ଏବିଭିପିର ଆଗାମୀ ଦିଲ୍ଲୀ ରାଷ୍ଟ୍ରୀୟ ଅଧିବେଶନ ପାଇଁ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର, ୨ ।୧୦ : ୩୦ ନଭେମ୍ବରରୁ ୩ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଅମୃତ ମହୋତ୍ସବ ପାଳନ ତଥା ୬୯ତମ ରାଷ୍ଟ୍ରୀୟ ଅଧିବେଶନର ଲୋଗୋ ସିଲଂରେ ଚାଲିଥିବା ଅଖିଳ ଭାରତୀୟ ପଦାଧିକାରୀ ବୈଠକରେ ଏବିଭିପିର ରାଷ୍ଟ୍ରୀୟ ଉପସଭାପତି ପୁନମ ସିଂହ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଯାଜ୍ଞବଳ୍କ ଶୁକ୍ଲ, କେନ୍ଦ୍ରୀୟ କାର୍ଯ୍ୟ ସମିତି ସଦସ୍ୟା ନିଧି ତ୍ରିପାଠୀ, ରାଷ୍ଟ୍ରୀୟ ସମ୍ପାଦିକା ଅଙ୍କିତା ପାୱାର ଓ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀ ଆଶିଷ ଚୈାହାନଙ୍କ ଦ୍‌ାରା ଉନ୍ମୋଚନ କରାଯାଇଛି । ଆଗାମୀ ରାଷ୍ଟ୍ରୀୟ ଅଧିବେଶନ ଏ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଅଧିବେଶନ ଗୁଡ଼ିକ ମଧ୍ୟରୁ ସବୁଠାରୁ ବଡ ଅଧିବେଶନ ହେବ, ଯେଉଁଥିରେ ସାରା ଦେଶରୁ ୧୦ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିବେ । ବର୍ତ୍ତମାନ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ହେଉଛି ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ଯାହାକି ୪୪ ଲକ୍ଷରୁ ଅଧିକ ସଦସ୍ୟବିଶିଷ୍ଟ ଏକମାତ୍ର ପଞ୍ଜୀକୃତ ଛାତ୍ର ସଂଗଠନ, ଯାହା ନିଜର ପ୍ରତିଷ୍ଠା କାଳରୁ ହିଁ ଛାତ୍ରଛାତ୍ରୀଙ୍କ କଲ୍ୟାଣ ତଥା ଉତ୍ତତି ପାଇଁ କାର୍ଯ୍ୟ କରିଆସୁଛି । ଆଜି ଦେଶର ସମସ୍ତ କ୍ୟାମ୍ପସରେ ଏବିଭିପିର ଶାଖା କାର୍ଯ୍ୟ କରୁଛନ୍ତି ଏବଂ ବିଦ୍ୟାର୍ଥୀମାନଙ୍କ ମୁଖ୍ୟ ଦାବିକୁ ନେଇ କାର୍ଯ୍ୟ କରୁଛନ୍ତି । ଏବିଭିପି ଆସି ଆଜି ଏକ ବିରାଟ ଦ୍ରୁମରେ ପରିଣତ ହୋଇଛି । ଶିକ୍ଷା କ୍ଷେତ୍ରରେ ଉତ୍ତତି ଆଣିବା ସହ ସାମାଜିକ ସମସ୍ୟାର ସମାଧାନ ପାଇଁ ସଦା କାର୍ଯ୍ୟ କରୁଛି ବିଦ୍ୟାର୍ଥୀ ପରିଷଦ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶାର ରାଜ୍ୟ ସମ୍ପାଦକ ଶ୍ରୀ ଅରିଜିତ ପଟ୍ଟନାୟକ କହିଛନ୍ତି, ଚଳିତ ବର୍ଷ ଦିଲ୍ଲୀରେ ଏବିଭିପିର ୬୯ ତମ ରାଷ୍ଟ୍ରୀୟ ଅଧିବେଶନ ଅତ୍ୟନ୍ତ ଭବ୍ୟ ଆକାରରେ ଆୟୋଜିତ ହେବ, ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନେ ଯୋଗ ଦେବେ । ଦେଶର ସଂସ୍କୃତି, ଶିକ୍ଷା ଓ ସାମାଜିକ ସ୍ଥିତିରେ ଆଲୋଚନା କରାଯିବ । ରାଷ୍ଟ୍ରୀୟ ଅଧିବେଶନରେ ରାଷ୍ଟ୍ରୀୟ ଏକତାର ସଦ୍ଭାବନା ଦେଖିବାକୁ ମିଳିବା ସହ ଦିବ୍ୟ ଓ ଭବ୍ୟ ଲଘୁ ଭାରତର ସମଷ୍ଟି ମଧ୍ୟ ଦେଖିବାକୁ ମିଳିବ । ଏଥିରେ ଓଡିଶାରୁ ମଧ୍ୟ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଯୋଗ ଦେବେ ।

Leave a Reply

Your email address will not be published. Required fields are marked *