Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍କଟ୍‌ଲାଣ୍ଡ୍‌ରେ ଭାରତୀୟ ହାଇକମିସନରଙ୍କୁ ଗୁରୁଦ୍ୱାରକୁ ଛାଡ଼ିଲେ ନାହିଁ ଉଗ୍ରବାଦୀ ବ୍ରିଟିସ୍ ଶିଖ୍‌କର୍ମୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍କଟ୍‌ଲାଣ୍ଡ୍‌ରେ ଭାରତୀୟ ହାଇକମିସନରଙ୍କୁ ଗୁରୁଦ୍ୱାରକୁ ଛାଡ଼ିଲେ ନାହିଁ ଉଗ୍ରବାଦୀ ବ୍ରିଟିସ୍ ଶିଖ୍‌କର୍ମୀ

ନୂଆଦିଲ୍ଲୀ: ଆତଙ୍କବାଦୀ ନିଜାର ହତ୍ୟା ଘଟଣାକୁ ନେଇ ଭାରତ ଓ କାନାଡା ମଧ୍ୟରେ ବିବାଦ ଚାଲିଥିବା ବେଳେ ଶୁକ୍ରବାର ଦିନ ଇଂଲଣ୍ଡସ୍ଥିତ ଭାରତୀୟ ହାଇକମିସନର ବିକ୍ରମ ଦୋରାଇସ୍ୱାମୀଙ୍କୁ ସ୍କଟ୍‌ଲାଣ୍ଡ୍‌ସ୍ଥିତ ଗୁରୁଦ୍ୱାରକୁ ଛଡ଼ା ଯାଇ ନ ଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି । ପ୍ରାପ୍ତ ସୂଚନା ଅନୁସାରେ, ଦଳେ ଉଗ୍ରବାଦୀ ବ୍ରିଟିସ୍ ଶିଖ୍‌କର୍ମୀ ଦୋରାଇସ୍ୱାମୀଙ୍କୁ ଅଟକାଇ କହିଥିଲେ ଯେ, ତାଙ୍କୁ ଛଡ଼ାଯିବ ନାହିଁ । ଘଟଣା ସଂକ୍ରାନ୍ତରେ ସବିଶେଷ ବିବରଣୀ ପ୍ରଦାନ କରିବାକୁ ଯାଇ ଖଲିସ୍ତାନୀ ସମର୍ଥକ ଶିଖ୍ ସାମାଜିକକର୍ମୀ କହିଛନ୍ତି ଯେ, ଆଲ୍‌ବର୍ଟ ଡ୍ରାଇଭ୍‌ରେ ଥିବା ଗ୍ଲାସ୍‌ଗୋ ଗୁରୁଦ୍ୱାର କମିଟି ସହିତ ଦୋରାଇସ୍ୱାମୀ ବୈଠକ କରିବାକୁ ଯୋଜନା କରିଥିବା କଥା ସେମାନଙ୍କ ମଧ୍ୟରୁ କେତେକ ଜାଣିପାରିଛନ୍ତି । ଅଳ୍ପ କେତେଜଣ ଲୋକ ଆସି ଦୋରାଇସ୍ୱାମୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଥିଲେ । ସେ କଥାକୁ ନେଇ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଯାହା ଘଟିଲା ସେଥି ପାଇଁ ଗୁରୁଦ୍ୱାର କମିଟି ଖୁବ୍ ଖୁସି ହୋଇଥିବ ବୋଲି ମୋର ମନେ ହୁଏନାହିଁ । କିନ୍ତୁ, ଇଂଲଣ୍ଡରେ ଥିବା କୌଣସି ଗୁରୁଦ୍ୱାରକୁ ଭାରତୀୟ ସରକାରୀ ଅଧିକାରୀଙ୍କୁ ଛଡ଼ାଯିବ ନାହିଁ । ଆମେ ଇଂଲଣ୍ଡ ଓ ଭାରତ ଷଡ଼ଯନ୍ତ୍ର କଥାରେ ବିରକ୍ତ ହୋଇ ଗଲୁଣି । ହରଦୀପ ସିଂହ ନିଜାରଙ୍କ ମୃତ୍ୟୁ ପରଠାରୁ ବ୍ରିଟିସ୍ ଶିଖ୍‌ମାନଙ୍କୁ ‘ଟାର୍ଗେଟ୍‌’ କରାଯାଉଛି । ଅବତାର ସିଂହ ଖଣ୍ଡା ଓ ଜଗତାର ସିଂହ ଜୋହାଲ୍‌ଙ୍କ କ୍ଷେତ୍ରରେ ସେମିତ ହେବ ।

Leave a Reply