Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାଙ୍ଗିବ ଖଲିସ୍ତାନୀ ଆତଙ୍କବାଦୀଙ୍କ କମର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାଙ୍ଗିବ ଖଲିସ୍ତାନୀ ଆତଙ୍କବାଦୀଙ୍କ କମର

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍ ଡିଲର୍ସ ମଧ୍ୟରେ ଥିବା କନେକସନ୍‌କୁ କାଟିବାକୁ ଅଣ୍ଟା ଭିଡ଼ିଛି ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି(ଏନଆଇଏ) । ଏନଆଇଏ ଏହି ଘଟଣାରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକସଙ୍ଗେ ୬ଟି ରାଜ୍ୟର ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରିଛି । ଏହି ରାଜ୍ୟଗୁଡ଼ିକ ମଧ୍ୟରେ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ଦିଲ୍ଲୀ ବି ସାମିଲ ଅଛି । ପଞ୍ଜାବର ୩୦ଟି ସ୍ଥାନରେ ଏନଆଇ ଟିମ୍ ଚଢ଼ାଉ କରିଥିବା ବେଳେ ରାଜସ୍ଥାନର ୧୩, ହରିୟାଣାର ୪, ଉତ୍ତରାଖଣ୍ଡର ୨, ଦିଲ୍ଲୀ- ଏନସିଆର ଓ ଉତ୍ତରପ୍ରଦେଶରେ ଗୋଟିଏ ଗୋଟିଏ ଜାଗାରେ ଚଢ଼ାଉ ଜାରି ରହିଛି । ଏନଆଇଏ ସୂଚନା ଅନୁଯାୟୀ,ବିଦେଶରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟର ଭାରତରେ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ପାଇଁ ଫଣ୍ଡିଂ କରୁଛନ୍ତି । ଖଲିସ୍ତାନୀ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟରଙ୍କ ଏହି ଫଣ୍ଡିଂ ଚେନ୍‌କୁ ଶେଷ କରିବାକୁ ଘଓଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତନାଘନା କରୁଛି । ଏହି ମାମଲାରେ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ ଘଓଇ ଠୋସ୍ ପ୍ରମାଣ ଯୋଗାଡ଼ କରିବାରେ ଲାଗି ପଡ଼ିଛି । ଏନଆଇଏ ଏପରି ସମୟରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯେତେବେଳେ କି ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ଘଟଣା ପାଇଁ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ଆସି ଯାଇଛି । ଗତ ଜୁନ୍ ୧୮ରେ ଖଲିସ୍ତାନୀଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରକୁକାନାଡ଼ାରେ ଗୁଳି କରି ହତ୍ୟା କରାଯାଇଥିଲା ।ଜି-୨୦ରୁ ଫେରିବା ପରେ କାନାଡା ଏପ୍ରସଙ୍ଗକୁ ଦୋହରାଇଥିଲା । ନିଜ୍ଜାର ହତ୍ୟାରେଭାରତୀୟ ସରକାରୀ ଏଜେଣ୍ଟଙ୍କ ହାତ ଥିବାସିଧାସଳଖ ଅଭିଯୋଗ କରିଥିଲେ କାନାଡାପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ଏପରିକିଭାରତୀୟ କୂଟିନୀତିଜ୍ଞଙ୍କୁ ମଧ୍ୟ ବହିଷ୍କାରକରିଥିଲେ ।ଏହାର ‘ଯେସାକୁ ତେସା\’ ନୀତିରେଜବାବ ଦେଇଥିଲେ ଭାରତ ସରକାର ।କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତ ସରକାର ତୁରନ୍ତକାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ସହ୫ ଦିନ ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶଦେଇଥିଲେ । ଏହାପରେ ଦୁଇ ଦେଶ ନିଜନିଜ ନାଗରିକଙ୍କୁ ସତର୍କତା ଅବଲମ୍ବନକରିବାକୁ ପରାମର୍ଶ ଦେଇଥିଲେ ।

Leave a Reply