Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମ ଖେଳାଳିଙ୍କୁ ଗୋମାଂସ କାହିଁକି ଦଉନ: ପିସିବି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମ ଖେଳାଳିଙ୍କୁ ଗୋମାଂସ କାହିଁକି ଦଉନ: ପିସିବି

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍ ୨୦୨୩ ଖେଳିବାକୁ ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ଦଳ ଭାରତ ଆସିଛି । ଏଠାରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଥିଲା, କିନ୍ତୁ ଖେଳାଳିଙ୍କ ମେନ୍ୟୁରେ ଗୋମାଂସ ନଥିବାକୁ ନେଇ ପ୍ରଶ୍ନ ଉଠାଇଛି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) । କିନ୍ତୁ ପିସିବିର ଏହି ଦାବିକୁ ନେଇ ଖୋଦ ପାକିସ୍ତାନରେ ବି ଲୋକେ ନାପସନ୍ଦ କରୁଛନ୍ତି । ଅବଶ୍ୟ ଗୋମାଂସ ନମିଳିବାକୁ ନେଇ ପାକିସ୍ତାନୀ ଖେଳାଳିମାନେ କୌଣସି ଆପତ୍ତି ଉଠାଇନାହାନ୍ତି । ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଜାକା ଅଶରଫ ଭାରତକୁ ଶତ୍ରୁ ରାଷ୍ଟ୍ର ବୋଲି ବର୍ଣ୍ଣନା କରିଛନ୍ତି । ଏହି କାରଣରୁ ବୋର୍ଡକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି । ପାକିସ୍ତାନର ସାମ୍ବାଦିକଙ୍କ ସମେତ ସେଠାକାର ଲୋକମାନେ ମଧ୍ୟ ଗୋମାଂସ ମାମଲାକୁ ଅନାବଶ୍ୟକ ବୋଲି କହିଛନ୍ତି । ପାକିସ୍ତାନୀ ସାମ୍ବାଦିକ ଆର୍ଫା ଫିରୋଜ ଏକ୍ସରେ ଲେଖିଛନ୍ତି, ‘ପିସିବି ଦ୍ୱାରା ପାକିସ୍ତାନ ଆସୁଥିବା ଅଣ-ମୁସଲିମ କ୍ରିକେଟରଙ୍କୁ ଗୋମାଂସ ବା ଘୁଷୁରି ମାଂସ ଦିଆଯାଉଛି କି? ପାକିସ୍ତାନ କ୍ରିକେଟ୍ ଦଳକୁ ଗୋମାଂସ ନ ମିଳିବା ଉପରେ ପ୍ରଶ୍ନ ଉଠାଇବା ଭୁଲ୍ । ଭ୍ରମଣକାରୀ ଦେଶମାନେ ଆୟୋଜକଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ଉଚିତ । ଏହା ଅଯଥା କଥା । ଅନ୍ୟ ଜଣେ ଲେଖିଛନ୍ତି ଯେ ପ୍ରତ୍ୟେକ ଦେଶର ନିଜସ୍ୱ ସଂସ୍କୃତି ରହିଛି । ସମସ୍ତେ ଅନ୍ୟର ମୂଲ୍ୟ ପ୍ରତି ଯତ୍ନବାନ ହେବା ଉଚିତ୍ । ଭାରତର ଅନେକ ରାଜ୍ୟରେ ଗୋମାଂସ ନିଷିଦ୍ଧ । ଏଭଳି ସ୍ଥିତିରେ ବିଶ୍ୱକପରେ ପ୍ରବେଶ କରୁଥିବା କୌଣସି ଦଳକୁ ଗୋମାଂସ ଦିଆଯିବ ନାହିଁ ।

Leave a Reply