Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋଟିଏ ଦିନର ପ୍ରଦର୍ଶନ ଭାଙ୍ଗିଦେଲା ୧୩ ବର୍ଷ ତଳର ରେକର୍ଡ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋଟିଏ ଦିନର ପ୍ରଦର୍ଶନ ଭାଙ୍ଗିଦେଲା ୧୩ ବର୍ଷ ତଳର ରେକର୍ଡ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ଏସୀୟ କ୍ରୀଡ଼ାରେ ଭାରତ ତା’ର ଜୟଯାତ୍ରା ଅବ୍ୟାହତ ରଖିଛି । ଆଜି କ୍ରୀଡ଼ାର ୯ମ ଦିବସ ହୋଇଥିବା ବେଳେ ଏହା ମଧ୍ୟରେ ଭାରତର ପଦକ ସଂଖ୍ୟା ଅର୍ଦ୍ଧଶତକ ପାର କରିସାରିଛି । ବିଭିନ୍ନ ବର୍ଗରେ ଭାରତୀୟ ଆଥଲେଟମାନେ ୧୫ଟି ପଦକ ଜିତିଥିଲେ । ଏସୀୟ କ୍ରୀଡ଼ାରେ ତାହା ଥିଲା ଭାରତର ସବୁଠାରୁ ଭଲ ପ୍ରଦର୍ଶନ । ଏହା ପୂର୍ବରୁ ଗତ ୨୦୧୦ ଗ୍ୱାଙ୍ଗଝୁ ଏସୀୟ କ୍ରୀଡ଼ାରେ ଭାରତ ଗୋଟିଏ ଦିନରେ ୧୧ଟି, ୨୦୧୪ ଇଞ୍ଚିଅନ ଏସୀୟ କ୍ରୀଡ଼ାରେ ଗୋଟିଏ ଦିନରେ ୧୦ଟି, ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଗୋଟିଏ ଦିନରେ ୯ଟି, ୨୦୧୦ ଗ୍ୱାଙ୍ଗଝୁ ଏସୀୟ କ୍ରୀଡ଼ାରେ ଗୋଟିଏ ଦିନରେ ୯ଟି ପଦକ ଜିତିଥିଲା । ମାତ୍ର ଚଳିତ ବର୍ଷ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିବାକୁ ସକ୍ଷମ ହୋଇଛନ୍ତି ଭାରତୀୟ ଖେଳାଳିମାନେ । ନବମ ଦିନରେ ଆନ୍ସି ସୋଜାନ ଏଡାପ୍ପିଲ୍ଲୀ ଲଙ୍ଗ ଜପରେ ରୌପ୍ୟ ପଦକ, ମୁହମ୍ମଦ ଆଜମଲ ଭାରିଆଥୋଡ଼ି, ଭିଥ୍ୟା ରାମରାଜ, ରାଜେଶ ରାମେଶ ଓ ଶୁଭ ଭେଙ୍କଟେସାନ ୪. ୪୦୦ ମିଟର ମିକ୍ସଡ ଟିମ୍ ରିଲେରେ ରୌପ୍ୟ ପଦକ, ୩୦୦୦ ମିଟର ଷ୍ଟିପଲଚେଜରେ ପାରୁଲ ଚୌଧରୀ ରୌପ୍ୟ ଓ ପ୍ରୀତି ଲାମ୍ବା ବ୍ରୋଞ୍ଜ ପଦକ, ଟେବୁଲ ଟେନିସ ମହିଳା ଡବଲ୍ସରେ ବ୍ରୋଞ୍ଜ, ସ୍କେଟିଂରେ ମହିଳା ଓ ପୁରୁଷ ଟିମ ବ୍ରୋଞ୍ଜ ପଦକ ଜିତିଛନ୍ତି । ଆଜି ଭାରତୀୟ କ୍ରୀଡ଼ାବିତମାନେ ୭ଟି ପଦକ ଜିତିଥିବା ବେଳେ ସେଥିରେ ୩ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ରହିଛି ।

Leave a Reply