Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୁରୁଷ ୧୦ ହଜାର ମିଟର ଦୌଡ଼ରେ ଭାରତକୁ ମିଳିଛି ଦୁଇଟି ପଦକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁରୁଷ ୧୦ ହଜାର ମିଟର ଦୌଡ଼ରେ ଭାରତକୁ ମିଳିଛି ଦୁଇଟି ପଦକ

ହାଙ୍ଗଝୌ: ଏସୀୟ କ୍ରୀଡ଼ାରେ ପୁରୁଷ ୧୦ ହଜାର ମିଟର ଦୌଡ଼ରେ ଭାରତକୁ ମିଳିଛି ଦୁଇଟି ପଦକ । ଏହି ଇଭେଣ୍ଟରେ ଉଭୟ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛି ଭାରତ । କାର୍ତ୍ତିକ କୁମାର ରୌପ୍ୟ ପଦକ ଜିତିଥିବା ବେଳେ ଗୁଲବୀର ସିଂହ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହା ପୂର୍ବରୁ ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ଆଜି ଭାରତ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲା । ସ୍କ୍ୱାଶ୍‌ର ପୁରୁଷ ଟିମ୍ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ପରାସ୍ତ କରି ଭାରତ ଜିତିଛି ସ୍ୱର୍ଣ୍ଣ ପଦକ ଜିତିଥିଲା । ସେହିପରି ଟେନିସର ମିକ୍ସଡ ଡବଲ୍ସରେ ରୋହନ ବୋପାନ୍ନା ଓ ରୁତୁଜା ଭୋସଲେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପୁରୁଷ ୧୦ ହଜାର ମିଟର ଦୌଡ଼ରେ ଦୁଇଟି ପଦକ ଆସିବା ସହିତ ବର୍ତ୍ତମାନ ସୁଦ୍ଧା ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତ ୩୮ଟି ପଦକ ଜିତି ସାରିଲାଣି । ତା’ମଧ୍ୟରେ ୧୦ଟି ସ୍ୱର୍ଣ୍ଣ ପଦକ ରହିଥିବା ବେଳେ ୧୪ଟି ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ ପଦକ ରହିଛି ।

Leave a Reply