Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାନାଡାରେ ହିନ୍ଦୁ ମନ୍ଦିର ମୁଖ୍ୟଙ୍କ ଘର ଉପରେ ଗୁଳିମାଡ଼ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାନାଡାରେ ହିନ୍ଦୁ ମନ୍ଦିର ମୁଖ୍ୟଙ୍କ ଘର ଉପରେ ଗୁଳିମାଡ଼

ନୂଆଦିଲ୍ଲୀ : କାନାଡ଼ାର ବ୍ରିଟିଶ୍ କଲମ୍ବିଆ ପ୍ରାନ୍ତରେ ଗୁଳିକାଣ୍ଡ । ସୁରେରେ ରହୁଥିବା ଜଣେ ପ୍ରମୁଖ ହିନ୍ଦୁ ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼ ହୋଇଛି । ସୁରେ ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ସଭାପତି ସତୀଶ କୁମାରଙ୍କ ପୁଅଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ୧୪ ରାଉଣ୍ଡ ଗୁଳିମାଡ଼ କରିଛନ୍ତି । ଏନେଇ ସ୍ଥାନୀୟ ପୋଲିସକୁ ଖବର ପାଇବା ପରେ ଛାନଭିନ୍ ଆରମ୍ଭ କରିଛି । ଏହି ଘଟଣା ଡିସେମ୍ବର ୨୭ ତାରିଖ ସକାଳ ୮ଟା ୩ମିନିଟ୍ ଏଭିନ୍ୟୁ ୧୪୯୦୦ ବ୍ଲକ୍ରେ ଘଟିଛି । ସୁରେ ରୟାଲ କାନାଡିୟାନ୍ ମାଉଣ୍ଟଡେ ପୋଲିସ ଏକ ବୟାନ ଦେଇ କହିଛି, ସୁରେ ଯେଉଁ ଘର ଉପରେ ଗୁଳିମାଡ଼ ହୋଇଛି, ସେହି ଘର ହେଉଛି ଲକ୍ଷ୍ମୀନାରାୟଣ ମନ୍ଦିରର ଅଧ୍ୟକ୍ଷ ସତୀଶ କୁମାରଙ୍କ ବଡ଼ ପୁଅଙ୍କ ଘର । ସତୀଶ କୁମାର ଇଣ୍ଡିଆ ଟୁଡେ\’ କହିଛନ୍ତି, ତାଙ୍କ ବଡ଼ ପୁଅଙ୍କ ଘର ଉପରକୁ ହମାଲା କରାଯାଇଛି ଏବଂ ପ୍ରାୟ ୧୪ ରାଉଣ୍ଡ ଆଖିବୁଜା ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ ମାନେ । ଏହି ଗୁଳିମାଡ଼ରେ ଖଲିସ୍ତାନୀ ସାମିଲ୍ ଥିବା ସିଧା ସିଧା ନକହିଥିଲେ ବି ତାଙ୍କ ଆଡ଼କୁ ଇସାରା କରିଛନ୍ତି । ସେ କହିଛନ୍ତି, ମୁଁ ଜାଣି ନାହିଁ ଏହା ଖଲିସ୍ତାନୀଙ୍କ କାମ କି ଜବରଦସ୍ତ ପଇସା ଆଦାୟ କରୁଥିବା ଦୁର୍ବୃତ୍ତଙ୍କ କାମ । ପୂର୍ବରୁ ଖଲିସ୍ତାନୀ କର୍ମକର୍ତ୍ତା ମନ୍ଦରକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି । ଏହି ଗୁଳିକାଣ୍ଡ କେହି ଆହତ ହୋଇନାହାନ୍ତି, ହେଲେ ଘରର ଅନେକ ସାମଗ୍ରୀ ନଷ୍ଟ ହୋଇଛି ବୋଲି ସତୀଶ କହିଛନ୍ତି ।

Leave a Reply