Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନର ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ ୫୨ ମୃତ, ୧୦୦ରୁ ଅଧିକ ଗୁରୁତର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନର ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ ୫୨ ମୃତ, ୧୦୦ରୁ ଅଧିକ ଗୁରୁତର

ବେଲୁଚିସ୍ତାନ: ପାକିସ୍ତାନର ବେଲୁଚିସ୍ତାନରେ ଆଜି ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ବେଲୁଚିସ୍ତାନର ମାସ୍ତୁଙ୍ଗ ଜିଲ୍ଲାର ଏକ ମସଜିଦ୍ ନିକଟରେ ଇଦ ପର୍ବ ପାଳନ ନିମନ୍ତେ ଶତାଧିକ ଲୋକ ଏକାଠି ହୋଇଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ଏଥିରେ ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ଜଣ ଗୁରୁତର ହୋଇଛନ୍ତି । ଏହି ବିସ୍ଫୋରଣରେ ଜଣେ ଡିଏସ୍‌ପିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ପ୍ରପେଟ ମହମ୍ମଦଙ୍କ ଜନ୍ମ ବାର୍ଷିକୀ ପାଳନ ନିମନ୍ତେ ମାସ୍ତୁଙ୍ଗ ଜିଲ୍ଲାର ଅଲ- ଫଲାହ ମସଜିଦ ନିକଟରେ ଆଜି ଶତାଧିକ ଲୋକ ରୁଣ୍ଡ ହୋଇଥିଲେ । ସେଠାରୁ ଏକ ଶୋଭାଯାତ୍ରା ବାହାରୁଥିବା ବେଳେ ଉକ୍ତ ସମୟରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଫଳରେ ଚାରିଆଡ଼ ଧୂଆଁମୟ ହୋଇ ଯାଇଥିବା ବେଳେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଲା । ବିସ୍ଫୋରଣ ପରେ ଚାରିଆଡ଼େ ମୃତଦେହ ପଡ଼ିଥିବା ବେଳେ ଗୁରୁତରମାନେ ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଥିଲେ । ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟବର୍ତ୍ତୀ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି କରିଛନ୍ତି । ଏକସଙ୍ଗେ ବହୁ ରୋଗୀଙ୍କୁ ଭର୍ତ୍ତି କରାଯାଉଥିବାରୁ ହସ୍ପିଟାଲରେ ବେଡ ସଂଖ୍ୟା କମ୍ ପଡ଼ି ଯାଉଛି । ଫଳରେ ଆଖପାଖ ହସ୍ପିଟାଲରେ ଆପାତ୍ତକାଳୀନ ପରିସ୍ଥିତି ଘୋଷଣା କରାଯିବା ସହ ସମସ୍ତ ଷ୍ଟାଫଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଯାବତ କୌଣସି ଆତଙ୍କବାଦୀ ସଙ୍ଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ନାହାନ୍ତି । ଏହା ପଛରେ ପାକିସ୍ତାନୀ ତାଲିବାନ (ଞଞଚ) ର ହାତ ଥିବା କୁହାଯାଉଥିବା ବେଳେ ଉକ୍ତ ସଙ୍ଗଠନ ମଧ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛି । ପାକିସ୍ତାନର ଅନ୍ତରୀଣ ଗୃହ ମନ୍ତ୍ରୀ ସରଫରାଜ ଅହମଦ ବୁଗତୀ ଘଟଣାର ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Leave a Reply