Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏସୀୟ କ୍ରୀଡ଼ାରେ ପଦକ ଖାତା ଖୋଲିଲା ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏସୀୟ କ୍ରୀଡ଼ାରେ ପଦକ ଖାତା ଖୋଲିଲା ଭାରତ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ପଦକ

ଖାତା ଖୋଲିଲା ଭାରତ । ସୁଟିଂ ଓ

ରୋଇଂରେ ରୌପ୍ୟ ପଦକ ମିଳିଛି ।

ପ୍ରଥମ ଦିନରେ ଏପର୍ଯ୍ୟନ୍ତ ୫ଟି ମେଡାଲ

ମିଳିଛି । ୩ଟି ସିଲ୍‌ଭର ମେଡାଲ

ମିଳିଥିବା ବେଳେ ଦୁଇଟି କାଂସ୍ୟ ମେଡାଲ

ମିଳିଛି । ଅଶି ଚୌକ୍ସି, ମେହୁଲି ଘୋଷ

ଓ ରଶ୍ମିତାଙ୍କୁ ସୁଟିଂରେ ରୌପ୍ୟ ପଦକ

ମିଳିଛି । ମହିଳା ବର୍ଗରେ ୧୦ ମିଟର

ଏୟାର ରାଇଫଲ୍ସରେ ମେଡାଲ

ହାତେଇଛନ୍ତି ।ସେହିପରି ରୋଇଂରେ

ଭାରତ ଦ୍ୱିତୀୟ ରୌପ୍ୟ ପଦକ ପାଇଛି

। ଅର୍ଜୁନ୍ ଲାଲ ଜାଟ ଓ ଅରବିନ୍ଦ ସିଂହଙ୍କ

ଯୋଡ଼ି ପୁରୁଷ ଲାଇଟୱେଟ୍ ରୋଇଂରେ

୬:୨୮:୧୮ ସମୟ ନେଇ ଦ୍ୱିତୀୟ

ସ୍ଥାନରେ ରହିଛନ୍ତି । ଏହି ଇଭେଣ୍ଟରେ

ଚୀନ ୬:୨୩:୧୬ ସମୟ ସହ ସ୍ୱର୍ଣ୍ଣ

ଜିତିଛି । ସେହିଭଳି ରୋଇଂରେ ପୁରୁଷ

ଯୋଡ଼ିରେ ବାବୁଲାଲ୍ ଯାଦବ ଓ ଲେଖ୍‌

ରାମକୁ କାଂସ୍ୟା ପଦକ ମିଳିଛି । ମହିଳା

୧୦ମିଟର ଏୟାର ରାଇଫଲ୍ସ ସୁଟିଂରେ

ରଶ୍ମିତାଙ୍କୁ ବ୍ରୋଞ୍ଜ ମେଡାଲ ପାଇଛନ୍ତି ।

ସେପଟେ ଏସିଆନ୍ ଗେମ୍ସରେ ଭାରତୀୟ

ମହିଳା କ୍ରିକେଟ୍ ଦଳ ଫାଇନାଲକୁ ଯାଇଛି

। ସେମିଫାଇନାଲ୍ ମୁକାବିଲାରେ

ଭାରତୀୟ ଦଳ, ବାଂଲାଦେଶକୁ ୮

ୱିକେଟରେ ହରାଇଛି । ଭାରତ ଆଗରେ

ବାଂଲାଦେଶ ୫୨ ରନର ବିଜୟ ଲକ୍ଷ୍ୟ

ରଖିଥିଲା । ସୁଇମିଂ: ୧୦୦ମିଟର

ଫ୍ରୀ-ଷ୍ଟାଇଲ୍‌, ୧୦୦ମିଟର

ବ୍ୟାକ୍‌ଷ୍ଟ୍ରୋକ୍ ଏବଂ ମହିଳା ୪ଗୁଣା

୧୦୦ମିଟର ଫ୍ରୀ ଷ୍ଟାଇଲ୍ ଇଭେଣ୍ଟର

ପଦକ ରାଉଣ୍ଡ ଅନୁଷ୍ଠିତ ହେବ ।

ଏଥିରେ ଶ୍ରୀହରି ନଟରାଜ, ଉତ୍କର୍ଷ

ପାଟିଲ୍‌ଙ୍କ ଉପରେ ନଜର ରହିବ ।

ଭଲିବଲ୍‌: ପୁରୁଷ ଦଳ ଅବିଶ୍ୱସନୀୟ

ପ୍ରଦର୍ଶନ ଜାରି ରଖି କ୍ୱାର୍ଟର

ଫାଇନାଲ୍‌?ରେ ପ୍ରବେଶ କରିଛି ।

ଆସନ୍ତାକାଲି ଦଳ ଶକ୍ତିଶାଳୀ ଜାପାନକୁ

ଭେଟିବ । ଏହି ମ୍ୟାଚ୍ ଜିତିଲେ ଦଳ

ପଦକ ପଥରେ ଆଉ ପାଦେ ଆଗକୁ

ବଢ଼ିବ । ସେହିପରି ମହିଳା ବକ୍ସର

ଜରିନ ରାଉଣ୍ଡ ୩୨ରୁ ଅଭିଯାନ ଆରମ୍ଭ

କରିବେ । ପୁରୁଷ ହକି ଦଳ ଗ୍ରୁପ୍‌

ପର୍ଯ୍ୟାୟର ପ୍ରଥମ ମ୍ୟାଚରେ

ଉଜବେକିସ୍ତାନକୁ ଭେଟିବାକୁ

ଥିବାବେଳେ ଟେବୁଲ୍ ଟେନିସ୍ ଦଳ (ପୁରୁଷ

ଓ ମହିଳା), ଫୁଟବଲ୍ ଦଳ (ମହିଳା ଓ

ପୁରୁଷ) ଶ୍ରେଷ୍ଠ ପ୍ରଦର୍ଶନ ଦେବା ଲକ୍ଷ୍ୟରେ

ରହିବେ । ଚେସ୍ କ୍ରୀଡ଼ାରେ ଭାରତର

ପ୍ରତିଭାବାନ ଗ୍ରାଣ୍ଡ୍‌ମାଷ୍ଟର ଅର୍ଜୁନ

ଏରିଗାଇସି, ବିଦିତ ଗୁଜରାଠି, କୋନେରୁ

ହମ୍ପି ଓ ହାରିକା ଦ୍ରୋଣାଭାଲି ପ୍ରମୁଖ ଅଭିଯାନ

ଆରମ୍ଭ କରିବେ

Leave a Reply