Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କବାଡିରେ ସ୍ୱର୍ଣ୍ଣ ପଦକ ହାସଲ କଲା ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କବାଡିରେ ସ୍ୱର୍ଣ୍ଣ ପଦକ ହାସଲ କଲା ଭାରତ

ନୂଆଦିଲ୍ଲୀ:ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସର ଆଜି ହେଉଛି ଚତୁର୍ଦ୍ଦଶ ଦିବସ । ଏହି ଅବସରରେ ଭାରତୀୟ ଦଳ ସମସ୍ତ ପ୍ରତିଯୋଗିତାରେ ଦମଦାର ପ୍ରଦର୍ଶନ ଜାରି ରଖିଥିବା ବେଳେ ଲଗାତାର ସ୍ୱର୍ଣ୍ଣ ପଦକ ମଧ୍ୟ ସାଉଁଟିବାରେ ଲାଗିଛି । ତେବେ ବର୍ତମାନ ଯାହା ଖବର ଆସି ପହଞ୍ଚିଛି ପୁରୁଷ ଏସିଆ କବାଡିରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ପୂର୍ବରୁ ଏସିଆ ମହିଳା କବାଡିରେ ଭାରତୀୟ ଦଳ ଫାଇନାଲରେ ଚାଇନିଜ୍ ତାଇପେଇକୁ ୨୬-୨୪ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଏବେ ପୁରୁଷ କବାଡି ଦଳ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଇରାନ ବିପକ୍ଷ ଫାଇନାଲ ମ୍ୟାଚରେ ୩୩-୨୯ରେ ଇରାନକୁ ପରାସ୍ତ କରି ବିଜୟ ହାସଲ କରିଛି ଭାରତୀୟ ପୁରୁଷ କବାଡି ଦଳ ।

Leave a Reply