Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇରାନରେ କଠୋର ହେଲା ହିଜାବ ନିୟମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇରାନରେ କଠୋର ହେଲା ହିଜାବ ନିୟମ

ନୂଆଦିଲ୍ଲୀ: ଇରାନରେ କଠୋର ହେଲା ହିଜାବ ନିୟମ । ଦେଶରେ ମହିଳା ପିନ୍ଧି ପାରିବେ ନାହିଁ ଟାଇଟ୍ କପଡ଼ା । ଏନେଇ ସଂସଦରେ ମୌଲବୀମାନଙ୍କ ଦ୍ୱାରା ବିଲ୍ ପାରିତ ହୋଇଛି । ପୁରୁଷ ଓ ମହିଳାଙ୍କ ପାଇଁ ଲାଗୁ ହେବ ନୂଆ ଡ୍ରେସ୍ କୋଡ୍ ନିୟମ । ସ୍ୱତନ୍ତ୍ର ୟୁନିଫର୍ମ ପିନ୍ଧିବେ ମହିଳା ଓ ପୁରୁଷ । ଏହି ନିୟମ ଉଲ୍ଲଙ୍ଘନ କଲେ ୧୦ ବର୍ଷ ଜେଲ୍ ସହିତ ଆର୍ôଥକ ଦଣ୍ଡ ମିଳିବ । ଏହି ବିଧେୟକ ସପକ୍ଷରେ ପ୍ରାୟ ସମସ୍ତ ସାଂସଦ ସମର୍ଥନ ମିଳିଛି । ଇରାନ ସାଂସଦଙ୍କ ଦ୍ୱାରା ପାରିତ ହୋଇଥିବା ଏହି ବିଲ୍ କୁ ଗାର୍ଡିୟନ କାଉସିଲ୍ ଦ୍ୱାରା ପାସ୍ ହେବ । ଯାହା ମୌଲବୀ ଏବଂ ଲିଗାଲ୍ ଏକ୍ସପୋର୍ଟଙ୍କ ସମୂହ ଅଟେ । ଏହି ବିଲ୍ ମଞ୍ଜୁରୀ ମିଳିବା ପରେ ଆଇନରେ ପରିଣତ ହେବ । ବିଧେୟକ ସପକ୍ଷରେ ୧୫୨ଭୋଟ୍ ଏବଂ ବିପକ୍ଷରେ ମାତ୍ର ୩୪ ଭୋଟ୍ ପଡ଼ିଛି ଏବଂ ୭ଜଣ ସାଂସଦ ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି । ଏହି ବିଧେୟକ ଏଭଳି ସମୟରେ ଆସିଛି, ଯେତେବେଳେ ମହସା ଅମିନି ମୃତ୍ୟୁ ନେଇ ମହିଳାଙ୍କ ବିରୋଧ ପ୍ରଦର୍ଶନ ହେଉଛି । ହିଜାବକୁ ନେଇ ମହସା ଅମିନି ପ୍ରଥମେ ବିକ୍ଷୋଭ କରିଥିଲେ । ପରେ ତାଙ୍କୁ ପୋଲିସ ଗିରଫ କରିଥିଲେ ଏବଂ କଷ୍ଟୋଡିରେ ତାଙ୍କର ମୃତ୍ୟୁ ହୋଇଛି । ଗତ ବର୍ଷ ହିଜାବକୁ ନେଇ ଲମ୍ବା ସମୟ ଧରି ବିରୋଧ ପ୍ରଦର୍ଶନ ହୋଇଥିଲା । ମହିଳାମାନେ ହେଡରସ୍କାର୍ଫ ଜଳାପୋଡ଼ା କରିଥିଲେ । ନିଜ ଚୁଳ କାଟିବା ସହିତ ରାସ୍ତାରେ ବିରୋଧ ପ୍ରଦର୍ଶନ କରିଥିଲେ । ପୋଲିସ ପ୍ରଦର୍ଶନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହି ସମୟରେ ଶତାଧିକ ଲୋକ ନିଜ ଜୀବନ ହରାଇଥିଲେ ।

Leave a Reply