Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମଣିପୁରରେ ଦୁଇ ଛାତ୍ରଛାତ୍ରୀଙ୍କ ହତ୍ୟା ଅଭିଯୁକ୍ତ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମଣିପୁରରେ ଦୁଇ ଛାତ୍ରଛାତ୍ରୀଙ୍କ ହତ୍ୟା ଅଭିଯୁକ୍ତ ଗିରଫ


ଇମ୍ଫାଲ :ମଣିପୁରରେ ଦୁଇଜଣ ଛାତ୍ରଛାତ୍ରୀଙ୍କୁ
ହତ୍ୟା ଘଟଣାରେ ସିବିଆଇ ଆକ୍ସନ
ନେଇଛି । ୬ ଜଣଙ୍କୁ ଗିରଫ କରିଛି
ଜାତୀୟ ଯାଞ୍ଚ ଏଜେନ୍ସି । ତେବେ
ଅଭିଯୁକ୍‌ତଙ୍କ ମଧ୍ୟରେ ୨ଜଣ
ନାବାଳକ ଅଛନ୍ତି । ଗିରଫ ପରେ
ସିବିଆଇ ଅଧିକ ପଚରାଉଚୁରା
କରିଛି । ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ
ଆସାମର ଗୌହାଟୀ ଅଣାଯାଇଥିବା
ବେଳେ ୨ ନାବାଳକଙ୍କୁ ଇମ୍ଫାଲ
ରଖାଯାଇ ପଚରାଉଚୁରା କରୁଛି
ସିବିଆଇ ଟିମ୍ । ହତ୍ୟା ଅଭିଯୁକ୍ତଙ୍କୁ
ଗିରଫ କରାଯାଇଥିବା ମଣିପୁର
ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ
ସୂଚନା ଦେଇଛନ୍ତି । ସେ କହିଛନ୍ତି,
ଛାତ୍ର ହତ୍ୟା ଘଟଣାର ମୁଖ୍ୟ
ଅଭିଯୁକ୍ତଙ୍କୁ ଚୂରାଚାନ୍ଦପୁର ଜିଲ୍ଲାରୁ
ଗିରଫ କରାଯାଇଛି । ହତ୍ୟାକାଣ୍ଡ
ଭିଆଇବା ପରେ ସେମାନେ ଫେରାର
ହୋଇଯାଇଥିଲେ । କିନ୍ତୁ ଆଇନର
ହାତରୁ ଖସିବା ସହଜ
ହୋଇନଥିଲା । ସେମାନଙ୍କ
ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ
ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ
ବିରେନ୍ ସିଂହ କହିଛନ୍ତି । ବିଷ୍ଣୁପୁର
ଜିଲ୍ଲା ଅନ୍ତର୍ଗତ ଟେରା ଅଞ୍ଚଳର
ମୈତେଇ ସମୁଦାୟର ୧୭ ବର୍ଷୀୟା
ଛାତ୍ରୀ ହିଜାମ ଲିନଥେଇଙ୍ଗମ୍ବି ଏବଂ
୨୦ ବର୍ଷୀୟ ଛାତ୍ର ଫିଜାମ ହେମଜିô
ଗତ ଜୁଲାଇ ୬ ତାରିଖରୁ ନିଖୋଜ
ଥିଲେ । ତେବେ ଗତ ସେପ୍ଟେମ୍ବର
୨୩ ତାରିଖରେ ରାଜ୍ୟରୁ ଇଣ୍ଟରନେଟ୍‌
ସେବା ଉପରେ ଲାଗିଥିବା କଟକଣା
ହଟିବା ପରେ ୨୫ ତାରିଖରେ ଦୁଇ
ଛାତ୍ରଛାତ୍ରୀଙ୍କୁ ହତ୍ୟା କରାଯିବାର ଫଟୋ
ସୋସିଆଲ ମିଡିଆରେ ଭାଇରାଲ
ହୋଇଥିଲା । ପ୍ରଥମ ଫଟୋରେ
ସେମାନେ ଏକ ଜଙ୍ଗଲ କ୍ୟାମ୍ପ ଭଳି
ଲାଗୁଥିବା ଅଞ୍ଚଳରେ ଘାସ ଉପରେ
ବସିଥିବା ବେଳେ ସେମାନଙ୍କ ପଛରେ
ସେନା ଯବାନଙ୍କ ଭଳି ପୋଷାକରେ
ଦୁଇଜଣ ବନ୍ଧୁକଧାରୀ ଠିଆ ହୋଇଥିବା
ଦେଖିବାକୁ ମିଳିଛି । ଅନ୍ୟ ଏକ
ଫଟୋରେ ଏକ ପଥର ନିକଟରେ
ଉଭୟ ଛାତ୍ରଛାତ୍ରୀଙ୍କ ମୃତଦେହ ପଡିଥିବା
ବେଳେ ସେଥିରେ ମୁଣ୍ଡ ନଥିବା
ଦେଖିବାକୁ ମିଳିଥିଲା । ତେବେ
ଏପର୍ଯ୍ୟନ୍ତ ଉଭୟଙ୍କ ଶବ ମିଳିପାରି
ନାହିଁ । ଉଭୟଙ୍କୁ ଶେଷଥର ପାଇଁ
ଜୁଲାଇ ୬ରେ ସେମାନଙ୍କ ଘର ପାଖ
ଏକ ଦୋକାନରେ ଲାଗିଥିବା ସିସିଟିଭି
ଫୁଟେଜରେ ଦେଖିବାକୁ ମିଳିଥିଲା ।
ଏହା ପରେ ସେମାନଙ୍କର ଆଉ
କୌଣସି ପତ୍ତା ମିଳିନଥିଲା । ସେମାନଙ୍କୁ
ବିଷ୍ଣୁପୁରରୁ ଅପହରଣ କରାଯାଇ
ଚୂରାଚାନ୍ଦପୁର ନିଆଯାଇଥିଲା ଓ
ସେଠାରେ ହତ୍ୟା କରାଯାଇଥିଲା ।
ଅନ୍ୟପକ୍ଷରେ ଉଭୟ ଛାତ୍ରଛାତ୍ରୀଙ୍କୁ
ହତ୍ୟା କରାଯାଇଥିବାର ଫଟୋ
ଭାଇରାଲ ହେବା ପରେ ଏହାକୁ
କେନ୍ଦ୍ରକରି ବୁଧବାର ପଶ୍ଚିମ ଇମ୍ଫାଲରେ
ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।
ସ୍ଥାନୀୟ ଛାତ୍ରଛାତ୍ରୀମାନେ ରାସ୍ତାରୋକ
କରିବା ସହ ହତ୍ୟାକାରୀଙ୍କୁ ତୁରନ୍ତ
ଗିରଫ କରିବାକୁ ଦାବି କରିଥିଲେ ।
ବିଭିତ୍ତ ସ୍ଥାନରେ ବିକ୍ଷୋଭକାରୀ
ଭଙ୍ଗାରୁଜା ଓ ଜଳାପୋଡା ମଧ୍ୟ
କରିଥିଲେ । ପୋଲିସ ସେମାନଙ୍କୁ
ଘଉଡାଇବା ଲାଗି ଲାଠିମାଡ କରିବା
ସହ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା ।
ଏହି ଘଟଣାରେ ୫୦ରୁ ଅଧିକ ଛାତ୍ର
ଆହତ ହୋଇଥିଲେ ।

Leave a Reply