍ତାନ ମୁହାଁମୁହିଁ ହୋଇଥିଲେ । ତେବେ ମ୍ୟାଚ ଅଧାରୁ ବର୍ଷା ବାଧକ ସାଜିଥିଲା । ମ୍ୟାଚ ବାତିଲ ହୋଇଥିଲେ ବି ଆଫଗାନିସ୍ତାନ ଅପେକ୍ଷା ଭାରତ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବାରୁ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା ୧୦୨ରେ ପହଞ୍ଚିଛି । ସେଥିମଧ୍ୟରେ ୨୭ଟି ସ୍ୱର୍ଣ୍ଣ, ୩୫ଟି ରୌପ୍ୟ ଓ ୪୦ଟି ବ୍ରୋଞ୍ଜ ରହିଛି । ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ୧୮.୨ ଓଭରରେ ୫ ୱିକେଟରେ ୧୧୨ ରନ୍ ସଂଗ୍ରହ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା । ଆଫଗାନିସ୍ତାନ ପକ୍ଷରୁ ଶାହିଦୁଲ୍ଲା ସର୍ବାଧିକ ୪୯ ରନ ଓ ଅଧିନାୟକ ଗୁଲବଦିନ ୨୭ ରନ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ଶିବମ ଦୁବେ, ଶାହବାଜ ଅହମଦ, ରବି ବିଷ୍ଣୋୟୀ ପ୍ରତ୍ୟେକେ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଏହା ପୂର୍ବରୁ ଭାରତ ପୁରୁଷ ବ୍ୟାଡମିଣ୍ଟନ ଡବଲ୍ସ ଫାଇନାଲରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ସାତ୍ୱିକ ଚିରାଗସାତ୍ୱିକସାଇରାଜ ରଙ୍କିରେଡ୍ଡୀ ପ୍ରତିପକ୍ଷ ଦକ୍ଷିଣ କୋରିଆର ଚୋଇ ସୋଲ ଗ୍ୟୁ- କିମ ଓନ ହୋ’ଙ୍କୁ ୨୧-୧୮, ୨୧-୧୬ରେ ପରାସ୍ତ କରିଥିଲେ । ଏସୀୟ କ୍ରିଡ଼ାରେ ବ୍ୟାଡମିଣ୍ଟନ ସିଙ୍ଗଲ୍ସ / ଡବଲ୍ସରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲା । ପ୍ରଥମ ଥର ପାଇଁ ଭାରତୀୟ କ୍ରିଡ଼ାବିତମାନେ ଏଭଳି ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଥିଲେ । ଏଥିସହିତ ପୁରୁଷ ୮୬ କିଲୋଗ୍ରାମ ବର୍ଗ ରେସଲିଂରେ ଦୀପକ ପୁନିଆ ଏକ ରୌପ୍ୟ ପଦକ ସୁନିଶ୍ଚିତ କରିଥିଲେ । ମହିଳା କବାଡ଼ି ଦଳ ଫାଇନାଲରେ ଚାଇନିଜ୍ ତାଇପେଇକୁ ୨୬-୨୪ରେ ପରାସ୍ତ କରି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲା । ବ୍ୟକ୍ତିଗତ କମ୍ପାଉଣ୍ଡ ଇଭେଣ୍ଟରେ ଓଜାସ ଅଭିଶେଷ ବର୍ମାଙ୍କୁ ୧୪୯- ୧୪୭ରେ ପରାସ୍ତ କରିଥିଲେ । ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ଓଜାସ ସ୍ୱର୍ଣ୍ଣ ଜିତିଥିବା ବେଳେ ଅଭିଶେକ ରୌପ୍ୟ ଜିତିଥିଲେ । ସେହିପରି ଆର୍ଚେରୀରେ ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଦକ୍ଷିଣ କୋରିଆର ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ଜିତିଥିଲେ । ଆଜି ଜ୍ୟୋତି ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ । ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଅଦିତି ସ୍ୱାମୀ ବ୍ରୋଞ୍ଜ ପଦକ ଜିତିଥିଲେ ।

Leave a Reply