Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଷ୍ଟ୍ର ନିର୍ମାଣରେ ଶିଶୁ ମନ୍ଦିରର ଭୂମିକା ଅଗ୍ରଣୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ର ନିର୍ମାଣରେ ଶିଶୁ ମନ୍ଦିରର ଭୂମିକା ଅଗ୍ରଣୀ

ଭଦ୍ରକ: ଶୁକ୍ରବାର ଦିନିକିଆ ଗସ୍ତରେ ମହାମହିମ ରାଜ୍ୟପାଳ ରଘୁବର ଦାସ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ବନ୍ତ ସରସ୍ୱତୀ ଶିଶୁ ମନ୍ଦିରର ୨୫ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରଜତ ଜୟନ୍ତୀ ସମାରୋହରେ ଦିକ୍ଷାନ୍ତ ଭାଷଣ ରଖିଛନ୍ତି । ରାଜ୍ୟପାଳ ଦିବା ୧୨ଘଟିକାରେ ବନ୍ତ ଶିଶୁ ମନ୍ଦିରରେ ପହଞ୍ôଚବା ପରେ ତାଙ୍କୁ ଛାତ୍ର ଛାତ୍ରୀ ମାନେ ଅଭିବାଦନ ଜଣାଇଥିଲେ । ପରେ ଆୟୋଜିତ ସଭାକୁ ରଜତ ଜୟନ୍ତୀ ପରିଚାଳନା ସମିତିର ମୁଖ୍ୟ ଉପଦେଷ୍ଟା ଡ. ଶୁଭେନ୍ଦ୍ର କୁମାର ମିଶ୍ର ପୌରହିତ୍ୟ କରିଥିଲେ । ରାଜ୍ୟପାଳ ତାଙ୍କ ଅଭିଭାଷଣ ଆରମ୍ଭରେ ଓଡ଼ିଆରେ ନମସ୍କାର, ଜୁହାର ଓ ଅଭିନନ୍ଦନରୁ ବକ୍ତବ୍ୟ ଆରମ୍ଭ କରିଥିଲେ । ଯାହାକି ଉପସ୍ଥିତ ବୁଦ୍ଧିଜୀବୀ ଓ ଛାତ୍ର ଛାତ୍ରୀଙ୍କୁ ଚକିତ କରିଥିଲା । ସେ ଶିଶୁ ମନ୍ଦିରର ପରିବେଶ ଦେଖି ବିମୁଗ୍ଧ ହୋଇଥିବା ବେଳେ ଏଠାରେ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପ୍ରତିୟମାନ ହେଉଛି ବୋଲି କହିଥିଲେ । ଶିଶୁ ମନ୍ଦିର ସାଧାରଣ ସଂସ୍ଥା ନୁହେଁ,ରାଷ୍ଟ୍ର ନିର୍ମାଣରେ ଅଗ୍ରଣୀ ଭୂମୀକା ଲିଭାଉ ଥିବା ବେଳେ ଏଠାରୁ ଅଧ୍ୟୟନରତ ଛାତ୍ର ଛାତ୍ରୀ ସଂସ୍କାରିତ ହୋଇଥାନ୍ତି । ଆହୁରି ମଧ୍ୟ ଗୁଣବତ୍ତା ଶିକ୍ଷା ପ୍ରଦାନ ସହ ଖେଳ,କୁଦ ଓ ପ୍ରତିଭା ତିଆରି କରିବାରେ ଅଗ୍ରଣୀ ଭୂମିକା ରେ ଶିଶୁ ମନ୍ଦିର ରହିଛି । ତେଣୁ ଏଠାରେ ଅଧ୍ୟୟରତ ଛାତ୍ର ଛାତ୍ରୀ ଚାକିରୀ ପାଇଁ ପାଠ ନ ପଢି ଦେଶ ମାତୃକାର ସେବା ପାଇଁ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଥିଲେ । ଆହୁରି ମଧ୍ୟ କେନ୍ଦ୍ରର ନୂଆ ଶିକ୍ଷାନିତୀ ପ୍ରଣୟନରେ ଆଞ୍ଚଳିକ ଭାଷାକୁ ଯୋଡ଼ା ଯାଇଛି । ଯାହା ଫଳରେ ଆଗାମୀ ଦିନରେ ସରକାରୀ ସ୍କୁଲ ଗୁଡିକରେ ଉନ୍ନତ ଶିକ୍ଷା ଦିଆଯାଇ ପାରିବ । ଏବେ ଅଧାରୁ ପାଠ ଛାଡୁଥିବା ପିଲା ମାନଙ୍କ ପାଇଁ ଆମକୁ ଚିନ୍ତା କରିବାକୁ ପଡିବ । ସମସ୍ତେ ପାଠ ପଢିବା ସହ ଗରିବ ଦୂର ପାଇଁ ଶିକ୍ଷା ହିଁ ବଡ ପଦକ୍ଷେପ ଓ ପ୍ରକୃଷ୍ଠ ମାଧ୍ୟମ ବୋଲି ସେ କହି ଶିଶୁ ମନ୍ଦିରର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅନ୍ୟପକ୍ଷରେ ଭାରତ ବିଶ୍ୱ ଗୁରୁ ପାଇଁ ଆଗଉ ଥିବା ବେଳେ ଏଥିପାଇଁ ଯୁବ ଶକ୍ତିର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ସଭାରେ ପୂର୍ବତନ ସଂଗଠନ ସମ୍ପାଦକ ପଞ୍ଚାନନ ରାଉତ କହିଲେ ବନ୍ତ ସଦର ମହକୁମାରେ କୋର୍ଟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଦମକଳକେନ୍ଦ୍ର ଆଦି ପ୍ରତିଷ୍ଠା ହୋଇପାରି ନାହିଁ । ଯାହାକି ଦୁଃଖର ବିଷୟ । ଏହି ଜିଲ୍ଲାରୁ ଡ. ହରେକୃଷ୍ଣ ମହତାବ, ନିଳମଣୀ ରାଉତରାୟଙ୍କ ପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଥିବା ବେଳେ ମେଡିକାଲ କଲେଜ ହୋଇପାରୁ ନାହିଁ । ଏଥିସହ ଭଦ୍ରକରେ ପାରାମିଲିଟାରୀ ଫୋର୍ସ ପ୍ରତିଷ୍ଠା ପାଇଁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, ସ୍ୱାମୀ ଆଶ୍ରୟାନନ୍ଦଜୀ ମହାରାଜ, ପୂର୍ବୋତର ସମ୍ଭାଗ ସଭାପତି ଅମୂଲ୍ୟ ପ୍ରସାଦ ନାୟକ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମହାମହିମ ରାଜ୍ୟପାଳ “ପ୍ରୟାସ”ପୁସ୍ତକକୁ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ଶିଶୁ ମନ୍ଦିର ସମ୍ପାଦକ ସନ୍ତୋଷ କୁମାର ଜେନା ଅତିଥି ପରିଚୟ, ପ୍ରଧାନ ଆଚାର୍ଯ୍ୟ ସୁଧାଂଶୁ ଶେଖର ପଣ୍ଡା ବାର୍ଷିକ ବିବରଣୀ ପାଠ ଓ ଶେଷରେ ବନ୍ଦେ ମାତରାମ ଗାନ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ବିଜ୍ଞାନ ଏକାଡେମୀ ସଦସ୍ୟ ଇଂ ଅଭୟ ସୂତାର ଯୋଗ ଦେଇଥିବା ବେଳେ ଶିଶୁ ମନ୍ଦିରର ସଭାପତି ସୁରେନ୍ଦ୍ର କୁମାର ବାରିକ ସଭା ପରିଚାଳନା କରିଥିଲେ । ଏହି ଅବସରରେ ପୂର୍ବତନ ପରିଚାଳନା କମିଟିର ସଭ୍ୟ ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶଶି ଶେଖର କରଶର୍ମାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave a Reply