Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୩୫୦ ବର୍ଷ ପରେ ଭାରତ ଫେରିବ ଛତ୍ରପତି ଶିବାଜୀଙ୍କ ‘ବାଘ ନଖ' - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୩୫୦ ବର୍ଷ ପରେ ଭାରତ ଫେରିବ ଛତ୍ରପତି ଶିବାଜୀଙ୍କ ‘ବାଘ ନଖ\’

ନୂଆଦିଲ୍ଲୀ : ନଭେମ୍ବରରେ ଫେରିବ ଛତ୍ରପତି ଶିବାଜୀ ମହାରାଜଙ୍କ \’ବାଘ ନଖ\’ । ଶିବାଜୀଙ୍କ ୩୫୦ତମ ରାଜ୍ୟାଭିଶେଷକ ଉତ୍ସବ ପାଳନ ଅବସରରେ ଏହି ଅସ୍ତ୍ର ବ୍ରିଟେନରୁ ଫେରିବ । ପୂର୍ବରୁ ଏନେଇ ବ୍ରିଟେନ ସରକାରଙ୍କ ସହ କଥାବାର୍ତ୍ତା ସରିଥିଲା । ଆସନ୍ତା ମଙ୍ଗଳବାର ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗନ୍ତୀୱାର ଲଣ୍ଡନ ଗସ୍ତ କରିବେ । ସେଠାରେ ପହଞ୍ଚିବା ପରେ ଅସ୍ତ୍ରଶସ୍ତ୍ର ଫେରସ୍ତ ପାଇଁ ସଂଗ୍ରହାଳୟ ସହ ଏକ ଚୁକ୍ତି ସ୍ୱାକ୍ଷର କରିବେ । ମୁଙ୍ଗନ୍ତୀୱାର କହିଛନ୍ତି ଯେ, ବ୍ରିଟେନରୁ ଆମେ ପ୍ରଥମ ପର୍ଯ୍ୟାୟରେ ବାଘ ନଖ ଫେରାଇ ଆଣିବୁ । ନଭେମ୍ବରରେ ଏହାକୁ ଭାରତ ଅଣାଯିବ । ସେଥିପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଯେଉଁ ଦିନ ଛତ୍ରପତି ଶିବାଜୀ ମହାରାଜ ଅଫଜଲ ଖାନକୁମାରିଥିଲେ ସେହି ଦିନ ବାଘନଖ ଫେରାଇ ଆଣିବାକୁ ପ୍ରୟାସ ଚାଲିଥିବା ମୁଙ୍ଗନ୍ତୀୱାର ଚଳିତ ମାସ ଆରମ୍ଭରେ କହିଥିଲେ । ୧୬୫୯ମସିହାରେ ପ୍ରତାପଗଡ ଯୁଦ୍ଧରେ ମରାଠା ବିଜୟ ଛତ୍ରପତି ଶିବାଜୀଙ୍କ ମରାଠା ସାମ୍ରାଜ୍ୟ ପ୍ରତିଷ୍ଠା ଅଭିଯାନରେ ଏକ ପରିବର୍ତ୍ତନ ଆଣିଥିଲା । ସେ ୧୬୫୯ ମସିହାରେ ବିଜେପୁର ସୁଲତାନର ଜେନେରାଲ ଅଫଜଲ ଖାନକୁ ପରାସ୍ତ କରି ଏହି ବିଜୟ ହାସଲ କରିଥିଲେ । ବାଘ ନଖରେ ହିଁ ମହାରାଜା ଶିବାଜୀ ଅଫଜଲ ଖାନକୁ ମାରିଥିଲେ । ଇଂରେଜମାନେ ମହାରାଜଙ୍କ ଏହି ସ୍ମୃତି ବ୍ରିଟେନ ନେଇଯାଇଥିଲା । ଇଂଲଣ୍ଡର ଭିକ୍ଟୋରିଆ ଆଣ୍ଡ ଅଲବର୍ଟସଂଗ୍ରହାଳୟରେ ବର୍ତ୍ତମାନ ବାଘ ନଖ ରହିଛି । ନଭେମ୍ବରରେ ଏହା ମହାରାଷ୍ଟ୍ରକୁ ଫେରିବ । ବାଘ ନଖକୁ ଦକ୍ଷିଣ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ସଂଗ୍ରହାଳୟରେ ରଖାଯିବ ବୋଲି କୁହାଯାଉଛି

Leave a Reply