Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅନିର୍ଦ୍ଦିଷ୍ଟ କାଳ ପାଇଁ କାନାଡ଼ା ନାଗରିକଙ୍କ ପାଇଁ ଭିସା ସର୍ଭିସ୍ ବନ୍ଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅନିର୍ଦ୍ଦିଷ୍ଟ କାଳ ପାଇଁ କାନାଡ଼ା ନାଗରିକଙ୍କ ପାଇଁ ଭିସା ସର୍ଭିସ୍ ବନ୍ଦ

ଭାରତ ଓ କାନାଡ଼ା ସମ୍ପର୍କ ଭୟଙ୍କର ଭାବେ ଖରାପ ହେବାରେ ଲାଗିଛି । କାନାଡ଼ା ଭାରତ ଉପରେ ଆତଙ୍କବାଦୀ ହରିଦୀପ ସିଂହ ନିଜ୍ଜର ହତ୍ୟା ଦୋଷ ଲଦିବା ସହ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନିଲମ୍ବିତ କରିବା ପରେ ଭାରତ ମଧ୍ୟ ଅନୁରୂପ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏବେ ଭାରତ ଆଉ ଏକ ବଡ଼ ପଦକ୍ଷେପ ନେଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ କାନାଡ଼ା ନାଗରିକଙ୍କ ପାଇଁ ଭିସା ସର୍ଭିସ୍ ବନ୍ଦ କରିଦିଆଯାଇଛି । ଭିସା କନସଲଟାନ୍ସି ସର୍ଭିସ ଯୋଗାଉଥିବା ଅନ୍ଲାଇନ୍ ଆପ୍ଲିକେସନ ସେଣ୍ଟର ବିଏଲ୍‌ଏସ୍ ଇଣ୍ଟରନ୍ୟାସ୍ନାଲ୍ ନିଜ ୱେବ୍ସାଇଟ୍ରେ କିଛି ଏଭଳି ମେସେଜ୍‌ପୋଷ୍ଟ କରିଛି । ୱେବ୍ସାଇଟ୍ ପୋଷ୍ଟକରି ଲେଖିଛି ଭାରତୀୟ ମିଶନରୁ ଗୁରୁତ୍ୱପୂର୍ଣ୍ଣ ସୂଚନା । ପରିଚାଳନାଗତ କାରଣରୁ ଭାରତୀୟ ଭିସା ସର୍ଭିସ୍କୁ ପରବର୍ତ୍ତି ବିଜ୍ଞପ୍ତି ପର୍ଯ୍ୟନ୍ତଭାରତୀୟ ଭିସା ସର୍ଭିସ୍କୁ ପରବର୍ତ୍ତି ବିଜ୍ଞପ୍ତି ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି ।

Leave a Reply