ଅଖିଳ ଭାରତୀୟ ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ ପାଇଁ ୩ ଛାତ୍ରୀ ମନୋନୀତ

ପିପିଲି: ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ପକ୍ଷରୁ କଟକ ଗତିରାଉତ ପାଟଣା କେଶବଧାମ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଆୟୋଜିତ ପୂର୍ବ କ୍ଷେତ୍ରସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାର ସଂସ୍କୃତି ମହୋତ୍ସବ୨୦୨୩ରେ ବାଲ୍ ବିଭାଗ ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚରେ ପିପିଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ସୁଶ୍ରୀ ସାଇସୁଧା ଶତପଥୀ, ସୁଶ୍ରୀ ସ୍ମୃତିରେଖା ରଥ ଓ ସୁଶ୍ରୀ ସାଇ ପ୍ରଜ୍ଞା ସିଂ ପ୍ରଥମ ସ୍ଥାନ ଅଧିକାର କରି ପିପିଲି ପାଇଁ ଗୌରବ ଆଣିଛନ୍ତି । ଆଣ୍ଡାମାନ, ସିକିମ୍‌, ଉତ୍ତର ବଙ୍ଗ, ଦକ୍ଷିଣ ବଙ୍ଗ ଏବଂ ଓଡ଼ିଶାକୁ ନେଇ ଗଠିତ ପୂର୍ବ କ୍ଷେତ୍ରସ୍ତରୀୟ ପ୍ରତିଯୋଗିତାରେ ସଫଳତା ପାଇଥିବା ଏହି ୩ ଛାତ୍ରୀ ଅଖିଳ ଭାରତୀୟ ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ ପାଇଁ ମନୋନୀତ ହୋଇଛନ୍ତି । ବିଦ୍ୟାଳୟର ଆଚାର୍ଯ୍ୟା ଲକ୍ଷ୍ମୀପ୍ରିୟା ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ୩ ଛାତ୍ରୀ ଏହା ପୂର୍ବରୁ ପିପିଲି ସଙ୍କୁଳ, ପୁରୀ ବିଭାଗ, ପୂର୍ବ ସମ୍ଭାଗ ଓ ଓଡ଼ିଶା ପ୍ରାନ୍ତସ୍ତରୀୟ ବାଲ ବିଭାଗ ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏଥିପାଇଁ ବିଦ୍ୟାଳୟରେ ଖୁସିର ଲହରି ଖେଳିଯାଇଥିବା ବେଳେ ବିଦ୍ୟାମନ୍ଦିର ପରିଚାଳନା କମିଟିର ସଭାପତି ବିକ୍ରମ କେଶରୀ ସିଂ, ସଂପାଦକ ଆଇନଜୀବୀ ରମାକାନ୍ତ ସାହୁ, ପରିଚାଳନା କମିଟିର ଉପସଭାପତି ଅର୍ଚ୍ଚନା ସାହୁ, ଯୁଗ୍ମ ସଂପାଦକ ଶିକ୍ଷାବିତ୍ ରମାକାନ୍ତ ନାୟକ, କୋଷାଧ୍ୟକ୍ଷ ରାକେଶ ମହାପାତ୍ର, ସଦସ୍ୟ ଶଙ୍କର୍ଷଣ ପ୍ରଧାନ, କଳ୍ପନା ବେହେରା ଓ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ନେତ୍ରାନନ୍ଦ ଜେନା ପ୍ରମୁଖ କୃତୀ ଛାତ୍ରୀଙ୍କ ସମେତ ଆଚାର୍ଯ୍ୟା ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *