Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଦରକାରୀ ଫାଇଲ ବିକି ୧୨୦୦କୋଟି ଆୟ କଲେ ମୋଦି ସରକାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଦରକାରୀ ଫାଇଲ ବିକି ୧୨୦୦କୋଟି ଆୟ କଲେ ମୋଦି ସରକାର

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଅଧିନରେ ଥିବା ମନ୍ତ୍ରଣାଳୟ ଅଦକାରୀ ଫାଇଲ୍‌, ଖରାପ ହୋଇଯାଇଥିବା ଅଫିସ ଉପକରଣ ଓ ପୁରୁଣା ଗାଡି ଇତ୍ୟାଦି କବାଡି ବାଲାକୁ ବିକ୍ରି କରି ମାଲମାଲ ହୋଇଛନ୍ତି । ଏହି ଅଦରକାରୀ ଜିନିଷ ବିକି ସରକାର ଚନ୍ଦ୍ରାୟାନ-୩ ବଜେଟ ୬୦୦କୋଟି ଟଙ୍କାର ଦୁଇଗୁଣ ଅଧିକ ଟଙ୍କା ଆୟ କରିଛନ୍ତି । ଅକ୍ଟୋବର ୨୦୨୧ରୁ ଏବେ ଯାଏଁ ଅଦରକାରୀ ଜିନିଷ ବିକ୍ରି କରି ସରକାର ୧୧୬୩ କୋଟି ଟଙ୍କା ପାଇଛନ୍ତି । କେବଳ ଅକ୍ଟୋବରରେ ହିଁ ସରକାର ଅନାବଶ୍ୟକ ଫାଇଲ ବିକ୍ରି କରି ୫୫୭କୋଟି ଟଙ୍କା ଆମଦାନୀ କରିଥିବା ଜଣାପଡିଛି । ୨୦୨୧ ଅକ୍ଟୋବରରେ କେନ୍ଦ୍ର ସରକାଙ୍କ କାର୍ଯ୍ୟଳୟ ୯୬ଲକ୍ଷ ଫାଇଲକୁ ହଟାଇ ଦେଇଛନ୍ତି । ଏହିସବୁର ହାର୍ଡ କପିକୁ ହଟାଇ କମ୍ପ୍ୟୁଟରରେ ଅପଲୋଡ କରାଯାଇଛି । ଏଥିରୁ ଏକ ଫାଇଦା ହୋଇଛି କି, ବିଭିନ୍ନ ସରକାରୀ କାର୍ଯ୍ୟାଳୟରୁ ପାଖାପାଖି ୩୫୫ଲକ୍ଷ ବର୍ଗ ଫୁଟ ସ୍ଥାନ ଖାଲି ହୋଇଯାଇଛି । କେନ୍ଦ୍ର ସରକାର ଏହି ବର୍ଷ ଅଦରକାରୀ ଜିନିଷ ବିକି ୫୫୬କୋଟି ଟଙ୍କା ଆୟ କରିଛନ୍ତି ଯେଉଁଥିରୁ ରେଳ ମନ୍ତ୍ରଣାଳୟ ୨୨୫କୋଟି ଆୟ କରିଛି । ସେହିପରି ପ୍ରତିରକ୍ଷା ମନ୍ତ୍ରଣାଳୟ ୧୬୮କୋଟି, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ୫୬କୋଟି ଏବଂ କୋଇଲା ମନ୍ତ୍ରଣାଳୟ ୩୪କୋଟି ଟଙ୍କା ଆୟ କରିଛି । ଚଳିତ ବର୍ଷ ସରକାର ୨୪ଲକ୍ଷ ଫାଇଲ ହଟାଇଛନ୍ତି । ଏଥିରୁ ସର୍ବାଧିକ ବୈଦେଶିକ ମନ୍ତ୍ରଣାଳୟରୁ ୩.୯ଲକ୍ଷ ଫାଇଲ, ପ୍ରତିରକ୍ଷା ବିଭାଗରୁ ୩.୧୫ଲକ୍ଷ ଫାଇଲ ହଟାଯାଇଛି । ଏପରି କରି କେନ୍ଦ୍ର ସରକାର ୯୬ଶତକଡା ଇ-ଫାଇଲର ପ୍ରଚଳନ କରିଛନ୍ତି । ବ୍ୟକ୍ତିଗତ ଓ ଜନ ଅଭିଯୋଗ ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ଋଷିଆର ଚନ୍ଦ୍ର ମିଶନ ୧୬ହଜାର କୋଟି ଟଙ୍କା ଥିବାବେଳେ ଆମର ଚନ୍ଦ୍ରାୟାନ-୩ ମିଶନ ୬୦୦କୋଟି ଟଙ୍କା ରହିଛି । ସେହିପରି ଚନ୍ଦ୍ର ଓ ମହାକାଶ ମିଶନକୁ ନେଇ ଆଧାରିତ ହଲିଉଡ ଫିଲ୍ମ ୬୦୦କୋଟି ଟଙ୍କାରୁ ଅଧିକରେ ପ୍ରସ୍ତୁତ ହୋଇଛି । କିନ୍ତୁ ସରକାରୀ ବିଭିନ୍ନ ମନ୍ତ୍ରଣାଳୟରୁ ଅଦରକାରୀ ଜିନିଷ ବିକ୍ରି ୧୧୬୩କୋଟି ଟଙ୍କା ରାଜସ୍ୱ ହାସଲ ହୋଇଛି । ଏହି ସଂଖ୍ୟା ଦର୍ଶାଉଛି କି, ସ୍ୱଚ୍ଛତା ଉପରେ କରାଯାଉଥିବା ସରକାରୀ କାର୍ଯ୍ୟକ୍ରମର ଗୁରୁତ୍ୱ କେତେ ରହିଛି । ଏହାର ପ୍ରକୃତ ଶ୍ରେୟ ମୋଦି ସରକାରଙ୍କୁ ଯାଉଛି ।

Leave a Reply