Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାଭେଲିନ ଥ୍ରୋ’ରେ ଅନୁ ରାଣୀଙ୍କୁ ସ୍ୱର୍ଣ୍ଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାଭେଲିନ ଥ୍ରୋ’ରେ ଅନୁ ରାଣୀଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ବର୍ଷର ଏସୀୟ କ୍ରୀଡ଼ାର ଦଶମ ଦିନରେ ଭାରତୀୟ କ୍ରୀଡ଼ାବିତଙ୍କର ଜୟଯାତ୍ରା ଅବ୍ୟାହତ ରହିଛି । ଏହା ମଧ୍ୟରେ ଭାରତ ପୁଣି ଏକ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛି । ଜାଭେଲିନ୍ ଥ୍ରୋ’ରେ ଭାରତ କମାଲ୍ କରିଛି । ଅନୁ ରାଣୀ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ପୂର୍ବରୁ ଆଜି ମହିଳା ୫୦୦୦ ମିଟର ଦୌଡ଼ରେ ପାରୁଲ ଚୌଧରୀ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଅନୁ ରାଣୀ ମହିଳା ଜାଭେଲିନ ଥ୍ରୋ’ରେ ୬୨.୯୨ ମିଟର ଥ୍ରୋ କରି ଏହି ସଫଳତା ହାସଲ କରିଛନ୍ତି । ନିଜର ଚତୁର୍ଥ ପ୍ରୟାସରେ ଅନୁ ଏହି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଗତ ୨୦୧୪ ଇଞ୍ଚିୟନ ଏସୀୟ କ୍ରୀଡ଼ାରେ ଅନୁ ରାଣୀ ବ୍ରୋଞ୍ଜ ପଦକ ଜିତିଥିଲେ । ଅନୁ ଏହି ପଦକ ଜିତିବା ଫଳରେ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ମୋଟ ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୫ରେ ପହଞ୍ଚିଛି । ଭାରତ ଆଜି ଆଥଲେଟିକ୍ସରେ ୬ଟି ପଦକ ଜିତିଥିବା ବେଳେ ଦଶମ ଦିନରେ ୯ଟି ପଦକ ଜିତିଛି । ଏହା ମଧ୍ୟରେ ଆଜିର ଦଶମ ଦିନରେ ଭାରତ ମୋଟ ୯ଟି ପଦକ ଜିତିଛି । ଫଳରେ ଭାରତର ମୋଟ ପଦକ ସଂଖ୍ୟା ୬୯ରେ ପହଞ୍ଚିଛି । ସେଥିମଧ୍ୟରେ ୧୫ଟି ସ୍ୱର୍ଣ୍ଣ, ୨୬ଟି ରୌପ୍ୟ ଓ ୨୮ଟି ବ୍ରୋଞ୍ଜ ପଦକ ରହିଛି । କେନୋଇଙ୍ଗ, ୫୪ କ୍ରିଗ୍ରା ବକ୍ସିଂ, ୪୦୦ ମିଟର ହର୍ଡଲ୍ସ, ୫୦୦୦ ମିଟର ଦୌଡ଼, ୮୦୦ ମିଟର ଦୌଡ଼, ଟ୍ରିପଲ ଜମ୍ପ, ଡେକାଥ୍ଲୋନ, ଜାଭେଲିନ ଥ୍ରୋ ଓ ୯୨ କେଜି ବକ୍ସିଂ ଆଦି ବିଭାଗରେ ଭାରତୀୟ କ୍ରୀଡ଼ାବିତମାନେ ଆଜି ପଦକ ଜିତିଛନ୍ତି ।

Leave a Reply