Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାନାଡା ଛାଡିବାକୁ ହିନ୍ଦୁଙ୍କୁ ଧମକ ଦେଉଛି ଖଲିସ୍ତାନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାନାଡା ଛାଡିବାକୁ ହିନ୍ଦୁଙ୍କୁ ଧମକ ଦେଉଛି ଖଲିସ୍ତାନୀ

ନୂଆଦିଲ୍ଲୀ : ଦିନକୁ ଦିନ ବଢିବାରେ ଲାଗିଛି କାନାଡା-ଭାରତ ବିବାଦୟ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତକୁ ଅଭିଯୋଗ କରିବା ପରେ ବିବାଦ ବଢିବାରେ ଲାଗିଛି । କାନାଡାରେ ଲଗାତାର ହିନ୍ଦୁମାନଙ୍କୁ କ୍ରମାଗତ ଭାବରେ ଧମକ ଦିଆଯାଉଛି । ଏଭଳି ପରିସ୍ଥିତିରେ କାନାଡାରେ ହିନ୍ଦୁମାନଙ୍କ ପ୍ରତି ହେଉଥିବା ଘୃଣାଭାବକୁ ନିନ୍ଦା କରିଛି ଭାରତୀୟ-ଆମେରିକୀ । ଗୋଷ୍ଠୀ । ସେମାନେ ଓଟ୍ଟାୱାରେ ଏକାଠି ହୋଇ ସ୍‌୍ୱାଧୀନତାକୁ ଆତଙ୍କବାଦର ସ୍ୱାଧୀନତା ସହିତ ନଯୋଡ଼ିବା ଓ ଘୃଣ୍ୟ ଅପରାଧକୁ ସମର୍ଥନ ନକରିବାକୁ ସେମାନେ ଅପିଲ୍ କରିଛନ୍ତି । କାନାଡାରେ ଅବସ୍ଥାପିତ ହିନ୍ଦୁମାନଙ୍କୁ ଦେଶ ଛାଡିବାକୁ ଖଲିସ୍ତାନ ସମର୍ଥକ ଗୋଷ୍ଠୀ ଧମକ ଦେଉଥିବା ଏକ ଆପତ୍ତିଜନକ ଭିଡିଓ ଭାଇରାଲ ହେବା ପରେ ଭାରତୀୟ- ଆମେରିକୀୟ ଗୋଷ୍ଠୀ ଏହି ଦାବି କରିଛନ୍ତି । ସେ କହିଛନ୍ତି ଯେ ଏହା ଚିନ୍ତାଜନକ । ଖଲିସ୍ତାନୀ ଆତଙ୍କବାଦୀମାନେ ବାରମ୍ବାର କାନାଡା ମାଟିରେ ଥିବା ମନ୍ଦିରଗୁଡିକୁ କ୍ଷତି କରି ହିନ୍ଦୁମାନଙ୍କୁ ଧମକ ଦେଉଛନ୍ତି । ଆମେରିକାର ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଇନ୍ଦୁ ବିଶ୍ୱନାଥନ୍ କହିଛନ୍ତି ଯେ, ଖଲିସ୍ତାନୀ ଆତଙ୍କବାଦୀମାନେ ହିନ୍ଦୁଙ୍କ ପବିତ୍ର ସ୍ଥାନଗୁଡିକୁ କ୍ଷତି ପହଞ୍ଚାଇ ବାରମ୍ବାର କାନାଡୀ । ହିନ୍ଦୁଙ୍କୁ ଧମକ ଦେଉଛନ୍ତି । ଏପରି ସ୍ଥିତି ଚୁପ୍ ରହିବା ସେମାନଙ୍କୁ ସମର୍ଥନ କରିବା ସହିତ ସମାନ ଅଟେ । ଫାଉଣ୍ଡେସନ ଫର ଇଣ୍ଡିଆ ଏବଂ ଇଣ୍ଡିଆନ୍ ଡାଇସପୋରା ଷ୍ଟଡିଜ୍ (ଏଫଆଇଡିଏସ୍‌) ର ଖଣ୍ଡେରାଓ କାଣ୍ଡ କହିଛନ୍ତି ଯେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଆତଙ୍କବାଦ ସ୍‌୍ୱାଧୀନତା ସହିତ ବ୍ୟକ୍‌ତିର ସ୍ୱାଧୀନତା ସହ ଯୋଡ଼ିବା ଠିକ୍ ନୁହେଁ । ଚରମପ୍ୟୀ ଲୋକଙ୍କୁ ଅଟକାଇବା ଉଚିôତ ଆନ୍ତର୍ଜାତୀୟ ପରିସ୍ଥିତିକୁ କୂଟନୈତିକ ସ୍ତରରେ ପରିଚାଳନା କରିବା ଉଚିôତ ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୮ରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିବାର କିଛି ଦିନ ପରେ ଖଲିସ୍ତାନୀ ଭିଡିଓ ସାମ୍ନାକୁ ଆସିଛି । ତଥାପି, କାନାଡା ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ ଆକ୍ରୋଶ, ଘୃଣା ଏବଂ ଧମକ କାନାଡ଼ାରେ ସ୍ଥାନ ନାହିଁ । କିନ୍ତୁ ଆସିଥିବା ଭିଡିଓକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

Leave a Reply