Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାରେ ମୋଦି ଲୋକାର୍ପଣ କଲେ ଅଯୋଧ୍ୟାଧାମ ଷ୍ଟେସନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାରେ ମୋଦି ଲୋକାର୍ପଣ କଲେ ଅଯୋଧ୍ୟାଧାମ ଷ୍ଟେସନ

୩୦-୧୨

ଅଯୋଧ୍ୟା : ନବକଳେବର ହୋଇଥିବା ଅଯୋଧ୍ୟା ଧାମ ଷ୍ଟେସନର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ଷ୍ଟେସନର ଆଧୁନିକୀକରଣ କରାଯାଇଛି । ଏହି ଅତ୍ୟାଧୁନିକ ଷ୍ଟେସନରେ ଯାତ୍ରୀଙ୍କୁ ଅନେକ ସୁବିଧା ମିଳିବ । ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ଲିଫ୍ଟ ଏସକେଲେଟର, ଫୁଡ୍ ପ୍ଲାଜା, ପୂଜା ସାମଗ୍ରୀ ଦୋକାନ, ଯାତ୍ରୀ ଜିନିଷ ରଖିବା ସ୍ଥାନ, ଶିଶୁ ଯତ୍ନ ଗୃହ ଓ ପ୍ରତୀକ୍ଷାଳୟ ରହିଛି । ଷ୍ଟେସନ ଲୋକାର୍ପଣ ଉତ୍ସବରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ୨ଟି ଅମୃତ ଭାରତ ଟ୍ରେନ୍ ଓ ୬ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଥିଲେ । ଅମୃତ ଭାରତ ଟ୍ରେନ୍ ହେଉଛି ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ । ଯେଉଁଥିରେ ଏକ ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ ଖଐଈ କୋଚ ଦ୍ୱାରା ଚଳାଚଳ କରିବ । ଏହା ଏକ ପୁସ୍ ପୁଲ ଟ୍ରେନ୍ ଭାବେ ଉଭୟ ପାର୍ଶ୍ୱରେ ଇଂଜିନ ସହିତ ଚଳାଚଳ କରିବ । ଟ୍ରେନରେ ଯାତ୍ରୀଙ୍କ ପାଇଁ ସୁନ୍ଦର ତଥା ଆକର୍ଷଣୀୟ ଡିଜାଇନ୍ ସିଟ୍‌, ଉନ୍ନତ ଲଗେଜ୍ ର‌୍ୟାକ୍‌, ଉପଯୁକ୍ତ ମୋବାଇଲ୍ ଧାରକ ସହିତ ମୋବାଇଲ୍ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍‌, ସିସିଟିଭି, ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ରହିଛି । ଏଠାରେ ସେ ଏକ ବିଶାଳ ଜନସଭାକୁ ସମ୍ୱୋଧିତ କରିଥିଲେ । ସୀୟାବର ରାମଚନ୍ଦ୍ର କି ଜୟ ନାରାରେ ନିଜ ଭାଷଣ ଆରମ୍ଭ କରି ଦେଶ-ଦୁନିଆ ଜାନୁଆରୀ ୨୨କୁ ଆତୁରତାର ସହ ଅପେକ୍ଷା କରିଛି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଆଜି ଏଠାରେ ପ୍ରଗତିର ଉତ୍ସବ ପାଳନ ହେଉଛି । ବିକାଶ ଯୋଜନାର ଉତ୍ସବ ଆମେ ପାଳନ କରୁଛୁ । କିଛି ଦିନ ପରେ ଆମେ ଆମ ଐତିହ୍ୟର ଭବ୍ୟତାକୁ ଦେଖିବୁ । ପୁରାତନ ଅଯୋଧ୍ୟା ନଗରୀ ସମୃଦ୍ଧିର ଶିଖର ଏବଂ ଆନନ୍ଦରେ ଭରପୂର ଥିଲା । ଧର୍ମଗ୍ରନ୍ଥରେ ଲେଖାଥିବା ଅଯୋଧ୍ୟାର ସେହି ପ୍ରଚୀନ ଭବ୍ୟତାକୁ ଆଧୁନିକତା ସହ ଯୋଡି ପୁଣି ଅଣାଯିବ । ଏହି ଅଯୋଧ୍ୟା ନଗରୀ ସମଗ୍ର ୟୁପିର ବିକାଶକୁ ନୂଆ ଦିଗ ଦେଖାଇବ । ପିଏମ୍ ନରେନ୍ଦ୍ର ମୋଦୀ ପୁରୁଣା ଘଟଣାକୁ ଉଲ୍ଲେଖ କରି କହିଥିଲେ ଯେ ଗୋଟିଏ ସମୟ ଥିଲା ଯେତେବେଳ ରାମଲଲା ଟେଣ୍ଟରେ ବିରାଜମାନ ଥିଲେ, ଆଜି ପକ୍କା ଘର କେବଳ ରାମଲଲାଙ୍କୁ ନାହିଁ, ଦେଶର ଚାରି କୋଟି ଗରିବଙ୍କୁ ମଧ୍ୟ ମିଳିଛି । ପିଏମ୍ ମୋଦୀ ଅଯୋଧ୍ୟାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସ୍ମରଣ କରିଛନ୍ତି । ପିଏମ୍ ମୋଦୀ ଜାନୁଆରୀ ୩୦ କଥା ଉଲ୍ଲେଖକରି କହିଥିଲେ ଯେ ଆଜିର ଦିନରେ ଆଣ୍ଡାମାନରେ ୧୯୪୩ ମସିହାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପତାକା ଉଡାଇ ସ୍ୱାଧୀନତାର ଘୋଷଣା କରିଥିଲେ । ଆଜି ଆମେ ଏହି ସ୍ୱାଧୀନତାର ସଂକଳ୍ପକୁ ଆଗକୁ ବଢାଉଛି । ବିକଶିତ ସଂକଳ୍ପକୁ ଆଗକୁ ନେଇ ବଢୁଛି । ବିକାଶ କାର୍ଯ୍ୟକୁ ଆଗକୁ ବଢା ଯାଉଛି ।

Leave a Reply