Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କିଶୋର ଜେନାଙ୍କ ପାଇଁ ଦେଢ଼ କୋଟି ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କିଶୋର ଜେନାଙ୍କ ପାଇଁ ଦେଢ଼ କୋଟି ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କିଶୋର ଜେନାଙ୍କୁ ଦେଢ଼ କୋଟି ପୁରସ୍କାର । ଚୀନର ହଙ୍ଗଝୌରେ ଜାରି ଏସୀୟ କ୍ରୀଡ଼ା ୨୦୨୩ର ଜାଭେଲିନ ଥ୍ରୋରେ ଇତିହାସ ରଚିଥିବା ଓଡ଼ିଆ ପୁଅ କିଶୋର ଜେନାଙ୍କୁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସୂଚନାଥାଉକି, ଫାଇନାଲ୍‌ରେ କିଶୋର ନୀରଜ ଚୋପ୍ରାଙ୍କୁ କଡ଼ା ଟକ୍କର ଦେଇ ୮୭.୫୪ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ଜିତିଛନ୍ତି । ଆଉ ଏହା ସହ ନିଜ କ୍ୟାରିୟରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଛନ୍ତି । କିଶୋର ଜେନା ୮୧.୨୬ ମିଟର ଫିଙ୍ଗି ଫାଇନାଲ୍‌ରେ ନିଜର ଅଭିଯାନ ଆରମ୍ଭ କରିଥିଲେ । ସେ ପ୍ରଥମ ପ୍ରୟାସରେ ନୀରଜଙ୍କୁ କଡ଼ା ଟକ୍କର ଦେଇଥିଲେ । ନୀରଜ ଦ୍ୱିତୀୟ ପ୍ରୟାସରେ ୮୪.୪୯ ମିଟର ଜାଭେଲିନ ଫିଙ୍ଗିଥିବା ବେଳେ କିଶୋର ଫିଙ୍ଗିଥିଲେ ୭୯.୭୬ ମିଟର । ଆଉ ତୃତୀୟ ପ୍ରୟାସରେ କିଶୋର ୮୬.୭୭ ମିଟର ଭାଲା ଫିଙ୍ଗି ନୀରଜଙ୍କୁ ଅତିକ୍ରମ କରିଥିଲେ । ଚତୁର୍ଥ ପ୍ରୟାସରେ ନୀରଜ ୮୮.୮୮ ମିଟର ଫିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । କିଶୋର ମଧ୍ୟ ନିଜର ଚତୁର୍ଥ ଉଦ୍ୟମରେ ଶ୍ରେଷ୍ଠ ପ୍ରଦର୍ଶନ କରି ୮୭.୫୪ ମିଟର ଭାଲା ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି । ଏହା ପୂର୍ବରୁ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ କିଶୋର ୮୪.୭୭ ମିଟର ଭାଲା ଫିଙ୍ଗି ପଞ୍ଚମ ସ୍ଥାନ ହାସଲ କରିଥିଲେ । ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ଥିଲା ଯାହାକୁ ସେ ଏସୀୟ କ୍ରୀଡ଼ା ୨୦୨୩ରେ ଅତିକ୍ରମ କରିଛନ୍ତି । ରାଜ୍ୟର ପ୍ରଥମ ବ୍ୟକ୍ତି ଭାବେ ବିଶ୍ୱ ଆଥଲେଟିକ୍ସରେ ସେ ଭାଗ ନେଇଥିଲେ ।

Leave a Reply