Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବ୍ରୋଞ୍ଜ ଜିତିଲେ ଅନ୍ତିମ ପଙ୍ଘଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବ୍ରୋଞ୍ଜ ଜିତିଲେ ଅନ୍ତିମ ପଙ୍ଘଲ

ହାଙ୍ଗଝୌ:ଏସିଆ ଗେମ୍ସ କୁସ୍ତିରୁ ଭାରତକୁ ଆଉ ଏକ ପଦକ ମିଳିଛି । ଗତକାଲି ୮୭ କେଜି ବର୍ଗରେ ସୁନୀଲ କୁମାର ଭାରତ ପାଇଁ କୁସ୍ତିରେ ପ୍ରଥମ ପଦକ ଜିତିଥିଲେ । ସେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲେ । ଆଜି ମହିଳା ବର୍ଗରୁ ପଦକ ଆସିଛି । ଭାରତ ପାଇଁ ମହିଳା ୫୩ କେଜି ଫ୍ରି-ଷ୍ଟାଇଲ ରେସଲିଂରେ ଅନ୍ତିମ ପଙ୍ଘଲ ପଦକ ଜିତିଛନ୍ତି । ସେ କ୍ୱାର୍ଟର ଫାଇନାଲରେ ହାରି ଯାଇଥିଲେ ମଧ୍ୟ ରିପେଜ ଖେଳି ବ୍ରୋଞ୍ଜ ପଦକ ମ୍ୟାଚ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଏବେ ସେ ବ୍ରୋଞ୍ଜ ଲଢ଼େଇରେ ମଙ୍ଗୋଲିଆର ଷ୍ଟାର ରେସଲର ବାଟ ଓଚହିର ବୋଲୋରଟୁୟାଙ୍କୁ ପରାସ୍ତ କରି ପଦକ ହାସଲ କରିଛନ୍ତି । ବାଟ ଅଲିମ୍ପିକ୍ସ ଓ ବିଶ୍ୱ ରେସଲିଂରେ ପଦକ ଜିତିଥିଲେ । କିନ୍ତୁ ତାଙ୍କୁ ୧୯ ବର୍ଷୀୟ ଅନ୍ତିମ ୩-୧ରେ ହରାଇ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ଅନ୍ତିମଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ୨୦୨୩ ବିଶ୍ୱ ଚାମ୍ପିୟନଶିପ ଓ ୨୦ ବର୍ଷରୁ କମ ବିଶ୍ୱ ଚାମ୍ପିୟନଶିପ କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେହିପରି ଏସିଆନ ଚାମ୍ପିୟନଶିପରେ ମଧ୍ୟ ତାଙ୍କୁ ରୌପ୍ୟ ପକଦ ମିଳିଥିଲା । ଅନ୍ତିମଙ୍କ ପଦକୁ ମିଶାଇ ଚଳିତ ଏସିଆନ ଗେମ୍ସରେ ଭାରତର ମେଡାଲ ସଂଖ୍ୟା ୮୬ରେ ପହଞ୍ଚିଛି । ଏଥିରେ ୨୧ଟି ସ୍ୱର୍ଣ୍ଣ, ୩୨ଟି ରୌପ୍ୟ ଓ ୩୩ଟି ବ୍ରୋଞ୍ଜ ପଦକ ରହିଛି । ଅନ୍ୟପକ୍ଷରେ ୫୦ କେଜି ମହିଳା ଫ୍ରି ଷ୍ଟାଇଲ କୁସ୍ତିରେ ଭାରତର ପୂଜା ଗେହଲଟ ହାରି ଯାଇଛନ୍ତି । ସେ ମଧ୍ୟ ଅନ୍ତିମଙ୍କ ଭଳି ରିପେଜ ପର୍ଯ୍ୟାୟ ଦେଇ ବ୍ରୋଞ୍ଜ ପଦକ ଲଢ଼େଇକୁ ଯାଇଥିଲେ । କିନ୍ତୁ ବ୍ରୋଞ୍ଜ ଲଢ଼େଇରେ ମଧ୍ୟ ସେ ୨-୯ରେ ହାରି ପଦକ ଜିତିବାରୁ ବଞ୍ଚିତ ହୋଇଛନ୍ତି ।

Leave a Reply