Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସିନାପାଲି ଶିଶୁ ବିଦ୍ୟାମନ୍ଦିରରେ ଅଭିଭାବକ ସମ୍ମିଳନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସିନାପାଲି ଶିଶୁ ବିଦ୍ୟାମନ୍ଦିରରେ ଅଭିଭାବକ ସମ୍ମିଳନୀ

ସିନାପାଲି – ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅଭିଭାବକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ରମେଶ କୁମାର ହଂସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସମ୍ବିଳନୀରେ ଅତିଥି ଭାବରେ ସଂକୁଳ ପ୍ରମୁଖ ତୁଳସୀରାମ ମେହେର, ପରିଚାଳନା ସମିତିର କୋଷାଧ୍ୟକ୍ଷ ବୈଷ୍ଣବ ମେହେର ଯୋଗଦେଇଥିଲେ । ଏ ଅବସରରେ ଶିଶୁର ବିକାଶରେ ଶିକ୍ଷକ, ଶିକ୍ଷାର୍ଥୀ ଓ ଅଭିଭାବକଙ୍କ ସମ୍ମିଳିତ ପ୍ରୟାସ ବିଷୟରେ ଆଲୋଚନା କରାଯାଇଥିଲା । ଉପସ୍ଥିତ ଶତାଧିକ ପିତାମାତା ନିଜ ନିଜ ଗଠନମୂଳକ ମତ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଆଚାର୍ଯ୍ୟ ପଞ୍ଚାନନ ନାଏକ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଆଚାର୍ଯ୍ୟା ରଞ୍ଜିତା ଠାକୁର ମଞ୍ଚ ପରିଚାଳନା କରିଥିଲେ । ଶେଷରେ ବିଦ୍ୟାଳୟର ଶୈକ୍ଷିକ ପ୍ରମୁଖ ହୃଦାନନ୍ଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply