Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ନୌସେନା ଅଧିକାରୀଙ୍କ କାନ୍ଧରେ ସାଜିବ ଶିବାଜୀଙ୍କ ‘ରାଜମୁଦ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ନୌସେନା ଅଧିକାରୀଙ୍କ କାନ୍ଧରେ ସାଜିବ ଶିବାଜୀଙ୍କ ‘ରାଜମୁଦ୍ରା

ନୂଆଦିଲ୍ଲୀ : ଭାରତୀୟ ନୌସେନା ନିଜର ଶୀର୍ଷ ଅଧିକାରୀଙ୍କ ନିମନ୍ତେ ନୂଆ ଆପଲେଟସ୍ ଉପସ୍ଥାପନ କରିଛନ୍ତି, ଯାହାକୁ ନୌସେନା ଅଧିକାରୀମାନେ ସେମାନଙ୍କ ପୋଷାକରେ ଲଗାଇବେ । ଆପଲେଟ ନୌସେନା ଅଧିକାରୀ ପିନ୍ଧୁଥିବା ପୋଷାକର କାନ୍ଧରେ ଲଗାଯାଉଥିବା ଏକ ଡେକୋରେସନ । ଛତ୍ରପତି ଶିବାଜୀଙ୍କ ରାଜମୁଦ୍ରାରୁ ପ୍ରେରିତ ହୋଇ ଆପଲେଟର ନୂଆ ଡିଜାଇନରେ ଲଞ୍ଚ କରାଯାଇଛି । ଯାହାକୁ ଏବେ ଅଧିକାରୀମାନେ ସେମାନଙ୍କ ପୋଷାକରେ ପିନ୍ଧିବେ । ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୪ ତାରିଖ ଦିନ ମହାରାଷ୍ଟ୍ର ସିନ୍ଧୁଦୁର୍ଗରେ ଅନୁଷ୍ଠିତ ନୌସେନା ଦିବସ ଅବସରରେ ଆପଲେଟସ୍‌ର ନୂଆ ଡିଜାଇନ ଉପସ୍ଥାପନ କରାଯିବ ବୋଲି ଘୋଷଣା କରିଥିଲେ । ନୂଆ ଡିଜାଇନର ଆପଲେଟସ୍ ଆଡମିରାଲ, ଭାଇସ୍ ଆଡମିରାଲ ଓ ରିୟର ଆଡମିରାଲ ରାଙ୍କର ଅଧିକାରୀଙ୍କ ନିମନ୍ତେ ଡିଜାଇନ କରାଯାଇଛି । ନୌସେନାରେ ଏହି ୩ଟି ଶୀର୍ଷ ପଦପଦବୀ । ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗୋଲାମ ମାନସିକତାର ଚିହ୍ନକୁ ଆଗାମୀ ଦିନମାନଙ୍କରେ ପରିତ୍ୟାଗ କରାଯିବ ବୋଲି ଘୋଷଣା କରିଥିଲେ । ନୂତନ ଆପିଲେଟରେ ମରାଠା ଶାସକ ଶିବାଜୀଙ୍କ ସାମୁଦ୍ରିକ ଐତିହ୍ୟକୁ ପ୍ରତିବିମ୍ବିତ କରୁଥିବା ବେଳେ ଗୋଲାମୀ ମାନସିକତା ଛାଡିବାର ଏକ ଉଦ୍ୟମମାତ୍ର ବୋଲି କୁହାଯାଇଛି । ନୂଆ ଡିଜାଇନରେ ଏହି ମାନସିକତାକୁ ନେଇ ଏକ ନେଲସନ୍ ରିଂ ରହିଛି, ଯାହା ଇଂରେଜଙ୍କ ଗୋଲାମୀରୁ ସ୍ୱତନ୍ତ୍ରତାର କଥା କହୁଛି । ନୌସେନା ଆପିଲେଟସ୍ ଛବିକୁ ସେୟାର କରି ନୂଆ ଡିଜାଇନ ନୌସେନା ଧ୍ୱଜରୁ ନିଆଯାଇଥିବା ଓ ଶିବାଜୀ ମହାରାଜଙ୍କ ରାଜମୁଦ୍ରା ଦ୍ୱାରା ପ୍ରେରିତ ବୋଲି କୁହାଯାଇଛି । ନୌସେନା ଆପିଲେଟରେ ସୁନେଲି ରଙ୍ଗର ନେଭି ବଟନ୍ ସାଙ୍ଗକୁ ଅକ୍ଟାଗନ, ଭାରତୀୟ ତରବାରୀ ଓ ଦୁରବିକ୍ଷଣ ରହିଛି । କେବଳ ଅଧିକାରୀଙ୍କ ପୋଷାକର ଅପିଲେଟ ନୁହେଁ ନୌସେନା ଇଂରେଜଙ୍କ କାଳରେ ରାଙ୍କର ମଧ୍ୟ ସମୀକ୍ଷା କରିସାରିଛି । ଏବେ ନାବିକଙ୍କ ରାଙ୍କକୁ ଭାରତୀୟ ନାମରେ ବଦଳାଇ ଦିଆଯିବ । ଏପରି ହେଲେ ୬୫ ହଜାରରୁ ଅଧିକ ନୌସେନା ନାବିକଙ୍କୁ ନୂଆ ରାଙ୍କ ମିଳିବ ।

Leave a Reply