Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହିଳାଙ୍କ ପରେ ସେମିରେ ପୁରୁଷ କବାଡ଼ି ଟିମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହିଳାଙ୍କ ପରେ ସେମିରେ ପୁରୁଷ କବାଡ଼ି ଟିମ

ହାଙ୍ଗଝୌ: ଏସିଆ ଗେମ୍ସ କବାଡି ଭାରତୀୟଙ୍କ ଦବଦବା ଜାରି ରହିଛି । ମହିଳାଙ୍କ ପରେ ଅପରାଜେୟ ସହ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ କବାଡି ଟିମ । ଆଜି ଦଳ ଏକତରଫା ଭାବେ ଚାଇନିଜ ତାଇପେଇ ଓ ଜାପାନକୁ ପରାସ୍ତ କରି ସେମି ଟିକେଟ ହାତେଛି । ଆସନ୍ତାକାଲି ଦଳ ସେମି ଫାଇନାଲରେ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଏହି ମ୍ୟାଚ୍ ଜିତିଲେ ପବନ ଶେରାୱତଙ୍କ ଟିମ ସ୍ୱର୍ଣ୍ଣ ପାଇଁ ଲଢ଼େଇ କରିବ । ୨୦୧୮ରେ ମଧ୍ୟ ଭାରତ ଏସିଆ ଗେମ୍ସର ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଦଳକୁ ଇରାନ ଠାରୁ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଏଥର ଦଳ କିନ୍ତୁ ସ୍ୱର୍ଣ୍ଣ ଜିତିବା ମୁଡରେ ରହିଛି । ଆଜି ଦଳ ସକାଳ ସମୟରେ ଚାଇନିଜ ତାଇପେଇକୁ ଭେଟିଥିଲା । ଏହି ମ୍ୟାଚ୍ ମଧ୍ୟ ବେଶ ଏକତରଫା ଥିଲା । ଭାରତ ଏହି ମ୍ୟାଚ୍‌କୁ ୫୦-୨୭ରେ ଜିତିଥିଲା । ଅପରାହ୍ନରେ ଭାରତୀୟ ଟିମର ମୁକାବିଲା ଜାପାନ ସହ ହୋଇଥିଲା । ଏହି ମ୍ୟାଚ୍‌କୁ ଭାରତୀୟ ଟିମ ୫୬-୨୮ରେ ବାଜିମାତ କରି ଫରଇନାଲ ଟିକେଟ ହାତେଇଛି । ଭାରତ ଡିଫେନ୍ସ ଅପେକ୍ଷା ରେଡିଂରେ ଅଧିକ ପଏଣ୍ଟ ହାସଲ କରିଥିଲା । ଅକ୍ଟୋବର ୩ରୁ ଭାରତୀୟ ପୁରୁଷ କବାଡି ଟିମର ଏସିଆ ଗେମ୍ସ ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚ୍‌ରେ ଦଳ ୫୫-୧୮ରେ ବାଂଲାଦେଶକୁ ହରାଇଥିଲା । ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଟିମ ଥାଇଲ୍ୟାଣ୍ଡକୁ ୬୩- ୨୬ରେ ମାତ ଦେଇଥିଲା । ପୁରୁଷ ଟିମ ଗ୍ରୁପ ପର୍ଯ୍ୟାୟର ଆଜି ପାକିସ୍ତାନ ସହ ଲଢ଼େଇ ସମସ୍ତ ୪ଟି ଯାକ ମ୍ୟାଚ୍ ଜିତି ଏବେ ପାକିସ୍ତାନ ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିଛି । ପୁରୁଷଙ୍କ ଭଳି ମହିଳା କବାଡି ଟିମ ମଧ୍ୟ ସେମି ଫାଇନାଲ ଟିକେଟ ହାତେଇଛି । ୨୦୧୮ ଏସିଆନ ଗେମ୍ସରେ ଭାରତୀୟ ମହିଳା ଦଳ ମଧ୍ୟ ସେମି ଫାଇନାଲରେ ହାରିଥିଲା ।

Leave a Reply