Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଷ୍ଟିପଲଚେଜରେ ଆଉ ୨ ପଦକ ହାତେଇଲା ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଷ୍ଟିପଲଚେଜରେ ଆଉ ୨ ପଦକ ହାତେଇଲା ଭାରତ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଭାରତୀୟ ଦଳର ଦବଦବା ଜାରି ରହିଛି । ବିଶେଷ କରି ଷ୍ଟିପଲଜେଚରେ ୩ଟି ଯାକ ପଦକ ଜିତି ଇତିହାସ ରଚିଛି ଟିମ ଇଣ୍ଡିଆ । ଗତକାଲି ଏହି କାଟାଗୋରୀର ପୁରୁଷ ଦଳ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିବା ବେଳେ ବର୍ତ୍ତମାନ ଭାରତର ମହିଳା ଦଳ ଆଉ ୨ଟି ପଦକ ହାସଲ କରିଛି । ପୁରୁଷ ଦଳ ସ୍ୱର୍ଣ୍ଣ ପଦକ ଜିତି ଇତିହାସରେ ନାମ ଲିପିବଦ୍ଧ କରିଥିବା ବେଳେ ମହିଳା ଦଳ ସାମାନ୍ୟ ପଛରେ ପଡ଼ି ଯାଇଛନ୍ତି । ତେଣୁ ଦଳକୁ ରୌପ୍ୟ ଏବଂ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏସୀୟ କ୍ରୀଡ଼ା ମହିଳା ଷ୍ଟିପଲଚେଜରେ ଭାରତକୁ ରୌପ୍ୟ ପଦକ ସହ ବ୍ରୋଞ୍ଜ ପଦକ ନିଜ ନାମରେ କରିଛି । ୩ ହଜାର ମିଟର ଷ୍ଟିପଲଚେଜରେ ଭାରତର ପାରୁଲ ଚୌଧୂରୀ ଏବଂ ପ୍ରୀତି ଭାରତ ପାଇଁ ଏହି ଗୌରବ ଆଣିଛନ୍ତି । ଏହି ମ୍ୟାଚରେ ଦ୍ୱିତୀୟ ସ୍ଥାନରେ ରହି ପାରୁଲ ରୌପ୍ୟ ପଦକ ହାସଲ କରିଥିବା ବେଳେ ପ୍ରୀତିଙ୍କୁ ବ୍ରୋଞ୍ଜ ପଦକରେ ସନ୍ତଷ୍ଟ ହେବାକୁ ପଡ଼ିଛି । ଗତକାଲି ଷ୍ଟିପଲଚେଜରେ ଭାରତ ପୁରୁଷ କାଟାଗୋରୀରେ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲା ।

Leave a Reply