Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦେଶର ଗରିବ ହିଁ ସବୁଠୁ ବଡ ଜାତି : ପ୍ରଧାନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦେଶର ଗରିବ ହିଁ ସବୁଠୁ ବଡ ଜାତି : ପ୍ରଧାନମନ୍ତ୍ରୀ

ଜଗଦଳପୁର/ନୂଆଦିଲ୍ଲୀ- କଂଗ୍ରେସ ଦେଶକୁ ଜାତି ଆଧାରରେ ଭାଗ ଭାଗ କରିବାକୁ ଚାହୁଁଥିବା ମଙ୍ଗଳବାର ଅଭିଯୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ, ଭାଜପା ପାଇଁ ଦେଶର ଗରିବ ହିଁ ସବୁଠୁ ବଡ ଜାତି ଏବଂ ସେମାନଙ୍କର କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବା ହିଁ ଉଦ୍ଦେଶ୍ୟ । କଂଗ୍ରେସ ନେତାମାନେ କହୁଛନ୍ତି ଯେତେ ଜନସଂଖ୍ୟା, ସେତିକି ହକ୍ । କିନ୍ତୁ ମୁଁ କହୁଛି, ଏ ଦେଶରେ ଯଦି କେହି ସବୁଠୁ ଅଧିକ ଜନସଂଖ୍ୟା ରହିଛି, ତାହା ହେଉଛି ଗରିବ । ଆଜି ଦିନିକିଆ ଛତିଶଗଡ଼ ଗସ୍ତରେ ଆସି ଜଗଦଳପୁରରେ ପ୍ରଧାନମନ୍ତ୍ରୀ ଭାଜପାର ପରିବର୍ତନ ସଂକଳ୍ପ ରାଲିକୁ ସମ୍ବୋଧନ କରି ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି କଂଗ୍ରେସ ପାର୍ଟିକୁ ତାଙ୍କ ନେତା ଚଳାଉନାହାଁନ୍ତି, ବରଂ ସେମାନେ ଚଳାଉଛନ୍ତି ଯେଉଁମାନେ କି ଦେଶ ବିରୋଧି ଶକ୍ତି ସହିତ ହାତ ମିଳାଇଛନ୍ତି । କଂଗ୍ରେସର ବଡ ନେତା ମୁହଁରେ ତାଲା ପକାଇ ବସିଛନ୍ତି ଏବଂ ପରଦା ପଛରେ ବସିଥିବା ଲୋକ ଦେଶ ବିରୋଧି ଶକ୍ତିଙ୍କ ସହିତ ହାତ ମିଳାଇଛନ୍ତି । ସେମାନଙ୍କର ଲକ୍ଷ୍ୟ ହିନ୍ଦୁମାନଙ୍କୁ କଷ୍ଟ ଦେଇ ଦେଶକୁ ନଷ୍ଟ କରିବା ।

Leave a Reply