Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏସିଆନ ଗେମ୍ସରେ ନୂଆ ଅଧ୍ୟାୟ ସୃଷ୍ଟି କଲେ ସାତ୍ତ୍ୱିକ-ଚିରାଗ ଯୋଡ଼ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏସିଆନ ଗେମ୍ସରେ ନୂଆ ଅଧ୍ୟାୟ ସୃଷ୍ଟି କଲେ ସାତ୍ତ୍ୱିକ-ଚିରାଗ ଯୋଡ଼

ହାଙ୍ଗଝୌ: ଭାରତୀୟ

ବ୍ୟାଡମିଣ୍ଟନରେ ଯୋଡ଼ି ହୋଇଯାଇଛି

ନୂଆ ଅଧ୍ୟାୟ । ନୂଆ କୀର୍ତ୍ତିମାନ ସୃଷ୍ଟି

କରିଛନ୍ତି ସାତ୍ତ୍ୱିକ ରଙ୍କିରେଡ୍ଡୀ ଓ ଚିରାଗ

ସେଟ୍ଟୀ । ଏହି ଭାରତୀୟ ଯୋଡ଼ି

ଏସିଆନ ଗେମ୍ସର ଫାଇନାଲରେ

ପ୍ରବେଶ କରି ସମସ୍ତଙ୍କୁ ଗର୍ବିତ

କରିଛନ୍ତି ।

ସାତ୍ତ୍ୱିକ-ଚିରାଗଙ୍କ ପୂର୍ବରୁ

ଏସିଆନ ଗେମ୍ସ ବ୍ୟାଡମିଣ୍ଟନର ପୁରୁଷ

ଡବଲ୍ସ ଫାଇନାଲରେ କୌଣସି

ଭାରତୀୟଙ୍କୁ କେବେ ଦେଖିବାକୁ ମିଳି

ନଥିଲା । ଚଳିତ ବର୍ଷ ପ୍ରଥମଥର ପାଇଁ

ଭାରତୀୟ ଯୋଡ଼ି ସ୍ୱର୍ଣ୍ଣ ପାଇଁ ଲଢ଼େଇ

କରିବେ । ସାତ୍ତ୍ୱିକ ଓ ଚିରାଗଙ୍କ ମୁକାବିଲା

କୋରିଆନ ଯୋଡ଼ିଙ୍କ ସହ ହେବ ।

ଆଜି ସେମିଫାଇନାଲରେ ସାତ୍ତ୍ୱିକ

ଓ ଚିରାଗଙ୍କ ଲଢ଼େଇ ମାଲେସିୟାର

ଆରୋନ ଚିଆ ଓ ସୋ ୱି ୟିକଙ୍କ ସହ

ହୋଇଥିଲା । ଏହି ମ୍ୟାଚ୍‌ର ପ୍ରଥମ

ସେଟରୁ ହିଁ ଭାରତୀୟ ଯୋଡ଼ିଙ୍କ

ଦବଦବା ଦେଖିବାକୁ ମିଳିଥିଲା ।

ତଥାପି ଅଲିମ୍ପିକ୍ସରେ ବ୍ରୋଞ୍ଜ ତଥା

ପୂର୍ବତନ ବିଶ୍ୱ ବିଜେତା ଚିଆ ଓ ସୋ

ମଧ୍ୟ ଭାଗରେ ଭାରତକୁ କଡ଼ା ଟକ୍କର

ଦେଇଥିଲେ । ଏକଦା ସେମାନେ ଲିଡ

ମଧ୍ୟ କରି ଯାଇଥିଲେ । ହେଲେ ସାତ୍ତ୍ୱିକ

ଓ ଚିରାଗ ଦମଦାର କମବ୍ୟାକ କରି

ପ୍ରଥମ ସେଟ୍‌କୁ ୨୧-୧୭ରେ କବଜା

କରିଥିଲେ । ଦ୍ୱିତୀୟ ସେଟ୍ ସଂପୂର୍ଣ୍ଣ

ଭାବେ ଏକତରଫା ଥିଲା । ଭାରତୀୟ

ଯୋଡ଼ି ଉଭୟ ଡିଫେନ୍ସ ଓ ଆଟାକର

କମ୍ବିନେସନ ଦେଖାଇଥିଲେ । ଏଥିସହ

ଦ୍ୱିତୀୟ ସେଟକୁ ୨୧-୧୨ରେ ଜିତି

ମ୍ୟାଚ୍‌କୁ କବଜା କରିଥିଲେ । ବିଜୟ

ପରେ ଦୁଇ ଭାରତୀୟ ଯୋଡ଼ି ଖୁସିରେ

କୋର୍ଟରେ ଗଡ଼ି ଯାଇଥିଲେ । ସାତ୍ତ୍ୱିକଙ୍କ

ଅପେକ୍ଷା ଚିରାଗ ଅଧିକ ସେଲିବ୍ରେସନ

କରିଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା

ହେଲା, ଆଜିର ମୁକାବିଲା ପୂର୍ବରୁ ସୋ

ଓ ଚିଆ ୭ଥର ଭାରତୀୟ ଯୋଡ଼ିଙ୍କୁ

ହରାଇଥିଲେ । ହେଲେ ଆଜି ଏହାର

ମଧୁର ପ୍ରତିଶୋଧ ସାତ୍ତ୍ୱିକ ଓ ଚିରାଗ

ନେଇଛନ୍ତି । ଏହି ବିଜୟ ସହ ଉଭୟ

ବିଶ୍ୱର ୧ ନଂ ଯୋଡ଼ି ବନି ଯାଇଛନ୍ତି ।

ଗୁରୁବାର ସାତ୍ତ୍ୱିକ ଓ ଚିରାଗ ସେମି

ଫାଇନାଲରେ ପ୍ରବେଶ କରିବା କ୍ଷଣି

ସେମାନଙ୍କ ନାଁରେ ନୂଆ ରେକର୍ଡ ଯୋଡ଼ି

ହୋଇଯାଇଥିଲା । କାରଣ ୪୧ ବର୍ଷ

ପରେ କୌଣସି ଭାରତୀୟ ଯୋଡ଼ି ସେମି

ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ

କରିଥିଲେ । ଏବେ ଏହି ଭାରତୀୟ

ଯୋଡ଼ି ଆଉ ପାଦେ ଆଗେଇ

ଫାଇନାଲରେ ପ୍ରବେଶ କରିଛନ୍ତି ।

ସାତ୍ତ୍ୱିକ ଓ ଚରାଗଙ୍କ ପୂର୍ବରୁ ୪୧

ବର୍ଷ ତଳେ ଅର୍ଥାତ୍ ୧୯୮୨ରେ

ଭାରତର ଲେରୟ ଡି’ସା ଓ ପ୍ରଦୀପ

ଗାନ୍ଧନେ ଏସୀୟ କ୍ରୀଡ଼ାରେ

ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସ ଇଭେଣ୍ଟର

ସେମି ଫାଇନାଲରେ ପ୍ରବେଶ

କରିଥିଲେ । କିନ୍ତୁ ସେମାନଙ୍କୁ ସେଠାରେ

ହାରିବାକୁ ପଡ଼ିବ

Leave a Reply