ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍ ପାକିସ୍ତାନକୁ ୧୦-୨ ଗୋଲ୍‌ରେ ହରାଇଲା

ହାଙ୍ଗଝୌ: ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଆଜି ପୁଲ୍ ‘ଏ’ର ଏକ ମ୍ୟାଚ୍‌ରେ ପାକିସ୍ତାନକୁ ୧୦- ୨ ଗୋଲରେ ପରାସ୍ତ କରିଛି ଭାରତ । ଏହା ସହିତ ଭାରତୀୟ ପୁରୁଷ ହକି ଦଳ ଇତିହାସ ରଚିଛି । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିରୋଧରେ ଦଳ ପ୍ରଥମ ଥର ପାଇଁ ୧୦ଟି ଗୋଲ୍ କରିଛି । ଆଉ ଏଥିରେ ବିଜୟୀ ହୋଇଛି । ଭାରତ ପକ୍ଷରୁ ହରମନପ୍ରୀତ ସିଂହ ସର୍ବାଧିକ ୪ଟି ଗୋଲ୍ ଦେଇଥିଲେ । ମ୍ୟାଚ୍‌ର ୧୧, ୧୭, ୩୩ ଓ ୩୪ତମ ମିନିଟ୍‌ରେ ସେ ଏହି ଗୋଲ୍ ଗୁଡ଼ିକ କରିଥିଲେ । ପ୍ରଥମ ଗୋଲ୍‌ଟି ଦେଇଥିଲେ ମନଦୀପ ସିଂହ । ମ୍ୟାଚ୍‌ର ଅଷ୍ଟମ ମିନିଟ୍‌ରେ ସେ ଦେଇଥିଲେ ଦଳ ତରଫରୁ ପ୍ରଥମ ଗୋଲ୍ । ସୁମିତ, ଲଲିତ ଉପାଧ୍ୟାୟ ଓ ଶମଶେର ସିଂହ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ବରୁଣ କୁମାର ଦୁଇଟି ଗୋଲ ଦେଇଥିଲେ । ୪୧ ଓ ୫୪ତମ ମିନିଟ୍‌ରେ ସେ ଏହି ଦୁଇ ଗୋଲ୍ ଦେଇଥିଲେ । ୧୦ମ ଗୋଲ୍‌ଟି ବରୁଣ କୁମାରଙ୍କ ଷ୍ଟିକ୍‌ରୁ ବାହାରିଥିଲା । ଗୋଟିଏ ପଟରେ ଭାରତ ଗୋଲ୍ ପରେ ଗୋଲ୍ ଦେଇ ଚାଲିଥିବା ବେଳେ ଅନ୍ୟପକ୍ଷରେ ପାକିସ୍ତାନ ଉପାୟଶୂନ୍ୟ ହୋଇଯାଇଥିଲା । କେବଳ ତୃତୀୟ କ୍ୱାର୍ଟରରେ ଦଳ ୨ଟି ଗୋଲ୍ ଦେବାକୁ ସକ୍ଷମ ହୋଇଥିଲା । ମହମ୍ମଦ ଖାନ ଓ ଅବଦୁଲ ରାଣା ଯଥାକ୍ରମେ ୩୮ ଓ ୪୫ ତମ ମିନିଟ୍‌ରେ ଏହି ଦୁଇଟି ଗୋଲ୍ କରିଥିଲେ ।

Leave a Reply