Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଜରଙ୍ଗ ଦଳର ରଥକୁ ରାସ୍ତାରେ ଅଟକାଇବାରୁ ଉତ୍ତେଜନା ରାସ୍ତା ଉପରେ ଧାରଣାରେ ବସିଲେ ବିଭିନ୍ନ ହିନ୍ଦୁ ସଙ୍ଘଠନର ଶତାଧିକ କର୍ମୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଜରଙ୍ଗ ଦଳର ରଥକୁ ରାସ୍ତାରେ ଅଟକାଇବାରୁ ଉତ୍ତେଜନା ରାସ୍ତା ଉପରେ ଧାରଣାରେ ବସିଲେ ବିଭିନ୍ନ ହିନ୍ଦୁ ସଙ୍ଘଠନର ଶତାଧିକ କର୍ମୀ

ରାଜଗାଙ୍ଗପୁର : ସ୍ଥାପନା ଠାରୁ ନେଇକରି ଆଜିପର୍ଯ୍ୟନ୍ତ ବହୁବର୍ଷ ଧରି ହିନ୍ଦୁ ସମାଜର ନିସ୍‌୍ୱାର୍ଥପର ଭାବନା ନେଇ ସେବା କରିଆସୁଥିବା ବଜରଙ୍ଗ ଦଳର ଗୌରବମୟୀ ଇତିହାସ ସମ୍ବନ୍ଧରେ ଲୋକଙ୍କୁ ଅଗତ କରାଇବା ସହ ସଙ୍ଘଠନର ଶକ୍ତି ବୃଦ୍ଧିର ଲକ୍ଷ୍ୟ ନେଇ ବଜରଙ୍ଗ ଦଳପକ୍ଷରୁ ସର୍ବ ଭାରତୀୟ ସ୍ତରରେ ଶøର୍ଯ୍ୟ ଜାଗରଣ ରଥ ପରିକ୍ରମା କରୁଅଛି । ଏହି କ୍ରମରେ ଏକ ରଥ ଗତ ଦୁଇ ଦିନ ତଳେ ବଣେଇ ଲହୁଣୀପଡା ଲାଠିକଟା ରାଉରକେଲା ଏବଂ ବିରମିତ୍ରପୁର ପରିକ୍ରମା କରିବା ପରେ କଂସବାହାଲ ଦେଇ ରାଜଗଙ୍ଗପୁରକୁ ଗତ କାଲି ଯାଇଥିଲା । ସୌର୍ଯ୍ୟ ରଥଟି ରାଣୀବନ୍ଧ ଦେଇ ରାଜଗାଙ୍ଗପୁର ସହରକୁ ପ୍ରବେଶ କରୁଥିବାବେଳେ ଅନୁମତି ନ ଥିବା କହି ପୋଲିସ ପ୍ରଶାସନ ନାଏର ଛକ ଠାରେ ରଥକୁ ଅଟକାଇଥିଲା । ପୂର୍ବରୁ ନିଷ୍ପତି ହୋଇଥିବା ମାର୍ଗରେହିଁ ରଥ ଯିବ ବୋଲି କହିବା ସହ ବଜରଙ୍ଗ ଦଳ, ଦୁର୍ଗାବହିନୀ ଏବଂ ବିଶ୍ୱହିନ୍ଦୁ ପରିଷଦର ଶତାଧିକ କର୍ମୀମାନେ ସେହିଠାରେ ରାସ୍ତା ଉପରେ ବସିଯାଇ ହନୁମାନ ଚାଲିସା ଗାଇବା ସହ ରାମଙ୍କ ନାମ ସ୍ମରଣ କରିଥିଲେ । ଫଳରେ ପରିସ୍ଥିତି ଉତ୍ତେଜନପୂର୍ଣ୍ଣ ହୋଇଥିଲା । ପରିସ୍ଥିତି ଅଣାୟତ ଆଡ଼କୁ ଯାଉଥିବା ଦେଖି ଶେଷରେ ପୋଲିସର ବରିଷ୍ଟ ଅଧିକାରୀମାନେ ପହଞ୍ଚି ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ଗହଣରେ ର୍ସୌର୍ଯ୍ୟ ରଥକୁ ଦଳ ଦ୍ୱାରା ର୍ନିଦ୍ଧାରିତ ତଥା ମସଜିଦ ସମ୍ମୁଖ ରାସ୍ତା,ସୁବାଷ ଛକ ଦେଇ ଦେହର ପରିକ୍ରମା କରାଇବା ପାଇଁ ବାଧ୍ୟ ହୋଇଥିଲେ । ଏହି ଶୋଭାଯାତ୍ରାରେ ରାଜେଶ କୁମାର ଶର୍ମା, ବିଶ୍ୱମ୍ବର ନାଥ ମିଶ୍ର ,ଜିତେନ୍ଦ୍ର ଶର୍ମା, ରାଜନ ସତ୍ତ୍ୟାସୀ,ସନ୍ତୋଷ କୁମାର ର୍ତିକୀ, ରାଜୁ ବାଗ ସମେତ ଶତାଧିକ ସଦସ୍ୟମାନେ ଭାଗ ନେଇଥିଲେ ।

Leave a Reply