ପାକିସ୍ତାନୀ ଗଣମାଧ୍ୟମ ଉପରେ ନିୟନ୍ତ୍ରଣ ରଖିବାକୁ ଚାହୁଛି ଚୀନ୍‌

ଆମେରିକାର ଏକ ସରକାରୀ ରିପୋର୍ଟରେ କୁହାଯାଇଛି ଯେ, ଗଣମାଧ୍ୟମ ଉପରେ ନିଜର ଆଧିପତ୍ୟ ରଖିବା ପାଇଁ ଚୀନ୍ ଅନ୍ତର୍ଜାତୀୟ ଅପରେସନର ଏକ ଜାଲ ବିକଶିତ କରିଛି ଏବଂ ପାକିସ୍ତାନୀ ଗଣମାଧ୍ୟମ ଉପରେ ଗୁରୁତ୍ୱପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବାକୁ ଚାହୁଁଛି । ସୂଚନା କ୍ଷେତ୍ରରେ ରୁଷ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିବା ବ୍ୟତୀତ ପ୍ରତିକୂଳ ନ୍ୟାରେଟିଭ୍ (ଆଖ୍ୟାନ)ର ମୁକାବିଲା ପାଇଁ ଚୀନ୍ ଅନ୍ୟ ଘନିଷ୍ଠ ସହଯୋଗୀମାନଙ୍କୁ ସାମିଲ କରିବାକୁ ଚେଷ୍ଟା କରୁଛି ବୋଲି ଗତ ସପ୍ତାହରେ ପ୍ରକାଶିତ ଏକ ରିପୋର୍ଟରେ ଆମେରିକା ବୈଦେଶିକ ବିଭାଗ କହିଛି । ସେଥିମଧ୍ୟରୁ ପ୍ରମୁଖ ହେଉଛି ପାକିସ୍ତାନ । ଚୀନ୍‌-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ମିଡିଆ ଫୋରମ୍ ଅଧୀନରେ ପାକିସ୍ତାନ ସହ ବେଜିଂ ‘ଭୁଲ୍ ସୂଚନାର ମୁକାବିଲା’ ପାଇଁସହଯୋଗକୁ ଆହୁରି ଗଭୀର କରିବାକୁ ଚେଷ୍ଟା କରିଛି । ନିକଟରେ ଚୀନ-ପାକିସ୍ତାନ ମିଡିଆ କରିଡର (ସିପିଏମସି) ଆରମ୍ଭ କରିବାକୁ ଚୀନ୍ ପ୍ରତିଶ୍ରୁତି ଦେଇଛି । ଚୀନ୍‌-ପାକିସ୍ତାନ ମିଡିଆ କରିଡରର ଏକ ଅଂଶ ଭାବରେ ଚୀନ୍ ପାକିସ୍ତାନୀ ଗଣମାଧ୍ୟମ ଉପରେ ଗୁରୁତ୍ୱପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ଆଲୋଚନା କରିବାକୁ ଚାହୁଥିଲା । ତେବେ ଏହି ପ୍ରସ୍ତାବକୁ ଇସଲାମାବାଦ ଗମ୍ଭୀରତାର ସହ ଗ୍ରହଣ କରିନାହିଁ । ଥିଙ୍କ ଟ୍ୟାଙ୍କ, ସିପିଇସି ଅଧ୍ୟୟନ କେନ୍ଦ୍ର, ଗଣମାଧ୍ୟମ ସଂଗଠନ, ପିଆରସି କମ୍ପାନୀ ଏବଂ ଏପରିକି ସ୍ଥାନୀୟ କନ୍‌ଫୁସିୟସ୍ ଇନଷ୍ଟିଚ୍ୟୁଟ୍‌ର ମତାମତକୁ ଶୃଙ୍ଖଳିତ କରି ପାକିସ୍ତାନର ସୂଚନା ପରିବେଶ ଉପରେ ନଜର ରଖିବା ପାଇଁ ଚୀନ୍ ଓ ପାକିସ୍ତାନ ସରକାର ଏକ ‘ସ୍ନାୟୁ କେନ୍ଦ୍ର’ ପ୍ରତିଷ୍ଠା କରିବାକୁ ଚୀନ୍‌ର ଡ୍ରାଫ୍ଟ କନ୍େସପ୍ଟ ପେପରରେ ପ୍ରସ୍ତାବ ଦିଆଯାଇଛି । ପ୍ରସ୍ତାବିତ ସ୍ନାୟୁ କେନ୍ଦ୍ର ଏହି ଉଦ୍ଦେଶ୍ୟ ସାଧନ ପାଇଁ ‘ତିନୋଟି ପ୍ରଣାଳୀ’ ଏବଂ ‘ଦୁଇଟି ପ୍ଲାଟଫର୍ମ’ ଉପରେ ନିର୍ଭର କରିଥାନ୍ତା । ଜନମତକୁ ଆକୃଷ୍ଟ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟଗୁଡ଼ିକୁ ଉର୍ଦ୍ଦୁରେ ଲେଖିବା ଲାଗି ଏହି ବ୍ୟବସ୍ଥା ମାଧ୍ୟମ ପ୍ରଦାନ କରିଥାନ୍ତା । ଦୁଇ ପ୍ରସ୍ତାବିତ ପ୍ଲାଟଫର୍ମରେ ଗୁଜବ ଦୂର କରିବା ପାଇଁ ଏକ ମିଳିତ ପିଆରସି-ପାକିସ୍ତାନ ପ୍ରାମାଣିକ ବ୍ୟବସ୍ଥା ଲାଗି ଆହ୍ୱାନ ଦିଆଯାଇଛି । ବୈଦେଶିକ ମନ୍ତ୍ରଣାଳୟ ଏହାର ରିପୋର୍ଟରେ ଦର୍ଶାଇଛି ଯେ, ଚୀନ୍ ବିଦେଶୀ ସୂଚନା କାରବାର ପ୍ରୟାସରେ ବାର୍ଷିକ କୋଟି କୋଟି ଡଲାର ଖର୍ଚ୍ଚ କରୁଛି । ଚୀନ୍ ଏବଂ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି)ର ସପକ୍ଷ ମତାମତକୁ ପ୍ରୋତ୍ସାହିତ କରିବା ପାଇଁ ବେଜିଂ ମିଥ୍ୟା କିମ୍ବା ପକ୍ଷପାତୀ ସୂଚନା ବ୍ୟବହାର କରେ । ଏହା ସହିତ ତାଇୱାନ, ଏହାର ମାନବାଧିକାର ଅଭ୍ୟାସ, ଦକ୍ଷିଣ ଚୀନ୍ ସାଗର, ଏହାର ଘରୋଇ ଅର୍ଥନୀତି ଏବଂ ଆନ୍ତର୍ଜାତିକ ଅର୍ଥନୈତିକ ସମ୍ପର୍କ ଭଳି ପ୍ରସଙ୍ଗରେ ଚୀନ୍ ତା’ର ଇଚ୍ଛିତ ଆଖ୍ୟାନକୁ ବିରୋଧ କରୁଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଦମନ କରୁଛି । ଚୀନ୍ ଏକ ବିଶ୍ୱସ୍ତରୀୟ ପ୍ରୋତ୍ସାହନ ଢାଞ୍ଚା ବିକଶିତ କରିବାକୁ ଚାହୁଛି ଯାହାଦ୍ୱାରା ବିଦେଶୀ ସରକାର, ବୁଦ୍ଧିଜୀବୀ, ସାମ୍ବାଦିକ ଏବଂ ନାଗରିକ ସମାଜ ତା’ର ଅନୁକୂଳ ନ୍ୟାରେିଟିଭ୍ (ଆଖ୍ୟାନ)କୁ ଗ୍ରହଣ କରିବେ

Leave a Reply

Your email address will not be published. Required fields are marked *