Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପଡ଼ୋଶୀ ରାଜ୍ୟକୁ ବଢ଼ୁଛି ଗୋ ଚାଲାଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଡ଼ୋଶୀ ରାଜ୍ୟକୁ ବଢ଼ୁଛି ଗୋ ଚାଲାଣ

ଭୁବେନଶ୍ୱର: ଅଥର୍ନୀତିର ବିକାଶ ପଛରେ ଗୋ-ମାତାଙ୍କ ହାତ ରହିଛି । କିନ୍ତୁ ଏବେ ଗୋ-ସମ୍ପଦର ବଦଳିଯାଇଛି ସ୍ଥିତି । ବେଲଗାମ୍ ଗୋରୁ ଚାଲାଣକାରୀ ଗୋମାଫିଆ । କଣ୍ଟେନର ବୋଝେଇ ଗୋରୁ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଛି । ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡକୁ ଚାଲାଣ କରାଯାଉଛି । ଖୋର୍ଦ୍ଧାର ଜାତୀୟ ରାଜପଥ ଦେଇ ଅନ୍ୟ ରାଜ୍ୟକୁ ଲମ୍ବିଛି ଏହାର ନେଟୱାର୍କ । ମାଫିଆଙ୍କ ହାତରେ ବନ୍ଧୁକ ଓ ଅତ୍ୟାଧୁନିକ ମାରଣାସ୍ତ୍ର ରହିଛି । ଗୋଚାଲାଣକୁ ପ୍ରତିରୋଧ କରୁଥିବା ପୁଲିସକମର୍ଚାରୀଙ୍କ ଉପରେ ଗୁଳିମାଡ କରିବା ସହମାରଣାସ୍ତ୍ରରେ ଆକ୍ରମଣ କରୁଛନ୍ତି ମାଫିଆ ।ଗୋ-ଚାଲାଣ ପଛରେ ପଶ୍ଚିମବଙ୍ଗରଏକାଧିକ ମୋଷ୍ଟୱାଣ୍ଟେଡ୍‌ଙ୍କ ସମ୍ପୃକ୍ତି ରହୁଛି ।ସେମାନଙ୍କ ସିଗ୍‌ନାଲରେ ଓଡ଼ିଶାରେ ଥିବାଦଲାଲ୍ ଏହି ଗୋ-ଚାଲାଣ ରାକେଟ୍‌ଚଳାଇଛନ୍ତି । ଏହାକୁ ରୋକିବା ଲାଗିକମିସନରେଟ୍ ପୁଲିସ ଓ ସ୍ପେଶାଲ ଟାସ୍କଫୋସ(ର୍ଏସ୍‌ଟିଏଫ୍‌) ହସ୍ତେକ୍ଷପ କରିଛି । ଗତ ଦେଢ଼ବର୍ଷରେ ୩ କଣ୍ଟେନରରୁ ୨୨୯ ଗୋରୁ ଉଦ୍ଧାର କରିବା ସହ ୪ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍ । ଆଉ କମିସନରେଟ ପୁଲିସ ୧୦୬ଟି ଗୋରୁ ସମେତ ୧୦ଜଣ ଗୋ-ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ଏହିପରି ଦେଢ଼ବଷର୍ରେ ମୋଟ ୩୩୫ ଗୋରୁ ଉଦ୍ଧାର କରାଯାଇଛି । ରାଜଧାନୀର ଜାତୀୟ ରାଜପଥ ଦେଇ ପ୍ରତି ଶୁକ୍ରବାର ଓ ମଙ୍ଗଳବାର ଗୋରୁ ଚାଲାଣ ହୋଇଥାଏ । ଗୋ-ମାଫିଆମାନେ ଚାଲାଣ ପୂବର୍ରୁ ଏସ୍‌କର୍ଟ ଟିମ୍ ଗୋରୁ ବୋଝେଇ କଣ୍ଟେନର ଆଗ ଓପଛରେ ଯାଉଛି । ସେମାନେ ରାସ୍ତାରେ ବୁଲିବୁଲି ସବୁଜ ସଙ୍କେତ ଦେବା ପରେ କଣ୍ଟେନର ଆଗକୁ ବଢ଼ିଥାଏ । ଏପରିକି ପୁଲିସ କିମ୍ବା ଗୋ-ରକ୍ଷକଙ୍କ ଠାରୁ ବର୍ତ୍ତିବା ଲାଗି ଏସ୍‌କର୍ଟ ଟିମ୍‌ର ଯୁବକମାନେ ବୁଲେଟ ଓ ବାଇକରେ ଯାଇଥାନ୍ତି । ଖୋର୍ଦ୍ଧାର ବେଗୁନିଆରୁ ଯାଜପୁର ଜିଲ୍ଲାର ପାଣିକୋଇଲି ଯାଏଁ ଗୋଟିଏ ଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପର୍ଯ୍ୟନ୍ତ ଆଉ ଗୋଟିଏ ଏସ୍‌କର୍ଟ ଯାଇଥାଏ । ଗୋଟିଏ ବଡ଼ କଣ୍ଟେନର୍ ଲାଗି ପ୍ରତି ଏସ୍‌କର୍ଟ ଟିମ୍ ଲକ୍ଷେ ଟଙ୍କା ଯାଏଁ ନେଇଥାନ୍ତି । ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରୁ ବାହାରି ଜାତୀୟ ରାଜପଥରେ ଲକ୍ଷ୍ମଣନାଥ ଦିଗକୁ ଯାଇଥାନ୍ତି । ଉକ୍ତ ଗୋରୁଗୁଡ଼ିକ ପଶ୍ଚିମବଙ୍ଗ ସୀମାର ସୁନାକଣିଆ ଓ ଠାକୁରଦା ହାଟରେ ପହଞ୍ଚିଥାଏ । ସେଭଳି ମୁର୍ସିଦାବାଦ ଓ ମାଲଦା ବାଟେ ବାଂଲାଦେଶକୁ ଗୋରୁ ପଠାଯାଏ ବୋଲି ଅଭିଯୋଗ ହେଉଛି । ଓଡ଼ିଶାରେ ବଢ଼ିଥିବା ଗୋ-ଚାଲାଣ ରୋକିବା ଲାଗି ଏସ୍‌ଟିଏଫ୍ ପକ୍ଷରୁ ନିଆଯାଇଛି ନୂଆ ପଦକ୍ଷେପ । ଏସ୍‌ଟିଏଫ୍ ଟିମ୍ ଗୁଇନ୍ଦାକୁ ଅଧିକ ସକ୍ରିୟ କରିବା ସହ ରାତିଅଧିଆ ଜାତୀୟ ରାଜପଥରେ ଲୁଚି ରହି ଚଢ଼ଉ କରୁଛନ୍ତି । ଗୋରୁ ବୋଝେଇ କଣ୍ଟେନର ଚାଲାଣ ବିଷୟରେ ଖବର ଦେବାକୁ ପୁଲିସ ପକ୍ଷରୁ ନିବେଦନ କରାଯାଇଛି । ଖବରଦାତାଙ୍କ ନାମ ଗୋପନ ରଖାଯିବା ସହ ପୁଲିସ ପକ୍ଷରୁ ପୁରସ୍କାର ଦିଆଯାଇ ଉତ୍ସାହିତ କରାଯିବ ବୋଲି ସୂଚନା ମିଳିଛି । ଏସ୍‌ଟିଏଫ୍‌ର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଗୋ-ଚାଲାଣ ପଛରେ ସଂଗଠିତ ଅପରାଧର ଆଭାସ ମିଳୁଛି । ସେଥିରେ କଟକଣା ଲଗାଇକୁ ପ୍ରସ୍ତୁତ ହୋଇଛରଣନୀତି । ଏପରିକି ଗୋରୁଗୁଡ଼ିକୁ ମୁହଁ ଓ ଗୋଡ଼ ବାନ୍ଧି ଅତି ଦୟନୀୟ ଭାବେ ଚାଲାଣ କରାଯାଉଛି । ସୂଚନା ଆଧାରରେ ଗୋଚାଲାଣ ରୋକିବା ଲାଗି ଚଢ଼ଉ କରାଯାଉଛି । ଆଗାମୀ ଦିନରେ ଚଢ଼ଉ ଜାରିରହିବ । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଭଳି ଜିଲ୍ଲାର ବିଭିନ୍ନ ହାଟରୁ ଗୋରୁଙ୍କ ଚଲାଇ ଚଲାଇ ଆନ୍ଧ୍ରର ମୀନାପୁରମ୍ ହାଟକୁ ନିଆଯାଉଛି । ଏହା ଦେଶର ଅନ୍ୟତମ ବୃହତ ଗୋରୁ ହାଟ । ସେଠାରୁ କଣ୍ଟେନରରେ ଗୋରୁଗୁଡ଼ିକୁ ହାଇଦ୍ରାବାଦ ଚାଲାଣ କରାଯାଉଛି । କୋରାପୁଟ ଜିଲ୍ଲା ଜୟପୁରର ମଙ୍ଗଳବାର ହାଟ, ଜୟପୁର-ବୋରିଗୁମ୍ମା ରାସ୍ତାରେ ଜୟନ୍ତଗିରି ହାଟ ଓ କୁନ୍ଦୁଲି ହାଟ ଆଦିରୁ ନିୟମିତ ଗୋରୁ ମାଫିଆ ଗୋରୁ ସଂଗ୍ରହ କରୁଛନ୍ତି । ଗୋରୁ ଗୋଠକୁ ସୁଙ୍କି ଓ ସାଲୁର ଘାଟି ଦେଇ ଆନ୍ଧ୍ରର ମୀନାପୁରମ୍ ହାଟକୁ ପଠାଯାଉଛି । ଖୋର୍ଦ୍ଧାର ପୋତାପଡ଼ା, ଡେଲାଙ୍ଗ, କେରଙ୍ଗ, ତରତୁଆ ଓ ଜଟଣୀର ବେଣାପଞ୍ଜରୀ, ତିରିମିଲ୍ଲ ଆଦି ଗ୍ରାମାଞ୍ଚଳରୁ ମାଫିଆମାକ୍ଷନ ଗୋରୁ ସଂଗ୍ରହ କରି ଚାଲାଣ କରୁଛନ୍ତି ।

Leave a Reply