Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହିଳା ୨୫ ମିଟର ପିସ୍ତଲ ଟିମ୍ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହିଳା ୨୫ ମିଟର ପିସ୍ତଲ ଟିମ୍ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

ନୂଆଦିଲ୍ଲୀ : ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ହାଙ୍ଗଝୌ ଏସୀୟ କ୍ରୀଡାରେ ଭାରତକୁ ଚତୁର୍ଥ ସ୍ୱର୍ଣ୍ଣ । ମହିଳା ୨୫ ମିଟର ପିସ୍ତଲ ଟିମ୍ ସ୍ୱର୍ଣ୍ଣ ପଦକ ଜିତିଛି । ମୋଟ ୧୬ଟି ପଦକ ସହ ସପ୍ତମ ସ୍ଥାନରେ ରହିଛି ଭାରତୀୟ ଟିମ୍ । ଖବର ଅନୁଯାୟୀ, ହାଙ୍ଗଝୌ ଏସୀୟ କ୍ରୀଡାର ମହିଳା ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତୀୟ ଟିମ୍ ସୂର୍ଣ୍ଣ ପଦକ ଜିତିଛି । ମନୁ ଭାକର, ଇସା ସିଂହ ଏବଂ ରିଦମ ସାଙ୍ଗୱମଙ୍କ ଟିମ୍ ଭାରତକୁ ୪ର୍ଥ ସ୍ୱର୍ଣ୍ଣ ପଦକ ଦେଇଛି । ତେବେ ଭାରତୀୟ ଟିମ୍ ଲଗାତର ଭାବେ ସୁଟିଂ ଇଭେଣ୍ଟରେ ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ଏସୀୟ କ୍ରୀଡାରେ ଭର୍ତ୍ତମାନ ଯାଏଁ ଭାରତୀୟ ଦଳ ୪ଟି ସୂର୍ଣ୍ଣ, ୫ଟି ରୌପ୍ୟ, ୭ଟି ବ୍ରୋଞ୍ଜ ଜିତିସାରିଛି । ଯାହାଫଳରେ ମୋଟ ପଦକ ସଂଖ୍ୟା ୧୬ରେ ପହଞ୍ଚିଛି । ପଦକ ତାଲିକାରେ ଚୀନ୍ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ସପ୍ତମ ସ୍ଥାନରେ ରହିଛି ।\”

Leave a Reply