Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅକ୍ଟୋବର ୮ ରେ ଭୁବନେଶ୍ବରରେ ବଜରଙ୍ଗ ଦଳର ଶୌର୍ଯ୍ୟ ପରାକ୍ରମ ଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅକ୍ଟୋବର ୮ ରେ ଭୁବନେଶ୍ବରରେ ବଜରଙ୍ଗ ଦଳର ଶୌର୍ଯ୍ୟ ପରାକ୍ରମ ଯାତ୍ରା

୮ରେ ବଜରଙ୍ଗ ଦଳର ଶୌର୍ଯ୍ୟ ପରାକ୍ରମ ଯାତ୍ରା

ଭୁବନେଶ୍ୱର: ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସେପ୍େଟମ୍ୱର୍ ୩୦ରେ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ଶୌର୍ଯ୍ୟ ରଥ ଆଗାମୀ ଅକ୍ଟୋବର ୮ ତାରିଖ ରବିବାର ଦିନ ପୂର୍ବାହ୍ନରେ ଆସି ଭୁବନେଶ୍ୱରରେ ପହଂଚିବ ବୋଲି ସୂଚନା ଦେଇଛନ୍ତି ସଙ୍ଗଠନର ଓଡ଼ିଶା ପୂର୍ବପ୍ରାନ୍ତ ସମ୍ପାଦକ ମହେଶ କୁମାର ସାହୁ । ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଯୋଗ ଦେଇ ଏହି ଶୌର୍ଯ୍ୟ ଜାଗରଣ ଯାତ୍ରାର ଭବ୍ୟତା ଓ ବିଶାଳତା ଉପରେ ସେ ଆଲୋକପାତ କରିଥିଲେ । ଓଡ଼ିଶା ମାଟିର ଗୌରବ ଓ ଅସ୍ମିତା ରକ୍ଷା କରିବା ପାଇଁ ଯେଉଁ ମହାପୁରୁଷଗଣ ତାଙ୍କର ସର୍ବସ୍ୱ ତ୍ୟାଗ କରିଥିଲେ ସେମାନଙ୍କ କାର୍ଯ୍ୟର ମହନୀୟତା ସମାଜ ସାମ୍ନାରେ ଉପସ୍ଥାପନ କରିବା ସହ ଓଡ଼ିଶାର ଯୁବ ମାନସରେ ନିଜ ମାଟିର ସଂସ୍କୃତି ଓ ଐତିହ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ଆଭିମୁଖ୍ୟ ନେଇ ଏ ଯାତ୍ରା ସୁଦୂରପ୍ରସାରୀ ସମ୍ଭାବନା ସୃଷ୍ଟି କରିବ ବୋଲି ସେ କହିଥିଲେ । ସାମ୍ୱାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ପ୍ରଚାର ପ୍ରମୁଖ ମାନସ ମହାନ୍ତି ଏବଂ ବଜରଙ୍ଗ ଦଳର ପ୍ରାନ୍ତ ସହସଂଯୋଜକ ପ୍ରଭାତ ତ୍ରିପାଠୀଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦର ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ

Leave a Reply