Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୁରୁଷ ଜିତିଲେ ସ୍ୱର୍ଣ୍ଣ, ମହିଳାଙ୍କୁ ରୌପ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁରୁଷ ଜିତିଲେ ସ୍ୱର୍ଣ୍ଣ, ମହିଳାଙ୍କୁ ରୌପ୍ୟ

ହାଙ୍ଗଝୌ: ଏସିଆ ଗେମ୍ସର ଦୌଡ଼କୁଦ ଇଭେଣ୍ଟରେ ଭାରତର ପଦକ ବର୍ଷା ଜାରି ରହିଛି । ଜାଭେଲିନ ଠାରୁ ଆରମ୍ଭ କରି ବିଭିନ୍ନ ଟ୍ରାକ୍‌? ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ପଦକ ପରେ ପଦକ ଜିତି ଚାଲିଛନ୍ତି । ଏହିକ୍ରମରେ ୪ ଗୁଣା ୪୦୦ ମିଟର ରିଲେରେ ଭାରତ ଇତିହାସ ରହିଛି । ଭାରତୀୟ ପୁରୁଷ ଟିମ ୧୯୬୨ ପରେ ପ୍ରଥମଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମହିଳା ଟିମକୁ ରୌପ୍ୟ ପଦକ ମିଳିଛି । ପ୍ରଥମେ ମହିଳା ଟିମର ୪ ଗୁଣା ୪୦୦ ମିଟର ଫାଇନାଲ ହୋଇଥିଲା । ଏହି ଟିମରେ ଐଶ୍ୱର୍ଯ୍ୟା ମିଶ୍ରା, ଶୁଭା ଭେଙ୍କଟସନ, ପ୍ରାଚୀ ଓ ବିଥ୍ୟା ରାମରାଜ ରହିଥିଲେ । ଏମାନେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ସେମାନଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ୨୦୦୨ ମସିହା ଏସିଆନ ଗେମ୍ସରୁ ଭାରତୀୟ ମହିଳା ଟିମ ସବୁବେଳେ ୪ ଗୁଣା ୪୦୦ ରିଲେରେ ସ୍ୱର୍ଣ୍ଣ ଜିତି ଆସୁଥିଲା । କିନ୍ତୁ ଏଥର ଦଳକୁ ରୌପ୍ୟ ପଦକ ମିଳିଛି । ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଟିମ ୪ ଗୁଣା ୪୦୦ ମିଟର ରିଲେରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ଏହି ଟିମରେ ମହମ୍ମଦ ଆନସ, ଅଜମଲ, ଜ୍ୟାକବ ଓ ରାଜେଶ ରମେଶ ରହିଥିଲେ । ଭାରତୀୟ ଟିମ ଧାର୍ଯ୍ୟ ଟାର୍ଗେଟକୁ ୩ ମିନିଟ ୧ ସେକେଣ୍ଡ ଓ ୫୮ ମାଇକ୍ରୋ ସେକେଣ୍ଡରେ ଅତିକ୍ରମ କରି ଏପରି ସଫଳତା ପାଇଛି । ଦ୍ୱିତୀୟ ସ୍ଥାନରେ କତାର ରହିଥିବା ବେଳେ ଶ୍ରୀଲଙ୍କାକୁ ବ୍ରୋଞ୍ଜ ପଦକ ମିଳିଛି । ଭାରତୀୟ ପୁରୁଷ ଟିମ ସ୍ୱର୍ଣ୍ଣ ଜିତିବା ପରେ ଜାଭେଲିନରେ ସ୍ୱର୍ଣ୍ଣ ଓ ରୌପ୍ୟ ଜିତିଥିବା ନୀରଜ ଚୋପ୍ରା ଏବଂ କିଶୋର ଜେନା ସେମାନଙ୍କ ପାଖକୁ ଦୌଡ଼ି ଯାଇଥିଲେ । ସେମାନେ ତ୍ରିରଙ୍ଗା ସହ ଫୋଟ ପୋଜ ମଧ୍ୟ ଦେଇଥିେ

Leave a Reply