Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କୁ ପୂଜା କରୁଥିବା ଗ୍ରାମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କୁ ପୂଜା କରୁଥିବା ଗ୍ରାମ

ଅକ୍ଟୋବର ୨ ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିବସ । ୧୮୬୯ ମସିହା ଅକ୍ଟୋବର ୨ ତାରିଖରରେ ପୋର ବନ୍ଦରରେ ଜନ୍ମଗ୍ରହଣ କରିଥିଲେ । ତେବେ କର୍ଣ୍ଣାଟକର ମାଙ୍ଗାଲୁରୁସ୍ଥିତ ଶ୍ରୀବ୍ରହ୍ମା ବୈଦରକଳା କ୍ଷେତ୍ର ଗରେଡିରେ ମହାତ୍ମାଗାନ୍ଧୀଙ୍କ ଏକ ମନ୍ଦିର ରହିଛି । ଏହି ମନ୍ଦିରରେ ବାପୁଙ୍କୁ ଦୁଇ ତିନିଥର ପୂଜା କରାଯାଉଛି । ପ୍ରତ୍ୟେକ ବର୍ଷ ଅକ୍ଟୋବର ୨ ଏବଂ ଅଗଷ୍ଟ ୧୫ରେ ବାପୁଙ୍କୁ ବିଶେଷ ପୂଜା କରାଯାଇଥାଏ । ୧୯୪୮ ମସିହାରେ ଏହି ମନ୍ଦିରଟି ନିର୍ମାଣ କରାଯାଇଥିଲା । ୨୦୦୬ରେ ବାପୁଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ତିଆରି କରାଯାଇଛି । ସେହିପରି ଓଡିଶାର ସମ୍ବଲପୁର ଜିଲ୍ଲା ଭଟାରା ଗାଁରେ ରହିଛି ବାପୁ ମନ୍ଦିର । ଏହି ମନ୍ଦିରରେ ୬ଫୁଟ୍ ଉଚ୍ଚତାର ବାପୁଙ୍କର ଏକ ମୂର୍ତ୍ତି ରହିଛି । ମୂର୍ତ୍ତି ଉପରେ ତ୍ରିରଙ୍ଗା ମଧ୍ୟ ଉଡୁଛି । ମନ୍ଦିର କାନ୍ଥରେ ବିଆର ଆମ୍ବେଦକରଙ୍କ ସହିତ ଅନ୍ୟ ମହାପୁରୁଷଙ୍କ ଫଟୋ ମଧ୍ୟ ରହିଛି । ଏହି ମନ୍ଦିରର ନିର୍ମାଣ ପ୍ରଥମେ ଗାନ୍ଧୀବାଦୀ ନେତା ଅଭିମନ୍ୟୁ କରିଥିଲେ । ଗ୍ରାମବାସୀଙ୍କ ସହଯୋଗରେ ମନ୍ଦିରଟି ନିର୍ମାଣ ହୋଇଥିଲା ।

Leave a Reply