Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମ ଜନ୍ମଭୂମି ଅଯୋଧ୍ୟା ରେ ରକ୍ତଦାନ ଶିବିର- ସମ୍ମାନିତ ହେଲେ ଡଃ ନିରୋଜ କୁମାର ପୋଥାଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମ ଜନ୍ମଭୂମି ଅଯୋଧ୍ୟା ରେ ରକ୍ତଦାନ ଶିବିର- ସମ୍ମାନିତ ହେଲେ ଡଃ ନିରୋଜ କୁମାର ପୋଥାଳ

ପବିତ୍ର ରାମ ଜନ୍ମଭୂମି ଅଯୋଧ୍ୟା (ଉତ୍ତରପ୍ରଦେଶ) ଠାରେ ରାମକୃଷ୍ଣ ସେବା ଫାଉଣ୍ଡେସନ ଓ ମେଜର ଧ୍ୟାନଚାନ୍ଦ ଖେଳ ଉତ୍ଥାନ ସମିତି ର ମିଳିତ ଆନୁକୁଲ୍ୟରେ ଏକ ସର୍ବ ଭାରତୀୟ ସ୍ତରରେ “ରାଷ୍ଟ୍ରୀୟ ସେବା ରତ୍ନ ଆୱାର୍ଡ଼ ୨୦୨୩” ପ୍ରଦାନ କାର୍ଯ୍ୟକ୍ରମ ସହିତ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ରେ ସାରା ଦେଶ ରୁ ସମାଜସେବୀ ମାନଙ୍କୁ ଚୟନ କରାଯାଇ ସମ୍ମାନିତ କରାଯାଇଥିଲା । ଓଡ଼ିଶା ରୁ ଉତ୍କୃଷ୍ଟ ସେବା ଓ ରକ୍ତଦାନ ପାଇଁ ଡଃ ନିରୋଜ କୁମାର ପୋଥାଳ ଙ୍କୁ ଚୟନ କରାଯାଇ “ରାଷ୍ଟ୍ରୀୟ ସେବା ରତ୍ନ ଆୱାର୍ଡ଼ ୨୦୨୩” ରେ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବ ରେ ସଭାପତି ଭାବରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଆକାଶ ଗୁପ୍ତା ସଭାପତିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବିଶ୍ୱ ହକି ର ପ୍ରସିଦ୍ଧ ମେଜର ଧ୍ୟାନଚାନ୍ଦ ଙ୍କ ସୁପୁତ୍ର ଅର୍ଜୁନ ପୁରସ୍କାର ପ୍ରାପ୍ତ ଶ୍ରୀ ଅଶୋକ ଧ୍ୟାନଚାନ୍ଦ, ସମ୍ମାନିତ ଅତିଥି ଭାବରେ ଜନପୂର୍ ର ମହାରାଣୀ ଡଃ ଅଞ୍ଜୁ ସିଂହ , ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସମାଜସେବୀକା ନିଶା କିନ୍ନର ପ୍ରମୁଖ ଯୋଗ ଦେଇ ଏହି ସେବା ସମ୍ମାନ ପ୍ରଦାନ କରିଥିଲେ । ଏହି ଉତ୍ସବ ରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା ଏହି ଶିବିର ରେ ଅନ୍ୟ ରକ୍ତ ଦାତା ମାନଙ୍କୁ ଡଃ ନିରୋଜ ଉତ୍ସାହିତ କରିବା ସହିତ ନିଜେ ମଧ୍ୟ ରକ୍ତଦାନ କରିଥିଲେ । ଏହା ତାଙ୍କର ୧୦୫ ତମ ରକ୍ତଦାନ ଅଟେ । ନିଜର ଜନ୍ମଦିନ ଓ ବିବାହ ବାର୍ଷିକୀ ରେ ରକ୍ତଦାନ କରିବାପାଇଁ ସେ ଏହି କାର୍ଯ୍ୟକ୍ରମ ରେ ସମସ୍ତ ସମାଜସେବୀ ମାନଙ୍କୁ ଅନୁରୋଧ କରିଥିଲେ । ଡଃ ନିରୋଜ ଏହି ରାଷ୍ଟ୍ରୀୟ ସେବା ରତ୍ନ ଆୱାର୍ଡ଼ ୨୦୨୩ ପାଇବା ପରେ ବିଭିନ୍ନ ମହଲ ରୁ ପ୍ରଶଂସା ର ସୁଅ ଛୁଟିଛି ।

Leave a Reply