Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମେରିକା ଆସନ୍ତା ଗଣତନ୍ତ୍ର ଦିବସରେ ଭାରତର ଅତିଥି ହେବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମେରିକା ଆସନ୍ତା ଗଣତନ୍ତ୍ର ଦିବସରେ ଭାରତର ଅତିଥି ହେବ

ୱାଶିଂଟନ ଡିସି: ଆସନ୍ତାବର୍ଷ ଗଣତନ୍ତ୍ର ଦିବସ ଉତ୍ସବରେ ଭାରତର ଅତିଥି ହେବ ଆମେରିକା । ୨୦୨୪ ଗଣତନ୍ତ୍ର ଦିବସରେ ଯୋଗ ଦେବାକୁ ଭାରତ ଆମେରିକାକୁ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି । ଏନେଇ ଆମେରିକା ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ନିମନ୍ତ୍ରଣ କରିଥିବା ବୁଧବାର ଆମେରିକା ଦୂତାବାସ କହିଛି । ଜାନୁଆରୀ ୨୬ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଜି ୨୦ ବୈଠକରେ ଆମେରିକା ଓ ଭାରତ ମଧ୍ୟରେ ଦ୍ୱିପାଖିକ ଆଲୋଚନା ବେଳେ ବାଇଡେନ୍‌ଙ୍କୁ ନିମନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ଭାରତରେ ଥିବା ଆମେରିକା ରାଷ୍ଟ୍ରଦୂତ ଏରିକ ର୍ଗାସେଟି ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇକୁ ସୂଚନା ଦେଇଛନ୍ତି । ନୂଆଦିଲ୍ଲୀରେ ଜି-୨୦ ବୈଠକ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଓ ବାଇଡେନ୍‌ଙ୍କ ମଧ୍ୟରେ ସେପ୍େଟମ୍ବର ୮ ତାରିଖରେ ଦ୍ୱିପାଖିକ ଆଲୋଚନା ହୋଇଥିଲା । ସୂଚନା ଥାଉକି ଗଣତନ୍ତ୍ର ଦିବସରେ ଭାରତ ଅନ୍ୟ ଦେଶକୁ ନିମନ୍ତ୍ରଣ କରିବା ଦେଶର ହିତରେ ରହିଛି । ଭାରତର ରଣନୀତିକ, କୂଟନୈତିକ ଏବଂ ଅର୍ଥନୈତିକ ସ୍ୱାର୍ଥକୁ ଦେଖି ବିଦେଶକୁ ନିମନ୍ତ୍ରଣ କରାଯାଉଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି । ୨୦୨୩ ଗଣତନ୍ତ୍ର ଦିବସରେ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତହ ଅଲ ସିସିଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ସେହିପରି ୨୦୧୫ରେ ଆମେରିକା ତତ୍‌କାଳୀନ ରାଷ୍ଟ୍ରପତି ବାରାକ ଓବାମା, ୨୦୦୭ରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ୨୦୦୮ରେ ତତ୍‌କାଳୀନ ଫ୍ରାନ୍ସ ରାଷ୍ଟ୍ରପତି ନିକୋଲାସ ସାର୍କୋଜୀଙ୍କୁ ଡକାଯାଇଥିଲା ।

Leave a Reply