Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨ୟ ଦିନରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ରାମଲାଲାଙ୍କ ବିଗ୍ରହ ପ୍ରବେଶ ପୂର୍ବରୁ ଗର୍ଭଗୃହର କରାଗଲା ପୂଜାର୍ଚ୍ଚନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨ୟ ଦିନରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ରାମଲାଲାଙ୍କ ବିଗ୍ରହ ପ୍ରବେଶ ପୂର୍ବରୁ ଗର୍ଭଗୃହର କରାଗଲା ପୂଜାର୍ଚ୍ଚନା

ନୂଆଦିଲ୍ଲୀ ମର୍ଯ୍ୟାଦା ପୁରୁଷୋତମଙ୍କ ଆଗମନକୁ ନେଇ, ସବୁଠି ଉକ୍ରଣ୍ଠା, ସବୁଠି ଉତ୍ସାହ । ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅପେକ୍ଷା କରି ରହିଛି ସାରା ଭାରତବର୍ଷ । ଗର୍ଭଗୃହରେ ଶ୍ରୀରାମଙ୍କ ବାଳକ ରୂପର ବିଗ୍ରହ ସ୍ଥାପନ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଂଚି ସାରିଛି । ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଯଜମାନର ଦାୟିତ୍ୱ ନିର୍ବାହ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକାଧିକ ନାଁ’କୁ ନେଇ ଚର୍ଚ୍ଚା ଭିତରେ ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତ, ମୋଦୀ ହିଁ ମୁଖ୍ୟ ଯଜମାନ ହେବେ ବୋଲି ସୂଚନା ଦେଇଛନ୍ତି । ପ୍ରାଣପ୍ରତିଷ୍ଠା ପାଇଁ ଭକ୍ତି ଓ ଶ୍ରଦ୍ଧାମୟ ଭିତରେ ୩ ଦିନ ଆଧ୍ୟାତ୍ମିକ ଚେତେନା ଭିତରେ ରହିବେ ପ୍ରଧାନମନ୍ତ୍ରୀ । ପ୍ରାଣ ପ୍ରତିଷ୍ଠା ଦିନ ନିର୍ଜଳା ଉପବାସ କରିବେ ପ୍ରଧାନମନ୍ତ୍ରୀ । ୧୯ ରୁ ୨୧ ତାରିଖ ଯାଏଁ କେବଳ ଫଳମୂଳ ଆହାର ଗ୍ରହଣ କରିବେ । ଖଟରେ ନଶୋଇ ତଳେ ବିଛଣାରେ ଶୋଇବେ । ଶ୍ଲୋକ ଓ ଭଜନ ଜପ କରିବେ ନରେନ୍ଦ୍ର ମୋଦୀ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ହାତରେ ରାମଲାଲାଙ୍କୁ ସ୍ଥାପିତ କରିବେ । ଆଠ ଦିନ ଧରି ଆଧ୍ୟାତ୍ମିକ ବିଧି ଚାଲିବ । ତେଣୁ ଯଜମାନୀ ଦାୟିତ୍ୱରେ ସହଯୋଗ କରିବା ପାଇଁ ଅନିଲ ମିଶ୍ରଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ଡକ୍ଟର ଅନୀଲ ମିଶ୍ର ପେଶାରେ ଜଣେ ଡାକ୍ତର ଓ ପରବର୍ତୀ ସମୟରେ ଆରଏସଏସରେ ସାମିଲ ହୋଇଥିଲେ । ଏପଟେ ଅଯୋଧ୍ୟାରେ ପହଁଚିଲେଣି ଅତିଥି । ପୌରାଣିକ ଧାରାବାହିକ ରାମାୟଣରେ ରାମ,ସୀତା ଓ ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ବନାଇପାରିଥିବା ଅରୁଣ ଗୋଭିଲ, ସୁନୀଲ ଲହରୀ ଓ ଦିପୀକା ଚିଖାଲିଆ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପ୍ରାଣପ୍ରତିଷ୍ଠା ଦିନ ପ୍ରଖ୍ୟାତ ନୃତ୍ୟୁ ଶିଳ୍ପୀ, ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳୀନି ପରିବେଷଣ କରିବେ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୂଚନା ଅନୁସାରେ ଦେଶର ପ୍ରାୟ ୭ ହଜାର ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଛି । ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ବିଦେଶରୁ ୧୦୦ରୁ ଅଧିକ ବିଶେଷ ଅତିଥି ଯୋଗ ଦେବେ ।

Leave a Reply