Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇସ୍ରୋର ହାସଲ କଲା ଇସ୍ରୋ ଲକ୍ଷ୍ୟସ୍ଥଳ ପଏଣ୍ଟ ୧ ଅଭିମୁଖେ ଆଦିତ୍ୟ-ଏଲ୍‌୧ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇସ୍ରୋର ହାସଲ କଲା ଇସ୍ରୋ ଲକ୍ଷ୍ୟସ୍ଥଳ ପଏଣ୍ଟ ୧ ଅଭିମୁଖେ ଆଦିତ୍ୟ-ଏଲ୍‌୧

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ମିଶନ ଐତିହାସିକ ସଫଳତା ପରେ ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୧କୁ ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଶନିବାର ଖୁସିଖବର ଦେଇଛି । ଇସ୍ରୋ ଟୁଇଟ୍ କରି ଜଣାଇଛି ଯେ, ଆଦିତ୍ୟ-ଏଲ୧ ମିଶନ ଆଧାରରେ ପଠାଯାଇଥିବା ଅନ୍ତରୀକ୍ଷ ଯାନ ପୃଥିବୀ ପ୍ରଭାବ କ୍ଷେତ୍ରରୁ ସଫଳତାପୂର୍ବକ ବାହାରି ୯.୨ଲକ୍ଷ କିଲୋମିଟରରୁ ଅଧିକ ଦୂରତା ଯାତ୍ରା କରି ସାରିଲାଣି । ଏବେ ଏହା ନିଜର ଲକ୍ଷ୍ୟ ସ୍ଥଳ ଅର୍ଥ ଲାଗ୍ରାଞ୍ଜିଆନ ପଏଣ୍ଟ ୧ ଅଭିମୁଖେ ବଢିବାରେ ଲାଗିଛି । ପ୍ରଥମ ଥର ଭାରତ ମଙ୍ଗଳ ମିଶନରେ ଏମିତି ସଫଳତା ହାସଲ କରିଥିଲା । ଚନ୍ଦ୍ରଯାନ-୩ ଜରିଆରେ ଭାରତକୁ ମିଳିଥିବା ସଫଳତା ପରେ ଇସ୍ରୋ ସୂର୍ଯ୍ୟ ମିଶନ ଦିଗରେ ଅଗ୍ରସର ହେବାରେ ଲାଗିଛି । ଆଦିତ୍ୟ ଏଲ-୧ ୧୫ ଲକ୍ଷ କିମି ଦୂରତା ଚାରି ମାସରେ ଅତିକ୍ରମ କରି ଲାଗ୍ରାଞ୍ଜିଆନ ପଏଣ୍ଟ-୧ରେ ଅବସ୍ଥାପିତ ହେବ । ଏହା ଏକ ଏମିତି ପଏଣ୍ଟ ଯେଉଁଠି ପୃଥିବୀର ଆକର୍ଷଣ ଶେଷ ହେଉଥିବା ବେଳେ ସୂର୍ଯ୍ୟ ଆକର୍ଷଣ ଆରମ୍ଭ ହୁଏ । ତେଣୁ ଏଠାରେ କୌଣସି ବି ଜିନିଷକୁ ଅଧିକ ସମୟ ରହିବା ପାଇଁ ଉର୍ଜାର ଆବଶ୍ୟକତା ପଡ଼ି ନ ଥାଏ ।

Leave a Reply