ଚମ୍ପୁଆରେ ଶୌର୍ଯ୍ୟ ଜାଗରଣ ଯାତ୍ରା

ଚମ୍ପୁଆ: ଓଡିଶା ପୂର୍ବପ୍ରାନ୍ତର ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଆନୁକୂଲ୍ୟରେ ଶୌର୍ଯ୍ୟ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ଶାଖାର ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର କାର୍ଯ୍ୟକର୍ତ୍ତାଙ୍କ ସହ ଚମ୍ପୁଆ ନଗରର ସମସ୍ତ ଆଧ୍ୟାତ୍ମିକ ଧର୍ମୀ ସଂଗଠନ ଓ ଜନ ସାଧାରଣ ସାମିଲ ହୋଇଥିଲେ । ଏହି ଶୌର୍ଯ୍ୟ ଜାଗରଣ ଯାତ୍ରା ରଥର ନଗର ପରିକ୍ରମା ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ଶିବ ମନ୍ଦିର ନିକଟ ଯାତ୍ରା ପଡିଆ ଠାରେ ପହଂଚି ଥିଲା । ସେଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ଚମ୍ପୁଆ ନଗର ସଭାପତି ଅଧ୍ୟାପକ ଗିରିଜା ଶଙ୍କର କରଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟବକ୍ତା ଭାବେ ମୟୁରଭଞ୍ଜ ବିଭାଗ ବିଶ୍ୱ ହିନ୍ଦୁ ପରିଷଦ ସମ୍ପାଦକ ଘନଶ୍ୟାମ ମହାନ୍ତ । ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥିଭାବେ ବଜରଙ୍ଗ ଦଳ କେନ୍ଦୁଝର ଜିଲ୍ଲା ସଂଯୋଜକ କୁମାର ଦାସ, ଜାଗରଣ ସ୍ୱାଗତ ସମିତିର ସମ୍ପାଦକ ଦେବେନ୍ଦ୍ର କୁମାର ଗିରି ଯୋଗ ଦେଇଥିଲେ । ଉମାକାନ୍ତ ସିଂ ମଂଚାସିନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଓଡିଶା ପୂର୍ବ ପ୍ରାନ୍ତ ର କାର୍ଯ୍ୟକାରିଣୀ ସଦସ୍ୟ ଗଣେଶ୍ୱର ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମଂଚାସିନ ଅତିଥି ମାନେ ନିଜ ନିଜ ଅଭିଭାଷଣରେ ଶୌର୍ଯ୍ୟ ଜାଗରଣ ର ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସଭାରେ ଗଙ୍ଗାଧର କର, ଦୁଷ୍ମନ୍ତ ମହାନ୍ତ, ଧରଣୀଧର ଦାସ, ଘନଶ୍ୟାମ ମହାନ୍ତ, ରାଜେଶ ଆଚାର୍ଯ୍ୟ, ବୁଧଦେବ ପ୍ରଧାନ, କଳାକର ମହାନ୍ତ, ରମାକାନ୍ତ ପ୍ରଧାନ, ଅନିଲ କୁମାର ସାହୁ, ପବନ କୁମାର ସାହୁ, ସୁବାଷ ବେହେରା ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *