Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦେବଦୂତ ସାଜିଲେ ଦୁଇ ଗାଈଆଳ ପିଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦେବଦୂତ ସାଜିଲେ ଦୁଇ ଗାଈଆଳ ପିଲା

ରାୟଗଡ଼ା: ନଦୀ ପାର ହେଲା ବେଳେ ଘୁ ଘୁ ଗର୍ଜନ କରି ପାଣି ମାଡ଼ି ଆସିଲା । ଏହି ପାଣି ସୁଅରେ ଭାସିଯାଉଥିଲେ ୧୦ଜଣ ମହିଳା । ଆମକୁ ବଞ୍ଚାଓ, ଆମକୁ ବଞ୍ଚାଓ କରୁଥିଲେ ଚିତ୍କାର । ଏହି ସମୟରେ ଦୁଇ ଗାଈଆଳ ପିଲା ନଈ ତଳ ମୁଣ୍ଡରେ ବସି ଚରାଉଥିଲେ ଗାଈ । ହଠାତ୍ ମହିଳାଙ୍କ ଡାକ ସେମାନଙ୍କ କାନକୁ ଶୁଭିଯାଇଥିଲା । କିଏ ଡାକୁଛି ଭାବି ନଈ ପାଖକୁ ଦୌଡ଼ି ଆସିଥିଲେ । ନଦୀରେ କିଛି ଲୋକ ଭାସିଯାଉଥିବା ଦେଖିଥିଲେ । ଆଗପଛ କିଛି ନଭାବି ନିଜ ଜୀବନକୁ ବାଜି ଲଗାଇ ସଙ୍ଗେ ସଙ୍ଗେ ନଦୀକୁ ଡିଆଁ ମାରି ଦେଇଥିଲେ ଦୁଇ ଗାଈଆଳ ପିଲା । ୧୦ ଜଣ ମହିଳାଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ କୂଳକୁ ଆଣିଥିଲେ । ଏଭଳି ଘଟଣା ଘଟିଛି ରାୟଗଡା କାଶୀପୁର ବ୍ଲକ କାହ୍ନୁଗୁଡା ଗାଁରେ । ସେହି ଦୁଇ ପିଲା ଜଣ ହେଲେ ପ୍ରଦୀପ ମାଝି ଓ ନାବି ମାଝି । ସେମାନଙ୍କର ଏପରି କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଗତ ୨୭ ତାରିଖରେ କାହ୍ନୁଗୁଡା ଗ୍ରାମର ବିଦ୍ୟାଳୟରେ ଅବିଭାବକ ମାନଙ୍କର ଏକ କାର୍ଯ୍ୟକ୍ରମ ଥିଲା । ଏଥିରେ ଯୋଗଦେଇ ଜଣେ ଛୋଟ ପିଲା ଧରି ୧୦ ଜଣ ମହିଳା ନଦୀ ପାର ହୋଇ ଘରକୁ ଫେରୁଥିଲେ । ହଠାତ୍ ନଦୀରେ ମାଡ଼ି ଆସିଥିଲା ପାଣି । ୧୦ ଜଣ ମହିଳା ସହ ଛୋଟ ପିଲାଟି ନଦୀର ପ୍ରବଳ ସୁଅରେ ଭାସିଯାଉଥିଲେ । ମହିଳାମାନେ ନିଜ ଜୀବନ ବଞ୍ଚାଇବାକୁ ବଡ଼ ପାଟିରେ ଚିତ୍କାର କରୁଥିଲେ । ଏହି ସମୟରେ ପ୍ରଦୀପ ଓ ନାବି ନଦୀର ତଳ ମୁଣ୍ଡରେ ବସି ଗାଈ ଚରାଉଥିଲେ । ହଠାତ୍ ମହିଳାଙ୍କ ଡାକ ସେମାନଙ୍କ କାନକୁ ଶୁଭିଥିଲା । ସେମାନେ ସଙ୍ଗେ ସଙ୍ଗେ ନଦୀ ପାଖକୁ ଦୌଡ଼ି ଆସିଥିଲେ । ମହିଳାମାନେ ନଦୀରେ ଭାସିଯାଉଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ କିଛି ନ ଭାବି ନିଜ ଜୀବନକୁ ବାଜି ଲଗାଇ ନଦୀ ଭିତରକୁ ଡେଇଁ ପଡ଼ିଥିଲେ । ପାଣିର ଶୁଅରୁ ୧୦ ଜଣ ମହିଳାଙ୍କୁ ଉଦ୍ଧାର କରି ଥିଲେ । ସ୍ଥାନୀୟ ଲୋକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କ କୂଳକୁ ଆଣିଥିଲେ । ଦୁଇ ଗାଈଆଳ ପିଲାଙ୍କର ଏଭଳି ସାହସିକତା ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

Leave a Reply