Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବୟାନ ପରେ କାନାଡାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି । କାନାଡା ଯିବାକୁ ଯୋଜନା କରୁଥିଲେ ସାବଧାନ । ଆଉ ଏହି ଆଡଭାଇଜରୀ ଅନୁଯାୟୀ, ଏଭଳି ସ୍ଥାନକୁ ଯିବାରୁ ଦୂରେଇ ରୁହନ୍ତୁ ଯେଉଁଠାରେ ଆପଣଙ୍କୁ ଟାର୍ଗେଟ କରାଯାଇପାରେ । ଭାରତ ଏବଂ କାନାଡା ମଧ୍ୟରେ ଜାରି ରହିଥିବା କୂଟନୀତିକ ବିବାଦ ମଧ୍ୟରେ ବୈଦେଶିକ ମନ୍ତ୍ରାଳୟ ଏକ ବିବୃତ୍ତି ଜାରି କରିଛି । ବୁଧବାର ବିଦେଶ ମନ୍ତ୍ରାଳୟ ତରଫରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, କାନାଡାରେ କୂଟନୀତିଜ୍ଞ ଏବଂ ଭାରତୀୟ ସମୁଦାୟ ଲୋକଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଏମାନେ ଆଣ୍ଟି ଇଣ୍ଡିଆ ଏଜେଣ୍ଡା ବିରୋଧ କରିଥିଲେ । ତେଣୁ ଭାରତୀୟଙ୍କୁ ପରାମର୍ଶ ଦିଆଯାଉଛି ସେମାନେ ଏଭଳି ସ୍ଥାନକୁ ଯିବାରୁ ଦୂରେଇ ରୁହନ୍ତୁ କିମ୍ବା ନଯାଆନ୍ତୁ । ଯେଉଁଠାରେ ଏଭଳି ଘଟଣା ଘଟିଛି । ଏତିକି ନୁହେଁ ମନ୍ତ୍ରାଳୟ କହିଛି ଯେ, କାନାଡା ଆମର ହାଇ କମିଶନ ଏବଂ କନ୍ସୁଲେଣ୍ଟ ଅଫିସ୍ ଭାରତୀୟ ନାଗରିକଙ୍କ ଯୋଗାଯୋଗରେ ରହିବେ ଫଳରେ ସେମାନଙ୍କର ସୁରକ୍ଷା ଏବଂ ନିଶ୍ଚିତ କରାଯାଇପାରିବ । ଏହା ପୂର୍ବରୁ ମଙ୍ଗଳବାର କାନାଡା ଏଭଳି ଆଡଭାଇଜରୀ ଭାରତ ଯାତ୍ରାକୁ ନେଇ ଜାରି କରିଥିଲେ । କାନାଡା ଏହାର ନାଗରିକଙ୍କ ଦେଇଥିବା ଆଡଭାଇଜରୀରେ ଜମ୍ମୁ-କାଶ୍ମୀର ଯିବାରୁ ବିରତ ରୁହିବାକୁ କହିଥିଲା । ଆଉ ଏହା ପଛରେ କାରଣ ଦର୍ଶାଇଥିଲା ଯେ, ଏଠାରେ ସୁରକ୍ଷା ସ୍ଥିତି ଅନିଶ୍ଚିତ ରହିଛି । କାନାଡାର ଏହି ଆଡଭାଇଜରୀ ପରେ ଭାରତ ସହ ସମ୍ପର୍କ ତିକ୍ତ ହେବା ଭଳି ଦେଖାଯାଇଥିଲା । କାନାଡା ଭାରତର ଜଣେ ଅଧିକାରୀଙ୍କୁ ଦେଶ ଛାଡ଼ିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ଭାରତ ମଧ୍ୟ କାନାଡାର ଜଣେ ଅଧିକାରୀଙ୍କୁ ୫ଦିନରେ ଦେଶ ଛାଡ଼ିବାକୁ କହିଥିଲା । ସେହିଭଳି କାନାଡାର ପିଏମ ଜଷ୍ଟିନ୍ ଟ୍ରୁଡୋ କହିଥିଲେ ଯେ ଖାଲିସ୍ତାନୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାରେ ଭାରତୀୟ ଏଜେନ୍ସିଙ୍କ ହାତ ଥିଲା । ସୂଚନାଥାଉକି, ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିବା ଫଳରେ କାନାଡାରେ ରହୁଥିବା ଭାରତୀୟ ଛାତ୍ର ଆତଙ୍କିତ ହୋଇପଡ଼ିଛନ୍ତି । କାନାଡାରେ ସମୁଦାୟ ୨ ଲକ୍ଷ ୩୦ ହଜାର ଭାରତୀୟ ଛାତ୍ର ରହୁଛନ୍ତି ଏବଂ ୭ ଲକ୍ଷ ଏନଆରଆଇ ରହିଛନ୍ତି ।

Leave a Reply