Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନରେ ଆତଙ୍କବାଦୀ ମୁଫତି କାଇସର ଫାରୁକକୁ ଗୁଳି ମାରି ହତ୍ୟା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନରେ ଆତଙ୍କବାଦୀ ମୁଫତି କାଇସର ଫାରୁକକୁ ଗୁଳି ମାରି ହତ୍ୟା

ନୂଆଦିଲ୍ଲୀ: କିଏ ସେ ଅଜଣା ବ୍ୟକ୍ତି? ପାକିସ୍ତାନରେ ରହି ଭାରତର ଶତୃମାନଙ୍କୁ କିଏ କରୁଛି ନିପାତ? ପାକିସ୍ତାନରେ ଖୁଲମଖୁଲା ବୁଲୁଥିବା ଆତଙ୍କବାଦୀମାନଙ୍କୁ କିଏ ହତ୍ୟା କରୁଛି? ଏବେ ଏମିତି କିଛି ପ୍ରଶ୍ନ ଦୁଇ ଦେଶ ମଧ୍ୟରେ ଉଙ୍କି ମାରୁଛି । ବାସ୍ତବରେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ ସଇଦର ନିକଟତମ ବିବେଚିତ ହୋଇଥିବା ମୁଫତି କାଇସର ଫାରୁକକୁ କରାଚିରେ ଅଜ୍ଞାତ ଆକ୍ରମଣକାରୀ ଗୁଳି ମାରି ହତ୍ୟାକରିଛନ୍ତି । କାଇସର ଫାରୁକ୍ ଆତଙ୍କବାଦୀ ସଂଗଠନ ଲଶ୍କର ଇ ତଇବାର ପ୍ରତିଷ୍ଠାତା ସଦସ୍ôୟବାବେଳେ ହାଫିଜ ସଇଦର ଘନିଷ୍ଠ ସହଯୋଗୀ ଥିଲା । ମିଳିଥିବା ଖବର ମୁତାବକ, ଶନିବାର ଦିନ ସାମନାବାଦ୍ ଅଂଚଳରେ ଏକ ଧାର୍ମିକ ଅନୁଷ୍ଠାନ ନିକଟରେ ୩୦ ବର୍ଷୀୟ କାଇସର ଖୁଲମଖୁଲାଭାବେ ବୁଲୁଥିବାବେଳେ ତା ଉପରକୁ ଗୁଳି ଚଳାଯାଇଥିଲା । ଗୁଳିମାଡ ପରେ ମୁଫତି କାଇସର ତଳେ ପଡିଯାଇଥିବାବେଳେ ଅନ୍ୟ ଲୋକମାନେ ଦୌଡ଼ି ପଳାଇଥିଲେ । ଏହି ଗୁଳି ବିନିମୟ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯାହା ଆତଙ୍କବାଦୀ କାଇସର ଫାରୁକର ହତ୍ୟା ଘଟଣାର ସିସିଟିଭି ଫୁଟେଜ ବୋଲି କୁହାଯାଉଛି । ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ମୁଫତି କାଇସର କିଛି ଲୋକଙ୍କ ସହ ଚାଲି ଚାଲି ଯାଉଥିବାବେଳେ ହଠାତ ତା ଉପରକୁ ଗୁଳିମାଡ କରାଯାଇଥିଲା । ଆଉ ମୁଫତି କାଇସର ତଳେ ପଡିଯାଇଥିଲା ଅନ୍ୟ ଲୋକମାନେ ଦୌଡ଼ି ପଳାଇଯାଇଥିଲେ । ତେବେ କିଏ ଗୁଳି ମାଡ କରିଥିଲା ସେନେଇ କୌଣସି ସୂଚନା ମିଳିନାହିଁ

Leave a Reply