Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏକଘରିଆ କାନାଡ଼ା ରାଷ୍ଟ୍ରପତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏକଘରିଆ କାନାଡ଼ା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହାରଦୀପ ସିଂହ ନିଜ୍ଜର ହତ୍ୟା ଘଟଣାକୁ ନେଇ ଭାରତ ଓ କାନାଡ଼ା ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ନିଜ୍ଜର ହତ୍ୟାକୁ ନେଇ ଭାରତକୁ ଦାୟି କରିଛନ୍ତି କାନାଡ଼ା ରାଷ୍ଟ୍ରପତି । ହେଲେ ଏହି ଘଟଣାରେ ଏବେ ଟ୍ୱିଷ୍ଟ ଆସିଛି । ଜଷ୍ଟିନ ଟ୍ରୁଡୋକୁ ତାଙ୍କ ନିଜ ଦେଶର ଲୋକ ଘେରିଛନ୍ତି । ମିତ୍ର ଦେଶମାନେ ମଧ୍ୟ କାନାଡ଼ା ଠାରୁ ମୁହଁ ଫେରାଇ ନେଇଛନ୍ତି । ଭାରତକୁ ବିରୋଧ କରିଥିବା ଟ୍ରୁଡୋଙ୍କ ଭୁଲ୍ ଏବେ ନିଜ ଉପରେ ଭାରି ପଡ଼ିବାକୁ ଯାଉଛି । କାନାଡ଼ାର ବିରୋଧୀ ଦଳ ନେତା ପିୟରେ ପୋଲିୱାର ରାଷ୍ଟ୍ରପତିଙ୍କୁ ଟାର୍ଗେଟ୍ କରିଛନ୍ତି । କାନାଡ଼ା ସଂସଦରେ ପୂର୍ବ ନାଜି ସୈନିକଙ୍କୁ ସମ୍ମାନ ଦେବାକୁ ନେଇ ଜଷ୍ଟିନ୍ ଟ୍ରୁଡୋଙ୍କ ଉପରେ ବର୍ଷିବା ସହିତ ନିନ୍ଦା କରିଛନ୍ତି ପିୟରେ ପୋଲିୱାର । ଟ୍ରୁଡୋଙ୍କୁ ସାର୍ବଜନିକ କ୍ଷମା ମାଗିବାକୁ ଦାବି କରିଛନ୍ତି । ପିୟରେ ଏହି ମୁଦ୍ଦା ଉଠାଇବା ପରେ କାନାଡ଼ା ସଂସଦର ସ୍ପିକରଙ୍କୁ ଭୁଲ୍ ମାଗିବାକୁ ପଡ଼ିଛି । କିଛି ଦିନ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କାନାଡ଼ା ଗସ୍ତରେ ଯାଇଥିଲେ । ତାଙ୍କ ସହିତ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାଗ ନେଇଥିବା ୧୪ତମ ୱେପେନ ଗ୍ରେନେଡିୟର ଡିଭିଜନର ଏକ ପୂର୍ବ ନାଜି ସୈନିକ ଥିଲେ । ଜେଲେନସ୍କିଙ୍କ ସହିତ ପୂର୍ବ ନାଜି ସୈନିକ ମଧ୍ୟ କାନାଡ଼ା ସଂସଦରେ ପହଞ୍ଚିଥିଲେ । ଏହି ସମୟରେ ତାଙ୍କୁ ଷ୍ଟାଣ୍ଡିଂ ୱବେସନ ଦିଆଯାଇଥିଲା । ଏହି ମୁଦ୍ଦାକୁ ନେଇ ବିପକ୍ଷ ଦଳ ନେତା ପିୟରେ ପୋଲିୱାର ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋଙ୍କୁ ଘେରିଥିଲେ । ସୋସିଆଲ୍ ମିଡିଆ ରିପୋର୍ଟ ମୁତାବକ, ପିୟରେ କହିଛନ୍ତି, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କାନାଡ଼ା ଯାତ୍ରା ବେଳେ ପୂର୍ବ ନାଜି ସୈନିକକୁ ସଂସଦରେ ସାମ୍ମାନିତ କରାଯାଇଥିଲା । ଏଥିପାଇଁ ଜଷ୍ଟିନ୍ ଟ୍ରୁଡୋଙ୍କ ଲିବରେଲ ପାର୍ଟି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହାକୁ ନେଇ ପିୟରେ ସରକାରଙ୍କୁ ଘେରିବା ସହିତ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି ।

Leave a Reply